ଟିଭିଏସ୍ ମୋଟର କମ୍ପାନି ପକ୍ଷରୁ ଟିଭିଏସ ଏନଟର୍କ ୧୫୦ ଉନ୍ମୋଚିତ ଭାରତର ଦ୍ରୁତତମ ଏବଂ ପ୍ରଥମ ହାଇପର ସ୍ପୋର୍ଟ ସ୍କୁଟର୍‌

Share It

ଭୁବନେଶ୍ୱର: ଦୁଇଚକିଆ ଏବଂ ତିନି-ଚକ ଯାନର ଏକ ବିଶ୍ୱସ୍ତରୀୟ ଲିଡର ଟିଭିଏସ୍ ମୋଟର୍ କମ୍ପାନି (ଟିଭିଏସଏମ) ଭାରତର ଦ୍ରୁତତମ ହାଇପର୍ ସ୍ପୋର୍ଟସ୍ ସ୍କୁଟର୍ ଟିଭିଏସ୍ ଏନଟର୍କ ୧୫୦ର ଉନ୍ମୋଚନ ଘୋଷଣା କରିଛି। ୧୪୯.୭ ସିସିର ରେସ୍ ଆଧାରିତ ଇଞ୍ଜିନ୍ ଦ୍ୱାରା ଚାଳିତ ଏବଂ ଷ୍ଟିଲଥ ଏୟାରକ୍ରାଫ୍ଟ୍ ଡିଜାଇନରୁ ଅନୁପ୍ରାଣିତ ଏହି ସ୍କୁଟରଟି ଉଚ୍ଚ ପ୍ରଦର୍ଶନ, ସ୍ପୋର୍ଟି ସୌନ୍ଦର୍ଯ୍ୟ ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିର ମିଶ୍ରଣ ଯାହା ରାଇଡରମାନଙ୍କ ଏକ ନୂଆ ପିଢ଼ିକୁ ସେବା ପ୍ରଦାନ କରିବ। ଏହାର ଏକ ବିଶେଷ ପ୍ରାରମ୍ଭିକ ମୂଲ୍ୟ ୧,୧୯,୦୦୦ ଟଙ୍କା (ଏକ୍ସ-ଶୋରୁମ୍‌, ସାରା ଭାରତ) ରହିଛି।
ଟିଭିଏସ୍ ଏନଟର୍କ କାହାଣୀରେ ସର୍ବଦା ଚକିତ କରିବା ଭାବ ଉପରେ ଗଠିତ ଏହି ନୂତନ ସ୍କୁଟରଟି ଆଉ ଏକ ଭବିଷ୍ୟତ ଆଇକନ୍ ହେବ। ଏହାର ମଲ୍ଟି ପଏଂଟ ପ୍ରୋଜେକ୍ଟର୍ ହେଡଲ୍ୟାମ୍ପ୍‌, ଏୟାରୋଡାଇନାମିକ୍ ୱିଙ୍ଗଲେଟ୍‌, ରଙ୍ଗିନ ଆଲୟ ଚକ, ଏବଂ ସିଗନେଚର୍ ମଫଲର୍ ନୋଟ ଏହାର ରେସିଂ ଡିଏନଏକୁ ଉଜ୍ଜ୍ୱଳ କରିଛି ଏବଂ ଆଲେକ୍ସା ଏବଂ ସ୍ମାର୍ଟୱାଚ୍ ସମନ୍ୱୟ, ଲାଇଭ୍ ଟ୍ରାକିଂ, ନେଭିଗେସନ୍‌, ଏବଂ ଓଟିଏ ଅପଡେଟ୍ ପରି ୫୦ରୁ ଅଧିକ ସ୍ମାର୍ଟ୍ ବୈଶିଷ୍ଟ୍ୟ ସହିତ ଏକ ହାଇ-ରେସ୍ ଟିଏଫଟି କ୍ଲଷ୍ଟର୍ ଏହାକୁ ଏହାର ଶ୍ରେଣୀର ସବୁଠାରୁ ଉନ୍ନତ ସ୍କୁଟର୍ ଭାବରେ ଗଢ଼ି ତୋଳିଛି।
