ଲକଡାଉନରେ ପିଜାର ନିଶା, ସାମାନ୍ୟ ପିଜା ପାଇଁ ୨୫୦ ମାଇଲର ଯାତ୍ରା ଅତିକ୍ରମ କଲେ ଦୁଇଜଣ ବନ୍ଧୁ


କରୋନା ଭାଇରସ ଲକଡାଉନ ମଧ୍ୟରେ ଅନେକ ଦେଶର ସରକାର ଲୋକଙ୍କୁ ଘରେ ରହିବାର ପରାମର୍ଶ ଦେଇଛନ୍ତି । କିନ୍ତୁ ବ୍ରିଟେନର ଦୁଇ ବନ୍ଧୁ ପାଷ୍ଟଫୁଡ ପାଇଁ ଏତେ ପାଗଳ ଯେ ସେମାନେ ପିଜା ଖାଇବା ପାଇଁ ୨୫୦ ମାଇଲର ଯାତ୍ରା କରିଛନ୍ତି ।
ଋୟାନ ହଲ ଏବଂ ପୈସଲୀ ହେମିଲଟନ ନାମକ ଦୁଇଜଣ ବନ୍ଧୁ ହାଉସ ସିଟିରେ ରୁହନ୍ତି, ଯେଉଁଠାରେ ଲକଡାଉନ କାରଣରୁ ମ୍ୟାକଡୋନାଲ୍ଡର ସମସ୍ତ ଆଉଟଲେଟ ବନ୍ଦ ରହିଛି । ଫାଷ୍ଟଫୁଡର ଭୋକକୁ ଶେଷ କରିବା ପାଇଁ ଏହି ଦୁଇବନ୍ଧୁ ପିଟର୍ସବର୍ଗ ସହର ପର୍ଯ୍ୟନ୍ତ ୨୫୦ ମାଇଲର ଦୂରତା ଅତିକ୍ରମ କରିଛନ୍ତି ।
ଏହି ଦୁଇଜଣ ନିଜର ଯାତ୍ରା ସମୟରେ ଖାଦ୍ୟଠାରୁ ଅଧିକ ଟଙ୍କା ପେଟ୍ରୋଲରେ ଖର୍ଚ କରିଛନ୍ତି । ଏହି ଦୁଇଜଣ ନିଜ ଯାତ୍ରାରେ ପାଖାପାଖି ୨୭ ୟୁରୋ ଅର୍ଥାତ ପାଖାପାଖି ୨,୩୦୦ଟଙ୍କା କରିଛନ୍ତି ଏବଂ ପିଟର୍ସବର୍ଗରେ ପହଂଚିବା ପରେ ଆଉଟଲେଟରେ ପହଂଚିବା ପରେ ନିଜ ପାଳି ଆସିବାର ଲମ୍ବା ସମୟ ପର୍ଯ୍ୟନ୍ତ ଅପେକ୍ଷା ମଧ୍ୟ କଲେ ।
ଏମିତିରେ ଶେଷରେ ଦୁଇସାଙ୍ଗ ମ୍ୟାକଟନ ମିଲ, ଲାର୍ଜ ବିଗ ମ୍ୟାକ, ଦୁଇଟି କୋକ, ଦୁଇଟି ଡବଲ ଚିଜ ବର୍ଗର ଏବଂ ଏକ ମାଛର ଅର୍ଡର ଦେଲେ, ଯେଉଁଥିପାଇଁ ଏମାନେ ୨୦ ୟୁରୋ ଅର୍ଥାତ ପାଖାପାଖି ୧୭, ୦୦ ଟଙ୍କାର ଖର୍ଚ କରିଛନ୍ତି । ଅର୍ଡର ନେବାପରେ ଉଭୟ ପାର୍କିଙ୍ଗରେ ହିଁ ନିଜ ଖାଦ୍ୟର ମଜା ଉଠାଇଲେ ।
ଋୟାନ ହଲ କହିଛନ୍ତି ଯେ ସେ କେବେ ମଧ୍ୟ ଚିନ୍ତା କରିନଥିଲେ ଯେ ନିଜର ୧୫ ମିନିିିଟର ଫାଷ୍ଟଫୁଡ ପାଇଁ ତାଙ୍କୁ ୭ ଘଂଟାରୁ ଅଧିକ ସମୟର ଯାତ୍ରା କରିବାକୁ ପଡ଼ିବ । ରୟାନଙ୍କ ଅନୁଯାୟୀ ଏହି ଯାତ୍ରାକୁ ଉଭୟହିଁ ଉପଭୋଗ କରିଛନ୍ତି ।


Share It

Comments are closed.