ଟିଭିଏସ୍ ମୋଟର କଂପାନି ପକ୍ଷରୁ ସ୍ମାର୍ଟ-ଏକ୍ସୋନେଟ୍ ପ୍ରଯୁକ୍ତି ସହିତ ଟିଭିଏସ୍ ଜୁପିଟର ୧୨୫ ଉନ୍ମୋଚିତ


ଭୁବନେଶ୍ୱର: ଦୁନିଆର ଅଗ୍ରଣୀ ଦୁଇଚକିଆ ଓ ତିନିଚକିଆ ଯାନ ନିର୍ମାତା ଟିଭିଏସ୍ ମୋଟର କଂପାନି ପକ୍ଷରୁ ନୂଆ ଟିଭିଏସ୍ ଜୁପିଟର ୧୨୫କୁ ଉନ୍ମୋଚନ କରାଯାଇଛି ଯେଉଁଥିରେ ସ୍ମାର୍ଟଏକ୍ସୋନେଟ୍ ପ୍ରଯୁକ୍ତି ରହିଛି । ଏଥିରେ ଉନ୍ନତ କନେକ୍ଟ ସୁବିଧା ରହିଛି ଯାହା ଏହି କ୍ଷେତ୍ରରେ ନୂତନ ମାନଦଣ୍ଡ ଧାର୍ଯ୍ୟ କରିବ । ଏହା ଏଲିଗାଂଟ୍ ରେଡ୍ ଓ ମ୍ୟାଟ୍ କପର୍ ବ୍ରୋଞ୍ଜ ଭଳି ଦୁଇଟି ନୂଆ ରଙ୍ଗରେ ଉପଲବ୍ଧ ହୋଇଛି ।
ଟିଭିଏସ୍ ଜୁପିଟର ୧୨୫ ସ୍ମାର୍ଟ-ଏକ୍ସୋନେଟ୍‌ରେ ରହିଛି ବ୍ଲୁ ଟୁଥ୍ ସଂଯୋଗ ଥିବା ଟିଏଫ୍‌ଟି ଡିଜିଟାଲ୍ କ୍ଲଷ୍ଟର, ଏଥିସହିତ ସ୍ମାର୍ଟଏକ୍ସଟକ୍ ଓ ସ୍ମାର୍ଟଏକ୍ସଟ୍ରାକ୍ ଯାହା ସ୍କୁଟର ଗ୍ରାହକଙ୍କ ପ୍ରିମିୟମ ଯାତ୍ରାକୁ ସୁଦୃଢ଼ କରିବ । ଏଥିରେ ବହୁ ଉନ୍ନତ ସୁବିଧାସୁଯୋଗ ରହିଛି ଯାହା ଏକ ଉତ୍କୃଷ୍ଟ ଗାଡ଼ିଚାଳନା ଅନୁଭବ ପ୍ରଦାନ କରିବ । ଏହି ଉନ୍ନତ ପ୍ରଯୁକ୍ତି ଏକ ଆରାମଦାୟକ, ସୁବିଧାଜନକ ଓ ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବ, ଯାହା ଗ୍ରାହକମାନଙ୍କୁ ଦୁନିଆ ସହ ସଦାସର୍ବଦା ସଂଯୋଗରେ ରହିବେ । ଏଥିରେ ମୋବାଇଲ୍ ଚାର୍ଜିଂ ସୁବିଧା ରହିଛି ଯାହା ଯୋଗାଯୋଗରେ ରହିବା ଦକ୍ଷତାରେ ଉନ୍ନତି ଆଣିବ ।