ଏହାର ଶୁଭାରମ୍ଭ ଅବସରରେ ଟିଭିଏସ୍ ମୋଟର କମ୍ପାନିର ବରିଷ୍ଠ ଉପସଭାପତି ଓ ମୁଖ୍ୟ-କମ୍ୟୁଟର୍ ଏବଂ ଇଭି ବିଜନେସ୍ ଏବଂ ମୁଖ୍ୟ- କର୍ପୋରେଟ୍ ବ୍ରାଣ୍ଡ୍ ଓ ମିଡିଆ ଶ୍ରୀ ଅନିରୁଦ୍ଧ ହଲଦାର କହିଛନ୍ତି ଯେ, ‘ଦୁଇ ନିୟୁତରୁ ଅଧିକ ଏନଟର୍କ ଗ୍ରାହକ ଏବଂ ୫୦ରୁ ଅଧିକ ସ୍ୱ-ପରିଚାଳିତ ରାଇଡ୍ ଗ୍ରୁପ୍ ଏବଂ ସମ୍ପ୍ରଦାୟ ସହ ଭାରତର ସବୁଠାରୁ ପ୍ରିୟ ଏବଂ ଆଇକନିକ୍ ଅଟୋମୋଟିଭ୍ ବ୍ରାଣ୍ଡ୍ ଏବଂ ଏହାର ରାଇଡରମାନଙ୍କ ମଧ୍ୟରେ ଗଠିତ ସମ୍ପର୍କକୁ ବ୍ୟାଖ୍ୟା କରୁଛି। ଟିଭିଏସ୍ ଏନଟର୍କ ଆକର୍ଷଣୀୟ ଡିଜାଇନ୍‌, ଉତ୍କୃଷ୍ଟ ପ୍ରଦର୍ଶନ ଏବଂ ନୂତନ ୟୁଗର ପ୍ରଯୁକ୍ତିକୁ ସମର୍ଥନ କରୁଛି। ସମ୍ପୂର୍ଣ୍ଣ ନୂତନ ଟିଭିଏସ୍ ଏନଟର୍କ ୧୫୦ର ପରିଚୟ ଜେନ୍ ଜେଡଙ୍କ ବିକଶିତ ଉଚ୍ଚ-ପ୍ରଦର୍ଶନ ଆକାଂକ୍ଷାକୁ ପୂରଣ କରିବା ଉଦ୍ଦେଶ୍ୟ ରଖି ପ୍ରସ୍ତୁତ କରାଯାଇଛି। ଟିଭିଏସ୍ ଏନଟର୍କ ୧୫୦ ଭାରତର ପ୍ରଥମ ହାଇପର୍ ସ୍ପୋର୍ଟ ସ୍କୁଟର୍ ଯାହାର ହାଇପର୍ ଭବିଷ୍ୟତଧର୍ମୀ ଡିଜାଇନ୍‌, ହାଇପର୍ ଟ୍ୟୁନଡ ପ୍ରଦର୍ଶନ ଏବଂ ହାଇପର୍ କନେକ୍ଟେଡ୍ ପ୍ରଯୁକ୍ତି ଏହାର ରାଇଡରମାନଙ୍କୁ ରୋମାଂଚିତ କରିବ ଏବଂ ଟିଭିଏସ୍ ଏନଟର୍କ ବ୍ରାଣ୍ଡ୍ ଫ୍ରାଂଚାଇଜିକୁ ବିଶେଷ ଭାବରେ ଶକ୍ତିଶାଳୀ ଏବଂ ପ୍ରସାରିତ କରିବ।’’
ପ୍ରଦର୍ଶନ
ଟିଭିଏସ୍ ଏନଟର୍କ ୧୫୦ ଏକ ୧୪୯.୭ ସିସି, ଏୟାରକୁଲଡ, ଓ୩ସି ଟେକ୍ ଇଞ୍ଜିନ୍ ଦ୍ୱାରା ଚାଳିତ ଯାହା ୭୦୦୦ ଆରପିଏମ ରେ ୧୩.୨ ପିଏସ ଏବଂ ୫,୫୦୦ ଆରପିଏମରେ ୧୪.୨ ଏନଏମ ଟର୍କ୍ ପ୍ରଦାନ କରୁଛି। ମାତ୍ର ୬.୩ ସେକେଣ୍ଡରେ ୦-୬୦ କେଏମ/ଏଚରେ ତ୍ୱରାନ୍ୱିତ ହୋଇ ଏବଂ ୧୦୪ କେଏମ/ଏଚର ଏକ ଶୀର୍ଷ ଗତିକୁ ବଢ଼ାଉଛି ଏବଂ ଏହା ଏହାର ଶ୍ରେଣୀର ସବୁଠାରୁ ଦ୍ରୁତତମ ସ୍କୁଟର୍ ଭାବରେ ଉଭା ହୋଇଛି।
