ଏବେ ପର୍ଯ୍ୟନ୍ତ ନିଜ ପରାଜୟ ସ୍ୱୀକାର କରୁ ନାହାନ୍ତି ଟ୍ରମ୍ପ, କହିଲେ ‘ମୁଁ ନିର୍ବାଚନ ଜିତିଛି’


ଆମେରିକର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନରେ ହୋଇଥିବା ନିଜର ପରାଜୟକୁ ସ୍ୱୀକାର କରିବାକୁ ନାରାଜ । ସେ ଏହାକୁ ସହି ପାରୁ ନାହାନ୍ତି ଏବଂ ଏହା ମଧ୍ୟ ମାନିବାକୁ ସେ ପ୍ରସ୍ତୁତ ନୁହଁନ୍ତି ଯେ , ସେ ଡେମୋକ୍ରେଟିକ୍‌ ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କ ଠାରୁ ନିର୍ବାଚନରେ ହାରି ଯାଇଛନ୍ତି । ଡୋନାଲ୍‌ଡ଼ ଟ୍ରମ୍ପ ସୋମବାର ଦିନ ପୁଣି ଥରେ ଜୋ ବାଇଡେନ୍‌ଙ୍କ ଠାରୁ ହାରିବା କଥାକୁ ଉଡାଇ ଦେଇଛନ୍ତି ଏବଂ ଦାବି କରି କହିଛନ୍ତି ସେ ନିର୍ବାଚନ ଜିତିଛନ୍ତି । ଏବେ ନିକଟରେ ଟ୍ରମ୍ପ ଏକ ଟ୍ୱିଟ୍‌ କରିଥିଲେ , ଯେଉଁଥିରେ ଲାଗୁଥିଲା କି ସେ ନିଜର ହାରିବା ସ୍ୱୀକାର କରି ନେଇଛନ୍ତି । କିନ୍ତୁ ଠିକ୍‌ ଏହାପରେ ସେ ଜିତି ଥିବାର ଦାବି ମଧ୍ୟ କରିଥିଲେ। ଟ୍ରମ୍ପ ସୋମବାର ଦିନ ନିଜର ଟ୍ୱିଟ୍‌ରେ ଲେଖିଥିଲେ , ମୁଁ ଏହି ନିର୍ବାଚନ ଜିତିଛି !

ସୋସିଆଲ ନେଟୱର୍କିଂ ସାଇଟ୍‌ ଟ୍ୱିଟର ଏହି ଟ୍ୱିଟ୍‌ରେ ଫ୍ଲାଗ୍‌ ଲଗାଇ ଲେଖିଛି, ଅଧିକାରୀ ସୂତ୍ର ଏହି ନିର୍ବାଚନକୁ ଭିନ୍ନ ଭିନ୍ନ ଉପାୟରେ ଟିପ୍ପଣୀ କରିଛନ୍ତି । ନିକଟରେ ଟ୍ରମ୍ପ ଟ୍ୱିଟ୍‌ କରିଥିଲେ , ସେ ( ବାଇଡେନ୍‌) ଜିତି ଗଲେ , କାରଣ ନିର୍ବାଚନ ସଠିକ୍‌ ତରିକାରେ ହୋଇନି । କୌଣସି ପର୍ଯ୍ୟବେକ୍ଷକଙ୍କୁ ସେଠାକୁ ଅନୁମତି ଦିଆଯାଇ ନାହିଁ । ଏକ ପ୍ରାଇଭେଟ୍‌ କମ୍ପାନୀ ଡୋମିନିଅନକୁ ଭୋଟର ଟାବୁଲେସନର ଦାୟିତ୍ୱ ଦିଆଯାଇଥିଲା । ଯାହାର ଖରାପ ରେପୁଟେସନ ରହିଛି ଏବଂ ଭଲ ଉପକରଣରେ ଏହି କାମ କରାଯାଇ ନାହିଁ , ଯାହା ଟେକ୍ସାସ ନିର୍ବାଚନ ( ଯେଉଁଥିରେ ବହୁ ମତରେ ଜିତିଥିଲେ ) ପାଇଁ ମଧ୍ୟ ଠିକ୍‌ ସାବ୍ୟସ୍ତ ହୋଇନଥିଲା । ନକଲି ଓ ମୁକ ମିଡ଼ିଆ । ଉଲ୍ଲେଖନୀୟ ଯେ, ଗତ ସପ୍ତାହରେ , ଆମେରିକାର ପ୍ରମୁଖ ମିଡ଼ିଆ ସଂସ୍ଥା ମାନେ ୨୭୦ ଇଲେକ୍ଟୋରଲ ଭୋଟ ହାସନ କରିବା ପରେ ଜୋ ବାଇଡେନ୍‌ଙ୍କୁ ବିଜେତା ଘୋଷିତ କରିଦେଇଥିଲେ ।


Share It

Comments are closed.