ଭାରତର ଏହି ଦୁଇଟି ସହରରେ ଅଗଷ୍ଟ ୧୮ରେ ପାଳନ କରାଯାଏ ସ୍ୱାଧୀନତା ଦିବସ


ଆଉ ଅଳ୍ପ କେଇଟା ଘଣ୍ଟା ବାକି ରହିଛି ସ୍ୱାଧୀନତା ଦିବସକୁ । ସାରା ଦେଶରେ ଅଗଷ୍ଟ ୧୫ତାରିଖ ଦିନ ସ୍ୱାଧୀନତା ଦିବସ ପାଳନ କରାଯାଉଥିବାବେଳେ ପଶ୍ଟିମବଙ୍ଗରେ ଏପରି ଦୁଇଟି ସହର ଅଛି, ଯେଉଁଠାରେ ଅଗଷ୍ଟ ୧୫ ନୁହଁ ବରଂ ଅଗଷ୍ଟ ୧୮ ତାରିଖ ଦିନ ସ୍ୱାଧୀନତା ଦିବସ ପାଳନ କରାଯାଏ । ଉକ୍ତ ଅଞ୍ଚଳଟିର ନାମ ହେଉଛି ରାମଘାଟ ଏବଂ କଷ୍ଣସାଗର । ତେବେ ଆସନ୍ତୁ ଜାଣିବା ଉକ୍ତ ଅଞ୍ଚଳରେ କାହଁକି ଅଗଷ୍ଟ ୧୮ ତାରିଖ ଦିନ ସ୍ୱାଧୀନତା ଦିବସ ପାଳନ କରାଯାଏ ।
ଯେତେବେଳେ ଭାରତ ଏବଂ ପାକିସ୍ତାନ ବିଭାଜନ ହୋଇଥିଲା ସେତେବେଳେ ଏହି ଦୁଇଟି ଅଞ୍ଚଳକୁ ଇଂରେଜ ମାନେ ଭାରତରୁ ଅଲଗା କରି ପାକିସ୍ତାନରେ ମିଶାଇଦେଇଥିଲେ । ସେହି ଦୁଇଟି ଅଞ୍ଚଳ ଭାରତର ହୋଇଥିବା ହେତୁ ଜୋରଜବରଦସ୍ତ ସେମାନଙ୍କୁ ପାକିସ୍ତାନରେ ମିଶାଇ ପାଇଁ ପ୍ରୟାସ କରୁଥିବା ଇଂରେଜ ସରକାର ସେଥିରେ ଅସଫଳ ରହିଲେ । ଇଂରେଜ ସରକାରଙ୍କ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତିକୁ ଲୋକମାନେ ପ୍ରବଳ ବିରୋଧ କରିବା ସହ ସେମାନଙ୍କୁ ଭାରତ ସହ ମିଶାଇବା ପାଇଁ ଜିଦ ମଧ୍ୟ ଧରି ବସିଲେ । ଯାହା ଫଳରେ ଇଂରେଜ ସରକାର ବାଧ୍ୟ ହୋଇ ସେମାନଙ୍କୁ ଅଗଷ୍ଟ ୧୮ରେ ଭାରତରେ ମିସାଇ ଦେଇଥିଲେ ।
ତେଣୁ ଉକ୍ତ ଅଞ୍ଚଳର ଲୋକମାନେ ଅଗଷ୍ଟ ୧୫ ପରିବର୍ତ୍ତେ ଅଗଷ୍ଟ ୧୮ରେ ହିଁ ସ୍ୱାଧୀନତା ଦିବସ ପାଳନ କରିଥାନ୍ତି । ସରକାର ପୂର୍ବରୁ ସେଠାକାର ଲୋକମାନଙ୍କୁ ଅଗଷ୍ଟ ୧୮ରେ ପତକା ଉତ୍ତୋଳନ ପାଇଁ ଅନୁମତି ପ୍ରଦାନ କରୁନଥିଲା କାରଣ ନିୟମ ଅନୁଯାୟୀ କେବଳ ଭାରତର ଜନସାଧରଣ କେବଳ ଅଗଷ୍ଟ ୧୫ ଏବଂ ଜାନୁଆରେ ୨୬ରେ ପତାକ ଉତ୍ତୋଳନ କରିପାରିବେ । ତେବେ ପରେ ୧୯୯୧ ମସିହାରେ କେନ୍ଦ୍ର ସରକାର ପଶ୍ଚିମବଙ୍ଗର ସେହି ଅଞ୍ଚଳକୁ ଅଗଷ୍ଟ ୧୫ ପରିବର୍ତ୍ତେ ଅଗଷ୍ଟ ୧୮ରେ ହିଁ ସ୍ୱାଧୀନତା ଦିବସ ପାଳନ ଅନୁମତି ପ୍ରଦାନ କରିଥିଲେ ।


Share It

Comments are closed.