ସ୍ପୋର୍ଟି ଏବଂ ଭବିଷ୍ୟତମୁଖୀ ଡିଜାଇନ୍‌
ଷ୍ଟିଲଥ ଏୟାରକ୍ରାଫ୍ଟରୁ ଅନୁପ୍ରାଣିତ ଟିଭିଏସ୍ ଏନଟର୍କ ୧୫୦ ରେ ମଲ୍ଟିପଏଂଟ ପ୍ରୋଜେକ୍ଟର୍ ହେଡଲ୍ୟାମ୍ପ୍‌, ସ୍ପୋର୍ଟି ଟେଲ୍ ଲ୍ୟାମ୍ପ୍‌, ଏୟାରୋଡାଇନାମିକ୍ ୱିଙ୍ଗଲେଟ୍‌, ସିଗନେଚର୍ ନୋଟ ସହିତ ଏକ ଉନ୍ନତ ମଫଲର୍ ନେକେଡ୍ ହ୍ୟାଣ୍ଡଲବାର୍ ଏବଂ ରଙ୍ଗୀନ ଆଲୟ ଚକ ରହିଛି।
– ଆକ୍ରମଣାତ୍ମକ, ପ୍ରିଡାଟର ପ୍ରସ୍ତୁତ ଭଙ୍ଗୀ ସହିତ ଫରୱାର୍ଡ୍‌-ବାୟାସଡ ଷ୍ଟାନ୍ସ।
– ଏରୋଡାଇନାମିକ୍ ଦକ୍ଷତା ଏବଂ ସୌନ୍ଦର୍ଯ୍ୟପୂର୍ଣ୍ଣ ଗତି ପାଇଁ ଖୋଦିତ ଆରୋହେଡ ସାମ୍ନା ଆକୃତି
– ନେକେଡ୍ ମୋଟରସାଇକଲ୍‌-ଷ୍ଟାଇଲ ହ୍ୟାଣ୍ଡଲବାର୍ ରାଇଡର୍ ନିୟନ୍ତ୍ରଣ ବୃଦ୍ଧି କରିବ ଏବଂ ଏକ କନେକ୍ଟେଡ୍ ଅନୁଭୂତି ପ୍ରଦାନ କରିବ
– ଜେଟ୍‌-ଅନୁପ୍ରାଣିତ ଭେଂଟ ଏବଂ ସଂଯୁକ୍ତ ୱିଙ୍ଗଲେଟ୍ ଏହାର ରେସ୍‌-ବିଡ ସ୍ୱତନ୍ତ୍ରତାକୁ ଶକ୍ତିଶାଳୀ କରିବ
– ଉନ୍ନତ ଆଲୋକସଜ୍ଜା ପ୍ରଦାନ କରୁଥିବା ମଲ୍ଟିପଏଂଟ ପ୍ରୋଜେକ୍ଟର୍ ହେଡଲ୍ୟାମ୍ପ୍‌।
– ସିଗନେଚର୍ ‘ଟି’ ଟେଲଲ୍ୟାମ୍ପ୍‌, ଭିନ୍ନ ଏବଂ ଉନ୍ନତ ଦେଖାଯିବା ପାଇଁ ଡିଜାଇନ୍ କରାଯାଇଛି।
– ଗେମିଂ କନସୋଲ ଅନୁପ୍ରାଣିତ ହାଇ-ରେସ୍ ଟିଏଫଟି
– ସ୍ପୋର୍ଟ୍‌-ଟ୍ୟୁନଡ ସସପେନସନ, ହାଲୁକା ଆଲୟ ଏବଂ ଏକ ପ୍ରଦର୍ଶନକାରୀ ଏକଜଷ୍ଟ ଯାହା ଏହାକୁ ସୁନ୍ଦର ଓ କାର୍ଯ୍ୟଦକ୍ଷତାକୁ ସ୍ପୋର୍ଟି ଚରିତ୍ରକୁ ସୁହାଇବ
ନୂଆ ଯୁଗର ରାଇଡର୍ ପାଇଁ ଟେକ୍‌-ପ୍ୟାକ୍‌
