ଟ୍ରୁକଲରର ମାସିକ ସକ୍ରିୟ ଉପଭୋକ୍ତା ସଂଖ୍ୟା ୨୦୦ ମିଲିୟନ ଟପିଲା


ଭୁବନେଶ୍ୱର: ଟ୍ରୁକଲର୍ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ, ଏହି କମ୍ପାନୀ ଗତ ୪ ମାସ ମଧ୍ୟରେ ଆକର୍ଷଣୀୟ ଲାଭାଂଶ ହାସଲ କରିଛି ଏବଂ ବିଶ୍ୱବ୍ୟାପୀ ଏହାର ମାସିକ ସକ୍ରିୟ ଉପଭୋକ୍ତା (ଏମ୍‌ଏୟୁ) ସଂଖ୍ୟା ୨୦୦ ମିଲିୟନ ଟପିଛି । ଟ୍ରୁକଲର୍ ହେଉଛି ଭାରତରେ ସର୍ବବୃହତ୍ ଉପଭୋକ୍ତା ମଂଚ ଏବଂ ଏଭଳି ଦ୍ରୁତ ସମ୍ପ୍ରସାରଣ ସହ ଭାରତ ଏହି ବ୍ରାଣ୍ଡ ପାଇଁ ସ୍ପଷ୍ଟ ରୂପେ ଏକ ଘରୋଇ ବ୍ରାଣ୍ଡ । ଭାରତରେ ବିଜ୍ଞାପନ ବିକ୍ରି ଓ ପ୍ରିମିୟମ ସବସ୍କ୍ରିପସନରେ ଆକ୍ରାମକ ଅଭିବୃଦ୍ଧି, ଏହାର ରାଜସ୍ୱ ହାସଲ କ୍ଷେତ୍ରରେ ଏକ ପରିଚାଳନା ଶକ୍ତିରେ ପରିଣତ ହୋଇଛି । ଏକ ବର୍ଷ ତଳେ ଶୁଭାରମ୍ଭ ହେବା ପରଠାରୁ ଏହାର ପ୍ରିମିୟମ ସବସ୍କ୍ରିପସନରେ ଯଥେଷ୍ଟ ବୃଦ୍ଧି ଘଟିଛି । ଏହା ୧ ମିଲିୟନ ମାର୍କ ଅତିକ୍ରମ କରିସାରିଥିବା ବେଳେ ଆଗାମୀ ମାସଗୁଡିକରେ ଆଉ ୫୦% ବୃଦ୍ଧି ହେବ ବୋଲି ଆଶା କରାଯାଉଛି ।
ଏହା ଟ୍ରୁକଲର୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା, ଯାହାକି ଇନ୍‌ଷ୍ଟାଂଟ୍ ମେସେଜିଙ୍ଗ୍‌, ଭିଓଆଇପି ଏବଂ ଫିନ୍‌ଟେକ୍ ଉତ୍ପାଦ ଯେପରିକି ୟୁପିଆଇ ମନି ଟ୍ରାନ୍ସଫର, ଭାରତ ବିଲ୍ ପେମେଂଟ୍ ସିଷ୍ଟମ ଓ ଚଳିତ ବର୍ଷ ଲଂଚ୍ ହେବାକୁ ଥିବା ଡିଜିଟାଲ ମନି ଲେଣ୍ଡିଙ୍ଗ୍ ଆଦି ବ୍ୟାପକ ସେବା ସହ ଏକ ୱାନ୍‌-ଷ୍ଟପ୍ ସଂଚାର ମଂଚ ରୂପେ ବିକଶିତ ହୋଇଛି ।
