ମୟୂରଭଞ୍ଜରେ ଦୁଇଟି ବୃହତ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Share It

ମୟୂରଭଞ୍ଜରେ ସୁବର୍ଣ୍ଣରେଖା ଏବଂ ଦେଓ ଜଳସେଚନ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପର ଭିତ୍ତ୍ିପ୍ରସ୍ତର ସ୍ଥାପନ କଲେ ମଧ୍ୟ ନବୀନ ପଟ୍ଟନାୟକ । ଏହା ଦ୍ୱାରା ଉଭୟ ମୟୂରଭଞ୍ଜ ଏବଂ କେନ୍ଦୁଝର ବାସିନ୍ଦାଙ୍କ ପାଇଁ ଫଳପ୍ରଦ ହୋଇପାରିବ ।
ସୁବର୍ଣ୍ଣରେଖା ନଦୀରେ ବୃହତ ଜଳସେତନ ପ୍ରକଳ୍ପ ଦ୍ୱାରା ରାସଗୋବିନ୍ଦପୁର ବ୍ଲକ ସମେତ ବାଲେଶ୍ୱର ଜିଲ୍ଲାର ୧୭ହଜାର ହେକ୍ଟର ଜମି ଜଳସେଚିତ ହେବ । ଗତ ୨୦୬ରେ ଏହି ପ୍ରକଳ୍ପର ଶୁଭ ଦିଆଯାଇଥିବା ବେଳେ ଆଜି ଏହାର ଉଦଘାଟନ ହୋଇଛି । ସେହିପରି ଦେଓ ପ୍ରକଳ୍ପ ଦ୍ୱାରା ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଓ ଶିକୁଳି ବ୍ଲକର ୭୫ଟି ଗାଁର ୬,୬୭୭ ହେକ୍ଟର ଜମିକୁ ଜଲସେଚନର ସୁବିଧା ମିଳିପାରିବ । ଏହି ପରିପ୍ରେ କ୍ଷୀରେ ୯୮୪ ବିସ୍ଥାପିତ ପରିବାରକୁ ୮ଟି ବିସ୍ଥାପିତ କଲୋନୀ ଏବଂ ଅନ୍ୟତ୍ର ଥଇଥାନ କରାଯାଇଛି ।


Share It

Comments are closed.