ଏହାର ଉନ୍ମୋଚନ ଅବସରରେ ଟିଭିଏସ୍ ମୋଟର କଂପାନିର ବରିଷ୍ଠ ଉପସଭାପତି-କମ୍ୟୁଟର୍ସ, କର୍ପୋରେଟ୍ ବ୍ରାଣ୍ଡ୍ ଓ ଡିଲର ଟ୍ରାନ୍ସଫର୍ମେସନ ଶ୍ରୀ ଅନିରୁଦ୍ଧ ହାଲଦର କହିଛନ୍ତି ଯେ, “ଆଜିର ଦ୍ରୁତ ଗତିଶୀଳ ଦୁନିଆରେ ଯୋଗାଯୋଗରେ ରହିବା ଜୀବନର ଏକ ମାଧ୍ୟମ ପାଲଟିଛି । ଯେତେବେଳେ ଦୁଇଚକିଆ ଯାନ ଚଲାଉଛନ୍ତି ବୋଧହୁଏ କେବଳ ସେହି ସମୟରେ ଆପଣ ଯୋଗାଯୋଗରେ ରହିପାରୁନାହାନ୍ତି । ଆପଣ ଯିବାଆସିବା କରିବା ସମୟରେ ନିରବଚ୍ଛିନ୍ନ ଯୋଗାଯୋଗରେ ରହିବା ପାଇଁ ସ୍ମାର୍ଟ-ଏକ୍ସୋନେଟ୍ ସହିତ ଟିଭିଏସ୍ ଜୁପିଟର ୧୨୫କୁ ଉନ୍ମୋଚନ କରାଯାଇଛି । ଆମର ଅଭିନବ ଯୋଗାଯୋଗ ସୁବିଧା ସ୍ମାର୍ଟ-ଟକ୍ ଓ ସ୍ମାର୍ଟ-ଟ୍ରାକ୍ ସହିତ ଯାତାୟାତ ପୂର୍ବାପେକ୍ଷ ବଦଳିଯିବ । ଆମର ବିଶ୍ୱାସ ରହିଛି ଯେ “ଯୋଗାଯୋଗରେ ରହନ୍ତୁ, ଫାଇଦାରେ ରୁହନ୍ତୁ’ ଯାତ୍ରାରେ ଆମ ଗ୍ରାହକମାନେ ଟିଭିଏସ୍ ଜୁପିଟର ୧୨୫ର ସ୍ମାର୍ଟଏକ୍ସୋନେଟ୍ ସହ ଗାଡ଼ିଚାଳନାର ଭବିଷ୍ୟତକୁ ଅନୁଭବ କରିପାରିବେ ।”
ନୂଆ ଟିଭିଏସ୍ ଜୁପିଟର ୧୨୫ରେ ରହିଛି ରଙ୍ଗିନ ହାଇବ୍ରିଡ୍ କନ୍‌ସୋଲ୍‌, ଭଏସ୍ ଆସିଷ୍ଟ୍‌, କଲ୍ ଓ ମେସେଜ୍ ଆଲର୍ଟ, ଟ୍ରାଫିକ୍ ଟାଇମ୍ ସ୍କ୍ରିନ୍ ଯେଉଁଥିରେ କ୍ରିକେଟ୍ ସ୍କୋର, ଖବର ଜାଣିହେବ ଏବଂ ଡିଟିଇ (କେତେ ଦୂର ପରେ ଟାଙ୍କି ଖାଲି ହେବ) ସୁବିଧା । ଏହା ସହିତ ଫଲୋ ମି ହେଡ୍‌ଲ୍ୟାମ୍ପ୍‌, ହାରାହାରି ଇନ୍ଧନ ମିତବ୍ୟୟିତା, ଏବଂ ପ୍ରିମିୟମ୍ ସିଟ୍ ସହ ପିଲିଅନ୍ ପଛ ସିଟ୍‌, ଟର୍ଣ୍ଣ ବାଏ ଟର୍ଣ୍ଣ ନାଭିଗେସନ, ସୋସିଆଲ ମିଡିଆ ଆଲର୍ଟ, ଫୁଡ୍‌/ସପିଙ୍ଗ ଆପ୍ ଓ ପାଣିପାଗ ସୂଚନା ଇତ୍ୟାଦି ଭଳି ସୁବିଧା ରହିଛି । ଏହାର ଏକ୍ସ ସୋ’ରୁମ୍ ଦାମ୍ ୯୬,୮୫୫ ଟଙ୍କା ରହିଛି ।


Share It

Comments are closed.