ସୁଶାନ୍ତଙ୍କ ମୃତ୍ୟୁର ଅଢ଼େଇ ମାସ ପରେ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ତାପସୀ ପନ୍ନୁଙ୍କ ଟ୍ୱିଟ୍


ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେବାର ଅଢ଼େଇ ମାସରୁ ଅଧିକ ସମୟ ଅତିବାହିତ ହୋଇଛି। ସିବିଆଇ ବର୍ତ୍ତମାନ ଏହି ମାମଲାର ତଦନ୍ତ କରୁଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଲୋକମାନେ ତାଙ୍କର ରାଗ ବର୍ଷାଉଛନ୍ତି। ବିଶେଷକରି ସୋସିଆଲ ମିଡିଆରେ ରିୟାଙ୍କ ବିଷୟରେ ଅନେକ ଲେଖାଯାଉଛି | ବର୍ତ୍ତମାନ ଅଭିନେତ୍ରୀ ତାପସୀ ପନ୍ନୁ ଏହା ବିଷୟରେ ଟ୍ୱିଟ୍ କରିଛନ୍ତି।

ତାପସୀ ପନ୍ନୁ ଟ୍ୱିଟ୍ କରି ଲେଖିଛନ୍ତି, ‘ମୁଁ ସୁଶାନ୍ତଙ୍କୁ ବ୍ୟକ୍ତିଗତ ଭାବେ ଜାଣି ନାହିଁ କିମ୍ବା ରିୟାଙ୍କୁ ମଧ୍ୟ ଜାଣି ନାହିଁ। କିନ୍ତୁ ମୁଁ ନିଶ୍ଚିତ ଭାବେ ଜାଣେ ଯେ ନ୍ୟାୟପାଳିକା ଆଗରେ କାହାକୁ ଦୋଷୀ ପ୍ରମାଣ କରିବା ଭୁଲ ଅଟେ। ନିୟମ ଉପରେ ବିଶ୍ୱାସ କର। ‘


ରବିବାର କ୍ରମାଗତ ତୃତୀୟ ଦିନ ସିବିଆଇ ରିୟାଙ୍କୁ ପଚରାଉଚରା କରିଥିଲା। ଏହାପୂର୍ବରୁ ଶୁକ୍ରବାର ଦିନ ସିବିଆଇ ରିୟା ଚକ୍ରବର୍ତ୍ତୀଙ୍କୁ ୧୦ ଘଣ୍ଟା ପଚରାଉଚରା କରିଥିବାବେଳେ ଶନିବାର ଦିନ ସାତ ଘଣ୍ଟା ପ୍ରଶ୍ନ କରିଛି। ମୋଟାମୋଟି ଭାବେ, ରିୟାଙ୍କୁ ଏପର୍ଯ୍ୟନ୍ତ ୨୬ ଘଣ୍ଟା ଧରି ପ୍ରଶ୍ନ କରାଯାଇଛି। ଏଥିସହ ରିୟାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କୁ କ୍ରମାଗତ ଚତୁର୍ଥ ଦିନ ସିବିଆଇ ପଚରାଉଚରା କରିଥିଲା।

ସିବିଆଇ ଏବେ ସୁଶାନ୍ତଙ୍କ ଭଉଣୀ ମିତୁ ସିଂଙ୍କୁ ପଚରାଉଚରା କରିବ। ବର୍ତ୍ତମାନ କେବଳ ମିତୁଙ୍କୁ ଡକାଯାଇଛି। ଅନ୍ୟ କାହାକୁ ଡକାଯାଇ ନାହିଁ | ଏହା ପରେ ସୁଶାନ୍ତଙ୍କ ଦ୍ୱିତୀୟ ଭଉଣୀ ପ୍ରିୟଙ୍କା ସିଂ ଏବଂ ତାଙ୍କ ସ୍ୱାମୀ ସିଦ୍ଧାର୍ଥଙ୍କୁ ମଧ୍ୟ ପଚରାଉଚରା କରାଯିବ। ଯଦି ଅନୁସନ୍ଧାନକାରୀ ଦଳ ସେମାନଙ୍କ ବିବୃତ୍ତିରେ ସନ୍ତୁଷ୍ଟ ନ ହୁହଁନ୍ତି, ତେବେ ସୁଶାନ୍ତଙ୍କ ଭଉଣୀ ଏବଂ ରିୟା, ସିଦ୍ଧାର୍ଥ ପିଠାନି, ନୀରଜ ସିଂ, ଦୀପେଶଙ୍କୁ ମୁହାଁମୁହିଁ କରାଯିବ।


Share It

Comments are closed.