ସୌନ୍ଦର୍ଯ୍ୟ, ସ୍ବାସ୍ଥ୍ୟ ଓ ବ୍ୟଞ୍ଜନ ବ୍ୟତୀତ ଜୀବନର ଅନେକ ସମସ୍ୟାର ସମାଧାନ ସହ ଜଡ଼ିତ ହଳଦୀ


ଭାରତୀୟ ପରମ୍ପରାରେ ହଳଦୀର ଏକ ବିଶଷ ମହତ୍ବ ରହିଥାଏ।
ସୌନ୍ଦର୍ଯ୍ୟ ହେଉ କିମ୍ବା ବ୍ୟଞ୍ଜନ ହଳଦୀ ବିନା ସବୁକିଛି ଫିକା ଲାଗିଥାଏ । ତେବେ ଏହାର ସ୍ବାସ୍ଥ୍ୟଗତ ଉପକାରିତା ମଧ୍ୟ ରହିଥାଏ ହଳଦୀ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ହଳଦୀର ଅନେକ ମହତ୍ତ୍ୱ ରହିଛି। ହଳଦୀ କେବଳ ଏକ ମସଲା ନୁହେଁ ବରଂ ଏହା ଗ୍ରହ ସମ୍ବନ୍ଧୀୟ ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ। ଏହା ଆର୍ଥିକ ସମସ୍ୟା ମଧ୍ୟ ଦୂର କରିଥାଏ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ..

୧. ପ୍ରତି ଗୁରୁବାର ଦିନ ଘରେ ହଳଦୀ ପାଣି ଛିଞ୍ଚନ୍ତୁ। ଏହିଭଳି କଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଘରକୁ ସକାରାତ୍ମକ ଉର୍ଜା ପ୍ରବେଶ କରିଥାଏ।

୨. ଯଦି କୌଣସି ଜରୁରୀ କାମ ପାଇଁ ବାହାରକୁ ଯାଉଛନ୍ତି ତାହେଲେ ହଳଦୀର ତିଳକ ଲଗାଇ ଘରୁ ଯାଆନ୍ତୁ। ଏହାକୁ ଶୁଭ ବୋଲି ବିବେଚନା କରାଯାଏ। ହଳଦୀ ତିଳକ ଲଗାଇ ଗଲେ ସବୁ କାର୍ଯ୍ୟ ସିଦ୍ଧି ହୋଇଥାଏ ବୋଲି ମାନ୍ୟତା ରହିଛି

୩. ଘରର ଚାରିପଟେ ହଳଦୀରେ ରେଖା ଟାଣିବାକୁ ଜ୍ୟୋତିଷଶାସ୍ତ୍ରରେ ବହୁତ ଶୁଭ ବୋଲି କୁହାଯାଏ। ଏହିଭଳି କଲେ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିପାରେନାହିଁ ଓ ଘରେ ଥିବା ସକାରାତ୍ମକ ଶକ୍ତି ବଜାୟ ରହେ।

୪. ଯଦି କେହି ବ୍ୟକ୍ତି ମାନସିକ ସ୍ଥରରେ ଚିନ୍ତିତ ଥାଆନ୍ତି କିମ୍ବା ଅବସାଦଗ୍ରସ୍ତ ଥାଆନ୍ତି ତାହେଲେ ତାଙ୍କୁ ପ୍ରତିଦିନ ହଳଦୀ ପାଣିରେ ସ୍ନାନ କରିବା ଉଚିତ। ଏହାଦ୍ୱାରା ବ୍ୟକ୍ତି ଉର୍ଜାବାନ ଅନୁଭବ କରେ ବୋଲି କୁହାଯାଏ ଏବଂ ସବୁ ପ୍ରକାର ଖରାପ ଚିନ୍ତାରୁ ମଧ୍ୟ ମୁକ୍ତ ହୋଇଥାଏ।

୫. ଯଦି ଆପଣଙ୍କ କୁଣ୍ଡଳୀରେ ବୃହସ୍ପତି ଗ୍ରହ ଦୁର୍ବଳ ସ୍ଥିତିରେ ଥାଆନ୍ତି ତାହେଲେ ଏବଂ ଆପଣ ବୃହସ୍ପତିଙ୍କୁ ମଜବୁତ କରିବାକୁ ଚାହୁଁଥାନ୍ତି ତାହେଲେ ପ୍ରତିଦିନ ପୂଜା ସମୟରେ ମଣିବନ୍ଧ କିମ୍ବା ବେକରେ ହଳଦୀ ଟୀକା ଲଗାଇବା ଉଚିତ। ଏହାଦ୍ୱାରା ଗୁରୁ ଗ୍ରହ ମଜବୁତ ହୋଇଥାଏ।

୬. ହଳଦୀ କେବଳ ଉପଯୋଗ ପାଇଁ ନୁହେଁ ବରଂ ଦାନ ପାଇଁ ମଧ୍ୟ ଶୁଭ ହୋଇଥାଏ। ହଳଦୀ ଦାନ କରିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ।

୭. ଯଦି ରାତିରେ ଶୋଇବା ସମୟରେ ଖରାପ ସ୍ବପ୍ନ ଆସୁଥାଏ ତାହେଲେ ଗଣ୍ଠି ହଳଦୀରେ ନାଲି ପୂଜା ସୁତା ବାନ୍ଧି ରାତିରେ ଶୋଇବାବେଳେ ମୁଣ୍ଡ ପାଖରେ ରଖି ଦିଅନ୍ତୁ। ଏହି ଉପାୟ ଦ୍ୱାରା ଆଉ ଖରାପ ସ୍ବପ୍ନ ଆସିବନି।


Share It

Comments are closed.