ଟିଭିଏସ୍ ଆପାଚିର ୨୦ ବର୍ଷ ପୂର୍ତି ଅବସରରେ ଲିମିଟେଡ୍ ଏଡିସନ୍ ଓ ପ୍ରିମିୟମ୍ ଅପ୍‌ଗ୍ରେଡ୍‌ର ଶୁଭାରମ୍ଭ

Share It

ଭୁବନେଶ୍ୱର: ବିଶ୍ୱସ୍ତରୀୟ ଅଟୋମୋବାଇଲ୍ କମ୍ପାନି ଟିଭିଏସ୍ ମୋଟର କମ୍ପାନି ପକ୍ଷରୁ ଏହାର ଆଇକନିକ୍ ମୋଟରସାଇକଲ୍ ଟିଭିଏସ୍ ଆପାଚିର ୨୦ ବର୍ଷ ପୂର୍ତି ପାଳନ କରାଯାଉଛି। ଏହି ଅବସରରେ କମ୍ପାନି ପକ୍ଷରୁ ଆପାଚୀର ବିଭିନ୍ନ ମଡେଲ୍ ଯଥା ଟିଭିଏସ୍ ଆପାଚି ଆର୍‌ଟିଆର୍ ୧୬୦, ୧୮୦, ୨୦୦ ଏବଂ ଟିଭିଏସ୍ ଆପାଚୀ ଆର୍‌ଆର୍‌୩୧୦ ଓ ଆର୍‌ଟିଆର୍ ୩୧୦ର ଲିମିଟେଡ୍ ଏଡିସନ୍ ଉନ୍ମୋଚନ କରାଯାଇଥିଲା ବେଳେ ଆର୍‌ଟିଆର୍ ୧୬୦ ୪ଭି ଏବଂ ଆର୍‌ଟିଆର୍ ୨୦୦ ୪ଭିର ମାନଦଣ୍ଡକୁ ଉନ୍ନତ କରାଯାଇଛି।
ଏହି ଲିମିଟେଡ୍ ଏଡିସନ୍ ଆପାଚିଗୁଡ଼ିକ ସ୍ୱତନ୍ତ୍ର ବ୍ଲାକ୍ ସାମ୍ପେନ୍ ଗୋଲ୍‌ଡ ଲିଭରି ରଙ୍ଗ, ଡୁଆଲ୍ ଟୋନ୍ ଚକ, ୟୁଏସ୍‌ବି ଚାର୍ଜର ଓ ଆହୁରି ଅନେକ ସୁବିଧାସୁଯୋଗ ସହ ଉନ୍ମୋଚିତ ହୋଇଛି। କମ୍ପାନିର ନୂଆ ୪ଭି ଭାରିଆଂଟ୍‌ର ଆପାଚିଗୁଡ଼ିକରେ କ୍ଲାସ୍‌-ଡି ପ୍ରୋଜେକ୍ଟର ହେଡ୍‌ଲ୍ୟାମ୍ପ୍‌, ଏଲ୍‌ଇଡି ଡିଆର୍‌ଏଲ୍‌, ଚମତ୍କାର ଏଲ୍‌ଇଡି ଲାଇଟ୍‌, ୫ ଇଂଚ୍‌ର କନେକ୍ଟେଡ୍ ଟିଏଫ୍‌ଟି କ୍ଲଷ୍ଟର୍‌, ଟ୍ରାକ୍ସନ୍ କଂଟ୍ରୋଲ୍ ବ୍ୟବସ୍ଥା, ନୂଆ ରଙ୍ଗ, ଉନ୍ନତ ସୁରକ୍ଷା ବ୍ୟବସ୍ଥା ଏବଂ ଆକର୍ଷଣୀୟ ଗ୍ରାଫିକ୍ସ ବ୍ୟବହାର କରାଯାଇଛି। ଆପାଚି ବ୍ରାଣ୍ଡ୍ ସାରା ବିଶ୍ୱର ୮୦ଟି ଦେଶରେ ୬.୫ ନିୟୁତରୁ ଅଧିକ ଗ୍ରାହକଙ୍କ ବିଶ୍ୱାସ ଜିତିପାରିଛି।
ଏ ସମ୍ପର୍କରେ ଟିଭିଏସ୍ ମୋଟର୍ କମ୍ପାନିର ନିର୍ଦେଶକ ଓ ସିିଇଓ କେ ଏନ୍ ରାଧାକ୍ରିଷ୍ଣନ୍ କହିଛନ୍ତି ଯେ, “ସାରା ଦୁନିଆର ୬.୫ ନିୟୁତ ଦୃଢ଼ ଟିଭଏସ୍ ଆପାଚି କମ୍ୟୁନିଟି ପ୍ରତି ଆମେ ଗଭୀର ଭାବେ କୃତଜ୍ଞ ଯେଉଁମାନଙ୍କ ଅତୁଟ ବିଶ୍ୱାସ ଓ ଅଭିଳାଷ ଗତ ଦୁଇ ଦଶନ୍ଧିରେ ଆମ ଯାତ୍ରାକୁ ଏକ ସ୍ୱରୂପ ପ୍ରଦାନ କରିଛି। ପ୍ରଦର୍ଶନ ଓ ଦ୍ରୁତଗାମୀ ପ୍ରତିି ସେମାନଙ୍କ ଭଲ ପାଇବା ଟିଭିଏସ୍ ଆପାଚିକୁ ସାରା ବିଶ୍ୱର ଅନ୍ୟତମ ଦ୍ରୁତ ଗତିରେ ବଢ଼ୁଥିବା ସ୍ପୋର୍ଟସ୍ ମୋଟରସାଇକଲ୍ ବ୍ରାଣ୍ଡ୍‌ରେ ପରିଣତ କରିଛି। ଏହି ମାଇଲଖୁଂଟର ଶ୍ରେୟ ଟିଭିଏସ୍ ମୋଟର କମ୍ପାନିର ସମସ୍ତଙ୍କର ରହିଛି ଯଥା ଆମ ଇଞ୍ଜିନିୟର, ଡିଜାଇନର, କାରଖାନା ଟିମ୍‌, ଡିଲର୍‌, ଯୋଗାଣକାରୀ ଏବଂ ସହଯୋଗୀ, ଯେଉଁମାନେ ପ୍ରତିଦିନ ନବସୃଜନର ସୀମାକୁ ବଢ଼ାଇଛନ୍ତି। ଆମେ ଭବିଷ୍ୟତକୁ ଦେଖିବା ବେଳେ ନୂଆ ବର୍ଗରେ ପ୍ରବେଶ କରି ଆପାଚି ପରମ୍ପରାକୁ ଆଗକୁ ବଢ଼ାଇବା ଉପରେ ଧ୍ୟାନ ଦେଉଛୁ, ନୂୂଆ ବଜାରରେ ପ୍ରବେଶ କରୁଛୁ ଏବଂ କମ୍ୟୁନିଟି ଗଠନ କରୁଛୁ ଯାହା ପରବର୍ତୀ ପିଢ଼ିର ରାଇଡର୍‌ମାନଙ୍କୁ ଅନୁପ୍ରାଣିତ କରିବ।’’

