ଆମେରିକାରୁ ନିଜ ନାଗରୀକଙ୍କୁ ଫେରାଇ ନ ଆଣୁଥିବା ଦେଶ ଗୁଡ଼ିକ ଉପରେ କଠୋର ହେଲେ ଟ୍ରମ୍ପ, ଲାଗୁ କଲେ ନୂଆ ଭିଜା ପ୍ରତିବନ୍ଧକ


ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋଭିଡ-୧୯ ବିଶ୍ୱ ମହାମାରୀ ସମୟରେ ନିଜର ନାଗରୀକମାନଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ଅରାଜି କିମ୍ବା ବିଳମ୍ବ କରୁଥିବା ଦେଶର ନାଗରୀକଙ୍କ ଉପରେ ନୂଆ ଭିଜା ପ୍ରତିବନ୍ଧକ ଲଗାଇବାର ଘୋଷଣା କରିଛନ୍ତି । ଟ୍ରମ୍ପ ଶୁକ୍ରବାର ଦିନ ବୀଜା ପ୍ରତିବନ୍ଧକ ପାଇଁ ସ୍ମାରକପତ୍ର ଜାରି କରିଛନ୍ତି ଯାହା ସେହି ସମୟରୁ ପ୍ରଭାବରେ ଲାଗୁ ହୋଇଛି ଏବଂ ଚଳିତ ବର୍ଷ ୩୧ ଡିସେମ୍ବର ପର୍ଯ୍ୟନ୍ତ ପ୍ରଭାବୀ ରହିବ ।
ଟ୍ରମ୍ପ ସ୍ମାରକପତ୍ରରେ କହିଛନ୍ତି, ଯେଉଁ ଦେଶ ଗୁଡ଼କି କୋଭିଡ-୧୯ ସମୟରେ ଆମେରିକାରୁ ନିଜର ନାଗରୀକମାନଙ୍କୁ ନେବାକୁ ଅସ୍ୱୀକାର କରୁଛନ୍ତି କିମ୍ବା ବିନା କାରଣରେ ବିଳମ୍ବ କରୁଛନ୍ତି ସେମାନେ ଆମେରିକା ପାଇଁ ଅସ୍ୱୀକାର୍ଯ୍ୟ ଜନସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରୁଛନ୍ତି । ଗୃହ ସୁରକ୍ଷା ମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କୁ ସମ୍ବୋଧିତ ସ୍ମାରକପତ୍ରରେ ରାଷ୍ଟ୍ରପତି କହିଛନ୍ତି ଯେ ଆମେରିକା ସେହି ବିଦେଶୀ ନାଗରୀକମାନଙ୍କୁ ପଠାଇଦେଉ ଯେଉଁମାନେ ଆମେରିକାର ନିୟମର ଉଲଂଘନ କରୁଛନ୍ତି ।
ଏହି ପ୍ରସଙ୍ଗରେ ଗୃହ ସୁରକ୍ଷା ମନ୍ତ୍ରୀ ପ୍ରକ୍ରିୟା ଆରମ୍ଭ କରିବେ ଯେଉଁଥିରେ ସେହି ଦେଶଗୁଡ଼ିକର ପରିଚୟ କରାଯିବ ଯେଉଁମାନେ ନିଜର ନାଗରୀକଙ୍କ ସ୍ୱଦେଶ ଫେରାଇ ଆଣିବାର ଆମେରିକାର ଅନୁରୋଧକୁ ସ୍ୱୀକାର କରିନାହାନ୍ତି । ଏହାପରେ ସେ ବୈଦେଶିକ ମନ୍ତ୍ରୀଙ୍କୁ ଏହାର ସୂଚନା ଦେବେ ।
ଟ୍ରମ୍ପ କହିଛନ୍ତି ଏଭଳି ଅଧିସୂଚନା ମିଳିବାର ସାତ ଦିନ ମଧ୍ୟରେ ବୈଦେଶିକ ମନ୍ତ୍ରୀ ଏଭଳି ଦେଶଗୁଡ଼ିକ ଉପରେ ଭିଜା ପ୍ରତିବନ୍ଧକ ଲଗାଇବେ ଯେଉଁମାନେକି ନିଜ ନାଗରୀକାମାନଙ୍କୁ ଫେରାଇ ଆଣୁନାହାନ୍ତି ।


Share It

Comments are closed.