ଶୀତଦିନେ କେଶର ଯତ୍ନ ନେବା ପାଇଁ କରନ୍ତୁ ଏହିସବୁ ଉପାୟ


ଶୀତ ଦିନେ କେଶ ରୁକ୍ଷ ହେବା ଏକ ସାଧାରଣ କଥା । ଯଦି ଆମେ ଏହାର ଯତ୍ନ ନନେବା ତାହା ଶୁଖି ଫାଟିବା ଆରମ୍ଭ କରେ । ଅଧିକାଂଶ ଲୋକ ଶୀତଦିନେ କେବଳ ତ୍ବଚାର ଅଧିକ ଯତ୍ନ ନିଅନ୍ତି କିନ୍ତୁ କେଶ ପ୍ରତି ବିଶେଷ ଧ୍ୟାନ ଦିଅନ୍ତି ନାହିଁ । ଏହି କାରଣରୁ କେଶ ଶୁଷ୍କ ହେବା ସହ ସ୍କାଲପ ମଧ୍ୟ ଶୁଖିଯାଇଥାଏ । ଶୀତଦିନେ ତ୍ବଚା ବ୍ୟତୀତ କେଶ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ।

ଏଭଳି ପରିସ୍ଥିତିରେ, ଆସନ୍ତୁ ଜାଣିବା କିଛି ଟିପ୍ସ ବିଷୟରେ ଯାହାଦ୍ବାରା ଶୀତଦିନେ ଆପଣ ନିଜ କେଶର ବିଶେଷ ଯତ୍ନ ନେଇପାରିବେ…

ଅଲିଭ୍ ତେଲ ବ୍ୟବହାର କରନ୍ତୁ-

ଶୀତଦିନେ ଅଲିଭ୍ ତେଲ ବ୍ୟବହାର କଲେ କେଶ ସୁସ୍ଥ ରହିଥାଏ । ଦୁଇ ଚାମଚ ଅଲିଭ୍ ତେଲ ଗରମ କରି କେଶ ମୂଳକୁ ମାଲିସ୍ କରନ୍ତୁ । ଏହା କେଶ ମୂଳକୁ ଆର୍ଦ୍ର ରଖିବ । ଏହାଦ୍ବାରା ଆପଣଙ୍କ କେଶ କମ୍ ଉପୁଡିବ ।

ଲେମ୍ବୁ ଏବଂ ନଡିଆ ତେଲ-

ରୁପି ସମସ୍ୟାରୁ ରକ୍ଷା ପାଇବା ପାଇଁ ରାତିରେ ଲେମ୍ବୁ ରସ ଏବଂ ନଡିଆ ତେଲ ମିଶାଇ ମାଲିସ୍ କରନ୍ତୁ । ଏହାକୁ ରାତିସାରା ଛାଡିଦିଅନ୍ତୁ । ସକାଳେ ଶିକାକାଇ ସାମ୍ପୁ ବ୍ୟବହାର କରି ମୁଣ୍ଡ ଧୋଇ ଦିଅନ୍ତୁ । ରୁପିରୁ ମୁକ୍ତି ମିଳିବ ।

କେଶକୁ ବାନ୍ଧି ବାହାରକୁ ବାହାରନ୍ତୁ-

ଶୀତଦିନେ ଯେତେ ସମ୍ଭବ ଓଦା କେଶରେ ଘରୁ ବାହାରକୁ ଯାଆନ୍ତୁ ନାହିଁ । ସବୁବେଳେ କେଶକୁ ସଂପୂର୍ଣ୍ଣ ଶୁଖାନ୍ତୁ ଏବଂ ଘରୁ ବାହାରକୁ ଯାଆନ୍ତୁ । ଏହା କରିବା ଦ୍ବାରା ଆପଣ କେବଳ ଥଣ୍ଡା ଠାରୁ ରକ୍ଷା ପାଇବେ ନାହିଁ ବରଂ ଆପଣଙ୍କ କେଶ ମଧ୍ୟ ଶୁଷ୍କ ଏବଂ ଦୁର୍ବଳ ହେବ ନାହିଁ ।

ହେୟାର ଡ୍ରାୟର ବ୍ୟବହାର କମ୍ କରନ୍ତୁ-

ଶୀତଦିନେ କେଶ ଶୁଖାଇବା ପାଇଁ ହେୟାର ଡ୍ରାୟର ବ୍ୟବହାର କମ୍ କରନ୍ତୁ ନାହିଁ । କେଶକୁ ପ୍ରାକୃତିକ ଉପାୟରେ ଶୁଖାନ୍ତୁ । ଅତିଜରୁରୀ ସମୟରେ ଯଦି ଆପଣଙ୍କୁ ହେୟାର ଡ୍ରାୟର ବ୍ୟବହାର କରିବାକୁ ପଡିବ ତେବେ କେଶକୁ ଅଧିକ ଶୁଖାନ୍ତୁ ନାହିଁ ନଚେତ୍ କେଶ ନଷ୍ଟ ହୋଇପାରେ । ଏହା ସହ କେଶ ଜଟା ହେବାକୁ ଲାଗିଥାଏ ।


Share It

Comments are closed.