ଶ୍ରୀଯୁକ୍ତ ଦୁର୍ଗାଚରଣ ସାମଲ ଓ ଶ୍ରୀମତୀ ବିଜୟିତା ତ୍ରିପାଠୀଙ୍କୁ “ଇଣ୍ଡିଆଜ୍ ରିଜିଓନାଲ୍ ପିଆର୍ ଆୱାର୍ଡ-୨୦୨୨’ ପ୍ରଦାନ

• ଆଇଆର୍‌ପିଆର୍‌ଏ ଦ୍ୱାରା ୪୦ଅଣ୍ଡର୪୦ ବିଜେତାଙ୍କ ନାମ ଘୋଷଣା


ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ପିଆର୍ ଏଜେନ୍ସି ଆଡ୍‌ଭେଂଟୋ କମ୍ୟୁନିକେସନ୍‌ର ପ୍ରତିଷ୍ଠାତା ସଦସ୍ୟ ଶ୍ରୀଯୁକ୍ତ ଦୁର୍ଗାଚରଣ ସାମଲ ଓ ଶ୍ରୀମତୀ ବିଜୟିତା ତ୍ରିପାଠୀଙ୍କୁ ସମ୍ମାନଜନକ “ଇଣ୍ଡିଆଜ୍ ରିଜିଓନାଲ୍ ପବ୍ଲିକ୍ ରିଲେସନ୍ ଆୱାର୍ଡ-୨୦୨୨’ ପ୍ରଦାନ କରାଯାଇଛି । ସେମାନଙ୍କୁ “୪୦ଅଣ୍ଡର୪୦’ ବର୍ଗରେ ଏହି ପୁରସ୍କାର ମିଳିଛି । ଲୋକ ସମ୍ପର୍କ କ୍ଷେତ୍ର ପ୍ରତି ଅତୁଳନୀୟ ଅବଦାନ ପାଇଁ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
ଶ୍ରୀଯୁକ୍ତ ଦୁର୍ଗାଚରଣ ସାମଲଙ୍କୁ “ଆୱାର୍ଡ ଫର ଦି ଏକ୍ସଲେନ୍ସ ଇନ୍ ଲୋକାଲ ବ୍ରାଣ୍ଡ୍ ପିଆର୍ କ୍ୟାମ୍ପେନ୍‌’ ବର୍ଗରେ ପୁରସ୍କାର ମିଳିଥିବା ବେଳେ ଶ୍ରୀମତୀ ବିଜୟିତା ତ୍ରିପାଠୀଙ୍କୁ “ଆୱାର୍ଡ ଫର ଦି ଲିଡିଂ ପିଆର୍ କ୍ୟାମ୍ପେନ୍ ଫଣ ଷ୍ଟାର୍ଟଅପ୍‌’ ବର୍ଗରେ ପୁରସ୍କାର ମିଳିଛି ।
ଶନିବାର ଆୟୋଜିତ ଏକ ଭର୍ଚୁଆଲ ପ୍ୟାନେଲ୍ ଆଲୋଚନା ଏବଂ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଏହି ଅବସରରେ “ଭାରତରେ ଆଂଚଳିକ ପିଆର୍‌ର ଭବିଷ୍ୟତ’ ବିଷୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଭାଗ ନେଇଥିବା ବିଶେଷଜ୍ଞମାନେ ନିଜର ମତ ଉପସ୍ଥାପନ କରିଥିଲେ ।
ଶାନ୍ତ ଓ ମିଷ୍ଟଭାଷୀ ଶ୍ରୀଯୁକ୍ତ ଦୁର୍ଗାଚରଣ ସାମଲ ହେଉଛନ୍ତି ଜଣେ ଉଲ୍ଲେଖନୀୟ ନେତୃତ୍ୱର ଅଧିକାରୀ । ସେ ନିଜ କ୍ଲାଏଂଟ୍‌ମାନଙ୍କ ସଙ୍କଟର ପରିଚାଳନା କରିବା ଲାଗି ସର୍ବଦା ନୂଆ ଏବଂ ଅଭିନବ ପଦ୍ଧତି ପ୍ରୟୋଗ କରିବା ଲାଗି ପରିଚିତ ଏବଂ ବହୁ ସଂଖ୍ୟକ କ୍ଲାଏଂଟ୍‌ଙ୍କ ଗଣମାଧ୍ୟମ ସମ୍ପର୍କକୁ ମଧ୍ୟ ସେ ଅତି ଚମତ୍କାର ଢଙ୍ଗରେ ପରିଚାଳନା କରୁଛନ୍ତି । ଶ୍ରୀମତୀ ବିଜୟିତା ତ୍ରିପାଠୀଙ୍କ ମଧ୍ୟ କଂପାନିର ବିକାଶ ପ୍ରତି ଉଲ୍ଲେଖନୀୟ ଯୋଗାଦନ ରହିଛି ଏବଂ ସେ ହେଉଛନ୍ତି ସଂସ୍ଥାର ସବୁଠୁ ଲୋକପ୍ରିୟ ଚେହେରା । ତାଙ୍କ ଆତ୍ମବିଶ୍ୱାସ ଏବଂ ଲୋକ ସମ୍ପର୍କ ଦକ୍ଷତା ତାଙ୍କ ଟିମ୍ ପାଇଁ ଏକ ଭିନ୍ନ ସ୍ତରର ଶକ୍ତି ଏବଂ ଉତ୍ସାହ ପ୍ରଦାନ କରିଥାଏ ।
ଇଣ୍ଡିଆଜ୍ ରିଜିଓନାଲ୍ ପିଆର୍ ଆୱାର୍ଡସ୍ (ଆଇଆର୍‌ପିଆର୍‌ଏ)ର ଲକ୍ଷ୍ୟ ହେଉଛି ଗତ କିଛି ବର୍ଷ ଭିତରେ ଆଂଚଳିକ ଲୋକ ସମ୍ପର୍କର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପ୍ରଦାନ କରିଥିବା ପିଆର୍ ପ୍ରଫେସନାଲ୍‌ମାନଙ୍କୁ ସମ୍ମାନିତ କରିବା । ଚଳିତ ବର୍ଷର ପୁରସ୍କାର ପାଇଁ ଆଇଆର୍‌ପିଆର୍‌ଏ ସାରା ଦେଶର ୧୭ଟି ରାଜ୍ୟରୁ ୧୮୬ ପଂଜୀକରଣ ହାସଲ କରିଥିଲା । ଆବେଦନକାରୀମାନେ ୭୬ଟି କେସ୍ ଷ୍ଟଡି ଦାଖଲ କରିଥିଲେ ।


Share It

Comments are closed.