ପ୍ରୋବାଇଓଟିକ୍ ଥ୍ରୁ ଦି ଲାଇଫସ୍ପାନ୍ ସମ୍ପର୍କିତ ଦୁଇଦିନିଆ ଆଲୋଚନାଚକ୍ର ଅନୁଷ୍ଠିତ


ଗଟ୍ ମାଇକ୍ରୋବାଇଓଟା ଏବଂ ପ୍ରୋବାଇଓଟିକ୍ ସାଇନ୍ସ ଫାଉଣ୍ଡେସନ୍ (ଇଣ୍ଡିଆ) ଏବଂ ଆମିଟି ୟୁନିଭରସିଟି କଲିକତା ସହିତ ମିଳିତଭାବରେ ପ୍ରୋବାଇଓଟିକ୍ ଥ୍ରୁ ଦି ଲାଇଫସ୍ପାନ୍ ସମ୍ପର୍କିତ ଦୁଇଦିନିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ନଭେମ୍ବର ୨୪-୨୫ ଦୁଇଦିନଧରି ଆମିଟି ୟୁନିଭରସିଟି କଲିକତାରେ ଅନୁଷ୍ଠିତ ହୋଇଥିବା ଉକ୍ତ ଆଲୋଚନାଚକ୍ରରେ ଇଣ୍ଟେଷ୍ଟିନାଲ ମାଇକ୍ରୋବାଓଟା ଏବଂ ପ୍ରୋବାଇଓଟିକ୍ସର ଭୂମିକା ଏବଂ ଗର୍ଭାବସ୍ଥାରେ, ଶିଶୁ, କିଶୋର, ପ୍ରାପ୍ତ ବୟସ୍କ ଏବଂ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହାର ଉପାଦେୟତା ଉପରେ ଦୃଷ୍ଟିକେନ୍ଦ୍ରିତ କରାଯାଇଛି । ଏହି ଅବସରରେ ଡ଼. ଜନ୍ ଡ଼ି. କ୍ଲେମେନସ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଡ଼ାଏରିଆ ଡ଼ିଜିଜ୍ ରିସର୍ଚ୍ଚ, ବାଙ୍ଗଲାଦେଶ ମୂଖ୍ୟ ଅତିଥିରୁପେ ଯୋଗଦେଇଥିଲେ । ଗଟ୍ ମାଇକ୍ରୋବାଇଓଟା ଏବଂ ପ୍ରୋବାଇଓଟିକ୍ ସାଇନ୍ସ ଫାଉଣ୍ଡେସନ୍ (ଇଣ୍ଡିଆ)ର ସଭାପତି, ପ୍ରଫେସର ଏନ. କେ ଗାଙ୍ଗୁଲି ସ୍ୱାଗତ ଭାଷଣ ଦେଇଥିବାବେଳେ ଅନ୍ୟାନ୍ୟ ମାନ୍ୟଗନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ପ୍ରଫେସର ଧ୍ରୁବଜ୍ୟୋତି ଚଟ୍ଟୋପାଧ୍ୟାୟ, ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଇନଫେକଟସ୍ ଡ଼ିଜିଜ୍, ଜାପାନର ପ୍ରଫେସର ୟୋସିଫୁମି ତାକେଡ଼ା ପ୍ରମୁଖ ଉପସ୍ଥିତ ରହିଥିଲେ ।
ଏହି ଆଲୋଚନାଚକ୍ରରେ ପ୍ରଫେସର ଏନ. କେ ଗାଙ୍ଗୁଲି କହିଛନ୍ତିଯେ, “ଆମ୍ଭେମାନେ କଲିକତାରେ ଏପରି ,କ ଆଲୋଚନାଚକ୍ର ଆୟୋଜନ କରିଥିବାରୁ ଅତ୍ୟନ୍ତ ଆନନ୍ଦିତ, ଯେଉଁଠାରେ ଇଣ୍ଟେଷ୍ଟିନାଲ୍ ମାଇକ୍ରୋବାଇଓଟା ଏବଂ ପ୍ରୋବାଇଓଟିକ୍ସର ଅତ୍ୟାଧୁନିକ ବିଜ୍ଞାନ ସମ୍ପର୍କିତ ଜ୍ଞାନ ବିନିମୟ କରାଯାଇଛି ।” ଏହି ଅବସରରେ ପ୍ରଫେସର ଧ୍ରୁବଜ୍ୟୋତି ଚଟ୍ଟୋପାଧ୍ୟାୟ କହିଛନ୍ତିଯେ, “ପ୍ରୋବାଇଓଟିକ୍ ମୁଖ୍ୟତଃ ଡ୍ରଗ୍ ରେଜିଷ୍ଟାଣ୍ଟ ବ୍ୟାକ୍ଟେରିଆ ବିରୁଦ୍ଧରେ ଲଢିବାକୁ ସହାୟକ ହୋଇଥାଏ ।” ଏହା ସହିତ ଯୋଗକରି ପ୍ରଫେସର ଜି. ବାଲକ୍ରିଶ ନାୟାର କହିଛନ୍ତିଯେ, “ପ୍ରୋବାଓଟିକ୍ସପରି ବିକଳ୍ପ ଆଣ୍ଟିବାଓଟିକ୍ ରେଜିଷ୍ଟାନ୍ସ ପାଇଁ ନିତାନ୍ତ ଆବଶ୍ୟକ ।


Share It

Comments are closed.