ଏକ ହାଇ-ରେସ୍ ଟିଏଫଟି କ୍ଲଷ୍ଟର୍ ଏବଂ ଟିଭିଏସ୍ ସ୍ମାର୍ଟସନେକ୍ଟ ସହିତ ସଜ୍ଜିତ ଟିଭିଏସ୍ ଏନଟର୍କ୧୫୦ରେ ଆଲେକ୍ସା ଏବଂ ସ୍ମାର୍ଟୱାଚ୍ ଇଂଟିଗ୍ରେସନ୍‌, ଟର୍ନ୍‌-ବାଇ-ଟର୍ନ୍ ନେଭିଗେସନ୍‌, ଯାନ ଟ୍ରାକିଂ, ଶେଷ ପାର୍କିଂ ସ୍ଥାନ, କଲ୍‌, ବାର୍ତା/ସୋସିଆଲ୍ ମିଡିଆ ଆଲର୍ଟ, ରାଇଡ୍ ମୋଡ୍‌, ଓଟିଏ ଅପଡେଟ୍ ଏବଂ କଷ୍ଟମ୍ ୱିଜେଟ୍ ସହିତ ୫୦ରୁ ଅଧିକ କନେକ୍ଟେଡ୍ ସୁବିଧା ପ୍ରଦାନ କରୁଛି। ୪-ଉପାୟ ନେଭିଗେସନ୍ ସ୍ୱିଚ୍ ସହିତ ଅଡପଟିଭ ଟିଏଫଟି ଡିସପ୍ଲେ ଏବଂ ସଂଯୁକ୍ତ ଟେଲିମ୍ୟାଟିକ୍ ଏହାକୁ ଭାରତର ସବୁଠାରୁ ଉନ୍ନତ ସ୍କୁଟର୍ ଇଂଟରଫେସ୍ ଭାବରେ ଗଢି ତୋଳିଛି।
ସୁରକ୍ଷା ଏବଂ ସୁବିଧା
ସ୍କୁଟରଟି ଏବିଏସ ଏବଂ ଟ୍ରାକ୍ସନ୍ କଂଟ୍ରୋଲ୍ (ବର୍ଗରେ ପ୍ରଥମ), ଦୁର୍ଘଟଣା ଏବଂ ଚୋରି ଆଲର୍ଟ, ହାଜାର୍ଡ ଲ୍ୟାମ୍ପ, ଜରୁରୀକାଳୀନ ବ୍ରେକ୍ ସତର୍କତା ଏବଂ ଫଲୋ-ମି ହେଡଲ୍ୟାମ୍ପ୍ ସହିତ ରାଇଡର୍ ଆତ୍ମବିଶ୍ୱାସ ନିଶ୍ଚିତ କରୁଛି। ଟେଲିସ୍କୋପିକ୍ ସସପେନସନ, ଆଡଜଷ୍ଟ ହୋଇପାରୁଥିବା ବ୍ରେକ୍ ଲିଭର, ଏକ ପେଟେଂଟ ଯୁକ୍ତ ଇ-ଜେଡ ସେଂଟର ଷ୍ଟାଣ୍ଡ ଏବଂ ୨୨ ଏଲ ଆସନ ତଳେ ଷ୍ଟୋରେଜ ମାଧ୍ୟମରେ ସୁବିଧା ବୃଦ୍ଧି ପାଇଛି।
ରଙ୍ଗ ପାଲେଟ୍‌
– ଟିଭିଏସ୍ ଏନଟର୍କ ୧୫୦ ଦୁଇଟି ଦୁଇଟି ଭାରିଆଂଟରେ ପ୍ରଦାନ କରାଯିବ:
– ଟିଭିଏସ୍ ଏନଟର୍କ ୧୫୦ ଷ୍ଟିଲଥ ସିଲଭର, ରେସିଂ ରେଡ୍‌, ଟର୍ବୋ ବ୍ଲୁ
– ଟିଏଫଟି କ୍ଲଷ୍ଟର୍ ସହିତ ଟିଭିଏସ୍ ଏନଟର୍କ ୧୫୦ – ନାଇଟ୍ରୋ ଗ୍ରିନ୍‌, ରେସିଂ ରେଡ୍‌, ଟର୍ବୋ ବ୍ଲୁ


Share It

Comments are closed.