୨୦୦୫ରେ ଶୁଭାରମ୍ଭ ହେବା ପରଠାରୁ ଟିଭିଏସ୍ ଆପାଚି ଭାରତର ପ୍ରିମିୟମ୍ ମୋଟରସାଇକଲ୍ କ୍ଷେତ୍ରରେ ନୂଆ ମାନଦଣ୍ଡ ନିର୍ଧାରଣ କରିଥିବା ବେଳେ ଏହାର ସିଗ୍ନେଚର “ଟ୍ରାକ୍‌ରୁ ସଡ଼କ’ ଦର୍ଶନ ସହିତ ଯୁବ ସଂସ୍କୃତିକୁ ଆକାର ପ୍ରଦାନ କରୁଛି।
ଏ ସମ୍ପର୍କରେ ଟିଭିଏସ୍ ମୋଟର କମ୍ପାନିର ପ୍ରିମିୟମ୍ ମୋଟରସାଇକଲ୍‌ର ବ୍ୟବସାୟ ମୁଖ୍ୟ ଶ୍ରୀ ବିମଳ ସୁମ୍ବଲି କହିଛନ୍ତି ଯେ, “ଦୁଇ ଦଶନ୍ଧି ଧରି ଟିଭିଏସ୍ ଆପାଚି ପ୍ରଦର୍ଶନ ଓ ନବସୃଜନର ପଥ ପ୍ରଦର୍ଶକ ରହିଛି ଏବଂ ଏହି ମାଇଲଖୁଂଟର ଶ୍ରେୟ ସେହି ସମସ୍ତ ରାଇଡରଙ୍କୁ ଯାଉଛି ଯେଉଁମାନେ ଆମ ଯାତ୍ରାର ଅଂଶ ହୋଇଛନ୍ତି।। ଏହି ପରମ୍ପରାର ୨୦ ବର୍ଷ ପୂର୍ତି ପାଳନ କରିବା ବେଳେ ଆମେ ଏବେ ଏକ ଲିମିଟେଡ୍ ବାର୍ଷିକୀ ଏଡିସନ୍‌ର ଶୁଭାରମ୍ଭ କରିବା ସହ ଟିଭିଏସ୍ ଆପାଚି ଆର୍‌ଟିଆର୍ ୧୬୦ ୪ଭି ଏବଂ ଟିଭିଏସ୍ ଆପାଚୀ ଆର୍‌ଟିଆର୍ ୨୦୦ ୪ଭିର ନୂଆ ଶୀର୍ଷ ଭାରିଆଂଟ୍‌କୁ ପରବର୍ତୀ ପିଢ଼ିର ମୋଟରସାଇକଲ୍‌କୁ ଅନୁପ୍ରାଣିତ କରିବାକୁ ପ୍ରସ୍ତୁତ କରାଯାଇଛି। ଏହି ସଫଳତା ହେଉଛି ସାରା ଟିଭିଏସ୍ ପରିବାର ପାଇଁ ଏକ ଉତ୍ସବ। ଏହା ହେଉଛି ଏକ ବିଶ୍ୱସ୍ତରୀୟ କମ୍ୟୁନିଟି ଯାହା ଅଭିଳାଷ, ପ୍ରଦର୍ଶନ ଏବଂ ଅଟକି ନଥିବା ଗାଡ଼ିଚାଳନା ଭାବନା ଦ୍ୱାରା ଏକଜୁଟ ହୋଇଛନ୍ତି।’’
ଏହାର ବିଭିନ୍ନ ମଡେଲ୍‌ର ଦାମ୍ ୧,୨୮,୪୯୦ ଟଙ୍କାରୁ ଆରମ୍ଭ ହୋଇଛି।


Share It

Comments are closed.