ଅଭିନେତ୍ରୀ ତୁନିଶା ଶର୍ମାଙ୍କୁ ହତ୍ୟା କରାଯାଇଛି – କଙ୍ଗନା ରାଣାୱତ


ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଅକାଳ ବିୟୋଗ ସମଗ୍ର ଦେଶରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା। ଡିସେମ୍ବର ୨୪ରେ ତୁନିଶା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଅଭିନେତ୍ରୀଙ୍କ ଦେହାନ୍ତ ହେବାର ଗୋଟିଏ ଦିନ ପରେ ‘ଅଲି ବାବା ଦସ୍ତାନ-ଇ-କାବୁଲ’ରେ ତୁନିଶାଙ୍କ ସହ କାମ କରିଥିବା ଶିଜାନ ଖାନଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗରେ ଗିରଫ କରାଯାଇଥିଲା। ଉଭୟ ସିଜାନ ଓ ତୁନିଶା କିଛି ସମୟ ପାଇଁ ଡେଟିଂ କରିବା ପରେ ୧୫ ଦିନ ପୂର୍ବରୁ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ତୁନିଶାଙ୍କ ମା’ ଅଭିଯୋଗ କରିଛନ୍ତି ଯେ ଶିଜାନ ତାଙ୍କ ଝିଅକୁ ପ୍ରତାରଣା କରିଥିଲେ।

ଏବେ ଅଭିନେତ୍ରୀ କଙ୍ଗନା ରାଣାୱତ ତୁନିଶାଙ୍କ ମୃତ୍ୟୁକୁ ହତ୍ୟା ବୋଲି କହିଛନ୍ତି। ସେ କହିଛନ୍ତି, ଜଣେ ମହିଳା ସବୁକିଛି ସହି ପାରେ କିନ୍ତୁ ଶୋଷଣ, ଶାରୀରିକ ଉତ୍ପୀଡ଼ନ ଏବଂ ଦୁର୍ବ୍ୟବହାର ସହି ପାରିବ ନାହିଁ। କଙ୍ଗନା ଆହୁରି ମଧ୍ୟ କହିଛନ୍ତି, ଜଣେ ମହିଳା ଏପରି ସ୍ଥିତିରେ ନିଜର ଧାରଣାକୁ ବିଶ୍ୱାସ କରିପାରନ୍ତି ନାହିଁ ଓ ବଂଚିବା ଓ ମରିବା ମଧ୍ୟରେ କୌଣସି ପାର୍ଥକ୍ୟ ଅନୁଭବ କରିପାରନ୍ତି ନାହିଁ ଏବଂ ନିଜ ଜୀବନକୁ ଶେଷ କରିବାକୁ ନିଷ୍ପତ୍ତି ନିଅନ୍ତି।

କଙ୍ଗନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୂତନ ଆଇନ ପ୍ରସ୍ତୁତ କରିବାକୁ ଅନୁରୋଧ କରିଛନ୍ତି। ଯେପରି କୃଷ୍ଣ ଦ୍ରୌପଦୀଙ୍କ ପାଇଁ ଓ ରାମ ସୀତାଙ୍କ ପାଇଁ ଛିଡା ହୋଇଥିଲେ, ସେହିପରି ବିନା ଅନୁମତିରେ ବହୁବିବାହ ବିରୁଦ୍ଧରେ ଦୃଢ଼ ଆଇନ ପ୍ରଣୟନ ହେଉ। ମହିଳାମାନଙ୍କ ଉପରେ ଏସିଡ୍ ଆକ୍ରମଣ ଏବଂ ମହିଳାଙ୍କୁ ଅନେକ ଖଣ୍ଡରେ କାଟିବା କ୍ଷେତ୍ରରେ ହତ୍ୟାକାରୀକୁ ବିନା ବିଚାରରେ ମୃତ୍ୟୁଦଣ୍ଡ ଦେବା ଆବଶ୍ୟକ ବୋଲି କଙ୍ଗନା କହିଛନ୍ତି। ତୁନିଶାଙ୍କୁ ୨୦୧୮ରେ ଡିପ୍ରେସନ ଯୋଗୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥଲା ବୋଲି ସେ କହିଛନ୍ତି।


Share It

Comments are closed.