ପରଲୋକରେ ଟେଲି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ


ଟେଲିଭିଜନ ଦୁନିଆର ଜଣାଶୁଣା ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ହୃଦଘାତରେ ମୃତ୍ୟୁ ମୃତ୍ୟୁ। ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା। କୁହାଯାଉଛି ଯେ, ଶୁକ୍ରବାର ସକାଳେ ସେ ଜିମ୍‌ରେ ଓ୍ବାର୍କଆଉଟ୍‌ କରୁଥିଲେ, ସେହି ସମୟରେ ତାଙ୍କ ହୃଦଘାତ ଆସିଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ରାଜୁ ଶ୍ରୀବାସ୍ତବ ଓ ଦୀପେଶ ଭାନ୍‌ଙ୍କ ପରେ ଏହା ତୃତୀୟ ମୃତ୍ୟୁ, ଯେତେବେଳେ ଜିମ୍‌ରେ ଓ୍ବାର୍କଆଉଟ୍‌ କରିବା ସମୟରେ କୌଣସି ଅଭିନେତାଙ୍କର ଏଭଳି ମୃତ୍ୟୁ ହୋଇଛି।

ସିଦ୍ଧାନ୍ତ ଟେଲି ଦୁନିଆର ଜଣେ ଜଣାଶୁଣା ଅଭିନେତା। ସେ କୁସୁମ୍, ବାରିସ୍‌ ଓ ସୂର୍ଯ୍ୟପୁତ୍ର କର୍ଣ୍ଣ’ ଭଳି ସିରିୟଲରେ ଅଭିନୟ କରି ଖୁବ୍ ପପୁଲାର ହୋଇଥିଲେ। ଟେଲି ଅଭିନେତା ଜୟ ଭାନୁଶାଲୀ ଏହି ଦୁଃଖଦ ଖବର ସମ୍ପର୍କରେ ଜଣାଇଛନ୍ତି। ସିଦ୍ଧାନ୍ତ ତାଙ୍କ ପତ୍ନୀ ଓ ଦୁଇ ସନ୍ତାନଙ୍କୁ ଛାଡି ଚାଲିଯାଇଛନ୍ତି। ଫିଟନେସ୍‌କୁ ନେଇ ସିଦ୍ଧାନ୍ତ ସବୁବେଳେ ଖୁବ୍ ସତର୍କ ଥିଲେ। ଜୟ ଭାନୁଶାଲୀ ଇନଷ୍ଟାଗ୍ରାମ୍‌ରେ ସିଦ୍ଧାନ୍ତ ବୀରଙ୍କ ଫଟୋ ସେୟାର କରି ଲେଖିଛନ୍ତି, ତୁମେ ବହୁତ ଶୀଘ୍ର ଚାଲିଗଲ। ଗଣାମଧ୍ୟମ ସହ କଥା ହୋଇ ଜୟ ଭାନୁଶାଲୀ, ସିଦ୍ଧାନ୍ତ ମୃତ୍ୟୁ ନୋଇ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମୋତେ ଜଣେ ସାଙ୍ଗଙ୍କ ପାଖରୁ ଏହି ଖବର ମିଳିଲା। ଜିମ୍‌ରେ ଓ୍ବାର୍କଆଉଟ୍ କରିବା ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

ଉଲ୍ଲେଖନୀୟ ଯେ, ସିଦ୍ଧାନ୍ତ ଜଣେ ମଡେଲ ଭାବରେ କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କୁ ଆନନ୍ଦ ସୂର୍ଯ୍ୟବଂଶୀ ଭାବରେ ମଧ୍ୟ ଜଣାଯାଏ। ‘କୁସୁମ’ ସିରିଏଲରୁ ସେ ଟିଭିରେ ଡେବ୍ୟୁ କରିଥିଲେ। ଏହାଛଡା ସିଦ୍ଧାନ୍ତ ବହୁ ପପୁଲାର ଟିଭି ଶୋ’ରେ କାମ କରି ଘରେ ଘରେ ପରିଚିତ ହୋଇଥିଲେ। ‘କସୌଟି ଜୀନ୍ଦଗି କୀ’, କୃଷ୍ଣା ଅର୍ଜନୁ’, ‘କ୍ୟା ଦିଲ୍‌ ମେଁ ହେ’ ପରେ ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ କ୍ୟାରିୟରରେ ଅଧିକ ସଫଳତା ଆଣି ଦେଇଥିଲା। ତାଙ୍କର ଶେଷ ପ୍ରୋଜେକ୍ଟ ଥିଲା ଟିଭି ଶୋ’ ‘କ୍ୟୁଁ ରିସ୍ତେ ମେ କଟ୍ଟି-ବଟ୍ଟି’ ଓ ‘ଜିଦ୍ଦି ଦିଲ୍‌’।


Share It

Comments are closed.