ଟିଭିଏସ୍ ମୋଟର୍ କମ୍ପାନି ପକ୍ଷରୁ ୨୦୨୫ ଟିଭିଏସ୍ ଆପାଚି ଆର୍‌ଟିଆର୍ ୩୧୦ ଉନ୍ମୋଚିତ

Share It

ଭୁବନେଶ୍ୱର: ଚାରି ଦଶନ୍ଧି ଧରି ରେସିଂ ପରମ୍ପରାକୁ ନେଇ ଦୁଇଚକିଆ ଓ ତିନିଚକିଆ ଯାନର ଅଗ୍ରଣୀ ସଂସ୍ଥା ଟିଭିଏସ ମୋଟର କମ୍ପାନି ପକ୍ଷରୁ ୨୦୨୫ ଟିଭିଏସ୍ ଆପାଚି ଆର୍‌ଟିଆର୍ ୩୧୦କୁ ଉନ୍ମୋଚନ କରାଯାଇଛି। ଚାଳକ-ପ୍ରଥମ ମାନସିକତା ଓ ପ୍ରଦର୍ଶନକୁ ନେଇ ପ୍ରସ୍ତୁତ କରାଯାଇଥିବା ଏହି ମଡେଲ୍‌ରେ ବ୍ୟାପକ ଉନ୍ନତି ଓ ଷ୍ଟାଇଲ୍ ରହିଛି। ୨୦୨୫ ଟିଭିଏସ୍ ଆପାଚି ଆର୍‌ଟିଆର୍ ୩୧୦ରେ ଷ୍ଟ୍ରିଟ୍‌କୁ ପ୍ରାଧାନ୍ୟ ଦେଉଥିବା ଡିଏନ୍‌ଏ ରହିଛି। ଏହି ମୋଟରସାଇକଲ୍ ହେଉଛି ଶକ୍ତି ଓ ସୂକ୍ଷ୍ମ ଗଠନ ଶୈଳୀର ମିଶ୍ରଣ ହୋଇଥିବା ବେଳେ ଏହାକୁ ବିଶ୍ୱାସ, ନିୟନ୍ତ୍ରଣ ଓ ବୈଶିଷ୍ଟ୍ୟ ସହିତ ଚଲାଇବା ପାଇଁ ପ୍ରସ୍ତୁତ କରାଯାଇଛି।
ଓବିଡି୨ବି ନିୟମ ପାଳନ କରୁଥିବା ୨୦୨୫ ଟିଭିଏସ୍ ଆପାଚୀ ଆର୍‌ଟିଆର୍ ୩୧୦ ସ୍ମାର୍ଟ ପ୍ରଦର୍ଶକୁ ପୁନଃ କଳ୍ପିତ କରୁଛି। ଏହା ବାସ୍ତବ ସମୟ ଏମିସନ ନିରୀକ୍ଷଣ, ତୀକ୍ଷଣ ପ୍ରତିକ୍ରିୟାଶୀଳତା ଓ ଉନ୍ନତ ଇଂଜିନ ସ୍ୱାସ୍ଥ୍ୟ ପ୍ରଦାନ କରୁଛି। ପରବର୍ତୀ ପିଢ଼ିର ବହୁଭାଷୀ ୟୁଆଇ/ୟୁଏକ୍ସ କ୍ଲଷ୍ଟର୍ ସହିତ ଏହା ଅଧିକ ବ୍ୟକ୍ତିଗତ ସୁହାଇବା ଭଳି ଆକର୍ଷଣୀୟ ଓ ଚମତ୍କାର ଗାଡ଼ି ଚାଳନା ସୁବିଧା ପ୍ରଦାନ କରୁଛି। ଏଥିରେ ସ୍ଥାୟିତ୍ୱ, ନବସୃଜନ ଓ ଗାଡ଼ି ଚାଳନା ସନ୍ତୋଷର ମିଶ୍ରଣ ରହିଛି।
ଟିଭିଏସ୍‌ର ବିଲ୍‌ଟ-ଟୁ-ଅର୍ଡର (ବିଟିଓ) ପ୍ଲାଟଫର୍ମରେ ନିର୍ମାଣ କରାଯାଇଥିବା ୨୦୨୫ ଟିଭିଏସ୍ ଆପାଚି ଆର୍‌ଟିଆର୍ ୩୧୦ରେ କିଲେସ୍ ରାଇଡ୍ ସୁବିଧା, କର୍ଣ୍ଣନିଂ ଡ୍ରାଗ୍ କଂଟ୍ରୋଲ୍ ଭଳି ସୁବିଧା ରହିଛି। ଅନ୍ୟାନ୍ୟ ସୁବିଧାସୁଯୋଗ ଭିତରେ ରହିଛି ବହୁଭାଷୀ ୟୁଆଇ ଜେନ୍‌-୨ କ୍ଲଷ୍ଟର୍‌, ୟୁଏସ୍‌ଡି ୪୩ ଡାଏ ସାମ୍ନା ସସ୍‌ପେନ୍‌ସନ୍‌, ସିକ୍ୟୁନସିଆଲ୍ ଟର୍ଣ୍ଣ ସିଗ୍‌ନାଲ୍ ଲ୍ୟାମ୍ପ୍‌, ହାଣ୍ଡ୍ ଗାର୍ଡ ଓ ନୂଆ ଗ୍ରାଫିକ୍ସ ସହ ତିନି ନୂଆ ରଙ୍ଗ ବିକଳ୍ପ ରହିଛି।
