ଏକାଠି ପଢି ଟପ୍ପର ହେଲେ ଦୁଇ ସାଙ୍ଗ


ଚଳିତ ବର୍ଷ ସିବିଏସଇ ଏବଂ ଏଚଏସସିର ପରୀକ୍ଷା ଫଳାଫଳ ବାହାରିଥିବା ବେଳେ କାଲି ସିଆଇଏସସିଇ ପକ୍ଷରୁ ଏହାର ୧୦ମ ପରୀକ୍ଷା ଫଳ ବାହାରିଛି । କେଉଁଠାରେ ପୁଅ ଟପ୍ପର ହୋଇଥିବା ବେଳେ କେଉଁଠାରେ ଝିଅ କିନ୍ତୁ ଚଳିତ ବର୍ଷ ସବୁଠାରେ ଆଶ୍ଚର୍ଯ୍ୟ କଥା ହେଉଛି ଡେରାଡୁନସ୍ଥିତ ସିଆଇଏସସିଇ ଅଧୀନରେ  ଥିବା ବ୍ରାଇଲେଣ୍ଡ ସ୍କୁଲ’ର ଦୁହେଁ ସାଙ୍ଗ ମିଶିକି ଟପ୍ପର ହୋଇଛନ୍ତି । ସେ ହେଉଛନ୍ତି ‘ଭବୟ୍ୟା ମଦାନ ଏବଂ ଇସାନୱି ମୋହନ’ । ଦୁହେଁ ଦ୍ୱିତୀୟ ଶ୍ରେଣୀରୁ ଭଲ ସାଙ୍ଗ ହେବା ସହ ପାଠ ମଧ୍ୟ ଏକା ସାଙ୍ଗେ ପଢୁଥିଲେ । କିନ୍ତୁ +୨ରୁ ଦୁହେଁ ଅଲଗା ଅଲଗା ରାସ୍ତା ଚୟନ କରିବାକୁ ମନସ୍ତ କରିଛନ୍ତି ।
ଆଇସିଏସଜିରୁ ମିଳିଥିବା ସୂଚନା ଅନୁଯାଇ ‘ବ୍ରାଇଲେଣ୍ଡ ସ୍କୁଲ’ର ଭବୟ୍ୟା ମଦାନ ଏବଂ ଇସାନୱି ମୋହନ’ ଦୁହେଁ ୯୮.୨୫ ପ୍ରତିଶତର ମାର୍କ ରଖି ପ୍ରଦେଶରେ ଟପ୍ପର ହୋଇଛନ୍ତି । ଦୁହେଁ ଛୋଟବେଳେର ସାଙ୍ଗ ଅଟନ୍ତି । ସେ ଏହି ପରିପ୍ରେକ୍ଷୀରେ କହିଛନ୍ତି ଆମେ ଦ୍ୱିତୀୟ ଶ୍ରେଣୀରେ ‘ବ୍ରାଇଲେଣ୍ଡ ସ୍କୁଲ’କୁ ଆସିବା ବେଳଠୁ ହିଁ ଘନିଷ୍ଟ ସାଙ୍ଗ ହୋଇ ରହିଛୁ । ଆମ ଘନିଷ୍ଠତା ଏତେ ନିବିଡ ଯେ, ପ୍ରତି ବର୍ଷ ବାହାରୁଥିବା ପରୀକ୍ଷା ଫଳାଫଲରେ ଆମ୍ଭେ ଦୁହେଁ ପ୍ରାୟ ଏକା ଭଲି ମାର୍କ ରଖିଥାଉ । ଦୁହେଁ ନିଜ ନିଜର ବିଷୟକୁ ନେଇକି ପରସ୍ପର ମଧ୍ୟରେ ବାର୍ତ୍ତାଳପ କରିଥାନ୍ତି ।
ଇସାନୱିଙ୍କ ପିତା ଡା. ‘ଧନଞ୍ଜୟ ମୋହନ’ ବନ ବିଭାଗରେ ମୁଖ୍ୟ ବନ ସଂରକ୍ଷକ ଥିବା ବେଳେ ମା ‘ନିଲମ ମୋହନ’ ଗୃହଣୀ ଅଟନ୍ତି । ଭବୟ୍ୟାଙ୍କ ପିତା ଡା, ବିନିତ କୁମାର ଏଫଆରଆଇରେ ବୈଜ୍ଞାନିକ ଥିବା ବେଳେ ମା ଡା. ରାଗିନୀ ମଦାନ ‘ବ୍ରାଇଲେଣ୍ଡ ସ୍କୁଲ’ରେ ଶିକ୍ଷତ୍ରୀ ଅଟନ୍ତି ।
ଭବୟ୍ୟାଙ୍କ ପରୀକ୍ଷା ଫଳ
ଇଂରାଜି-୯୨
ହିନ୍ଦୀ-୯୮
ଇତିହାସ ଭୂଗୋଳ-୧୦୦
ଗଣିତ-୧୦୦
ବିଜ୍ଞାନ-୯୯
କମ୍ପ୍ୟୁଟର-୧୦୦

ଇସାନୱି ପରୀକ୍ଷା ଫଳ
ଇଂରାଜି-୯୨
ହିନ୍ଦୀ-୯୬
ଇତିହାସ ଭୂଗୋଳ-୯୯
ଗଣିତ-୧୦୦
ବିଜ୍ଞାନ-୧୦୦
କମ୍ପ୍ୟୁଟର-୧୦୦


Share It

Comments are closed.