୨୦୨୫ ପାଇଁ ନୂତନ ଭାବେ ପ୍ରସ୍ତୁତ କରାଯାଇଥିବା ଟିଭିଏସ୍ ଅପାଚି ଆର୍‌ଟିଆର୍ ୩୧୦ରେ ଆକର୍ଷଣୀୟ ଗ୍ରାଫିକ୍ସ ସହ ତିନି ନୂଆ ରଙ୍ଗ ବିକଳ୍ପ, ସ୍ପଟିକ କ୍ଲଚ୍ କଭର ରହିଛି ଯାହା ଆକର୍ଷଣୀୟ, ଷ୍ଟ୍ରିଟ୍‌ଫାଇଟର୍ ଭଳି ଦେଖାଯାଉଛି। ଏହାର ସମସ୍ତ ଭାରିଆଂଟ୍‌ରେ ଷ୍ଟାଣ୍ଡାର୍ଡ ହ୍ୟାଣ୍ଡ୍ ଗାର୍ଡ ରହିଥିବା ବେଳେ ଟପ୍‌-ଏଣ୍ଡ୍ ବିଟିଓ ଭାରିଆଂଟ୍‌ରେ ଆଇକନିକ୍ ରେସ୍ ରେପ୍ଲିକା ସେପାଙ୍ଗ ବ୍ଲୁ ରହିଛି।
ଏ ସମ୍ପର୍କରେ ଟିଭିଏସ୍ ମୋଟର କମ୍ପାନିର ବ୍ୟବସାୟ ମୁଖ୍ୟ ବିମଳ ସୁମ୍ବଲି କହିଛନ୍ତି ଯେ, “ଉନ୍ମୋଚନ ହେବା ପରଠାରୁ ନେକେଡ୍ ସ୍ପୋର୍ଟ ବର୍ଗରେ ଟିଭିଏସ୍ ଆପାଚି ଆର୍‌ଟିଆର୍ ୩୧୦ ଧାରା ନିର୍ଧାରଣକାରୀ ହୋଇଛି। ୨୦୨୫ ସଂସ୍କରଣ ସହିତ ଭବିଷ୍ୟତ ଲାଗି ପ୍ରସ୍ତତୁତ ପ୍ରଯୁକ୍ତି, ଡିଜିଟାଲ୍ ଇଂଟରଫେସ୍‌, ଆକର୍ଷଣୀୟ ଷ୍ଟାଇଲ୍ ଏବଂ ଚାଳକ ସୁରକ୍ଷା ପାଇଁ ଅତୁଟ ପ୍ରତିବଦ୍ଧତା ସହିତ ଆମେ ଏହାର ଦୃଢ଼ ପରମ୍ପରା ଅନୁସାରେ ଏହାକୁ ଗଠନ କରିଛୁ। ଏହାର ନୂଆ ଫ୍ରିଷ୍ଟାଇଲ୍ ମୋଟରସାଇକଲ୍‌ର ନୂଆ ଯୁଗକୁ ପ୍ରତିଫଳିତ କରୁଛି ଯାହା କନେକ୍ଟେଡ୍‌, କଷ୍ଟମାଇଜେବଲ୍ ଓ ସ୍ଥାୟିତ୍ୱ ପ୍ରତି ପ୍ରତିବଦ୍ଧ ରହିଛି। ଆମର ଆପାଚୀ ଚାଳକ ଗୋଷ୍ଠୀ ପାଇଁ ଉନ୍ନତ ଅନୁଭୂତି ଆଣିଥିବାରୁ ଆମେ ଗର୍ବିତ, ଯେଉଁମାନେ ପ୍ରତିଦିନ ନିଜ ପରିସୀମା ଆଗକୁ ବଢ଼ାଉଛନ୍ତି।”
ଏହି ମୋଟରସାଇକଲ୍ ୯୭୦୦ ଆର୍‌ପିଏମ୍‌ରେ ୩୫.୬ ପିଏସ୍ ଓ ୬୬୫୦ ଆର୍‌ପିଏମ୍‌ରେ ୨୭୮.୭ ଏନ୍‌ଏମ୍ ଉତ୍ପନ୍ନ କରୁଛି। ଏହାର ବେସ୍ ଭାରିଆଂଟ୍‌ର ମୂଲ୍ୟ ୨,୩୯,୯୯୦ ଟଙ୍କା, ଟପ୍ ଭାରିଆଂଟ୍‌ର ମୂଲ୍ୟ ୨,୫୭,୦୦୦ ଟଙ୍କା ଓ ବିଟିଓ ମଡେଲ୍ ଦାମ୍ ୨,୭୫,୦୦୦ ଟଙ୍କା ରହିଛି। ଏହି ମୋଟରସାଇକଲ୍ ପାଂଚଟି ଭାରିଆଂଟ୍‌ରେ ପ୍ରମୁଖ ମେଟ୍ରୋ ସହରଗୁଡ଼ିକରେ ୨୦୨୫ ଜୁଲାଇ ୧୬ରୁ ଉପଲବ୍ଧ ହେଉଛି।


Share It

Comments are closed.