ଏହି ଅବସରରେ ନିଜର ମତବ୍ୟକ୍ତ କରି ଟ୍ରୁକଲରର ପରିଚାଳନା ନିର୍ଦ୍ଦେଶକ, ସନ୍ଦୀପ ପାଟିଲ କହିଛନ୍ତିଯେ, “ଆମ୍ଭେମାନେ ଗତ ଅନେକ ମାସଧରି ବ୍ୟବସାୟରେ ଲାଭ ଅର୍ଜନ କରିଥିବା ସହିତ କ୍ରମଶଃ ଆମର ରାଜସ୍ୱ ବାର୍ଷିକ ୭୦%ରୁ ଅଧିକ ବୃଦ୍ଧି ହୋଇପାରିଛି । ଉକ୍ତ ସଫଳତା ହେଉଛି ଆମ ଉପେଭୋକ୍ତା ମାନଙ୍କର ଆମ ଉପରେଥିବା ଏକ ବିଶ୍ୱାସର ପ୍ରତିଫଳନ, ଯାହାକି ଆମ ରାଜସ୍ୱରେ ସ୍ପଷ୍ଟ ପରିଲକ୍ଷିତ । ଆମ୍ଭେମାନେ ବିଜ୍ଞାପନ, ସବସ୍କ୍ରିପସନ୍‌, କ୍ରେଡ଼ିଟ୍ ଏବଂ ଆର୍ଥିକ ସେବା ମାଧ୍ୟମରେ ଆମର ରାଜସ୍ୱ ବୃଦ୍ଧିକୁ ବଜାୟ ରଖିବୁ । ଆମ୍ଭେମାନେ ପ୍ରଯୁକ୍ତି, ଉତ୍ପାଦ ପରିଚାଳନା, ଡ଼ାଟା ସାଇନ୍ସ ଏବଂ ଫାଇନାନ୍ସରେ କର୍ମନିଯୁକ୍ତି ପ୍ରଦାନକରି ଏବଂ ବିଭିନ୍ନ ଇକୋସିଷ୍ଟମ ସହିତ ସହବନ୍ଧିତାକୁ ସମୃଦ୍ଧକରି ଭାରତ ପାଇଁ ମେକ ଇନ୍ ଇଣ୍ଡିଆ ନିର୍ମାଣ କରିବୁ । ଆମ୍ଭେମାନେ ଆର୍ଥିକ ଦୃଷ୍ଟିରୁ ଏକ ସୁଦୃଢ ଏବଂ ସ୍ୱାଧିନ କମ୍ପାନୀ ନିର୍ମାଣ ପଥରେ ଅଗ୍ରସର, ଯାହାକି ତିନି ବର୍ଷ ମଧ୍ୟରେ ଆଇପିଓ ପାଇଁ ପ୍ରସ୍ତୁତ ହେବ ।’

ଟ୍ରୁକଲର୍ ପକ୍ଷରୁ ଟ୍ରୁକଲର୍ ଫର୍ ବିଜ୍‌ନେସ୍ ଭଳି ସେବାଗୁଡିକ ସହ ଏହାର ବିଜ୍‌ନେସ୍ ପୋର୍ଟଫୋଲିଓ ବିସ୍ତାର କରୁଛି । ଏହା ଟ୍ରୁକଲର୍ ମାଧ୍ୟମରେ ଆଖପାଖର ଉପଭୋକ୍ତାଙ୍କ ଦ୍ୱାରା କ୍ଷୁଦ୍ର ବ୍ୟବସାୟଗୁଡିକୁ ସନ୍ଧାନ କରିବାର ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରୁଛି । ସେହିପରି ଅନ୍ୟ ଏକ ଫିଚର ହେଉଛି ଟ୍ରୁକଲର୍ ପ୍ରାୟୋରିଟି, ଯାହାକି ବ୍ୟବସାୟ ଗୁଡିକରୁ ପ୍ରାସଙ୍ଗିକ କଲ୍‌କୁ ଚିହ୍ନଟ କରିଥାଏ; ଯାହାଫଳରେ ସେଗୁଡିକୁ ସ୍ପାମ୍ କଲରୁ ଅଲଗା କରାଯାଇପାରିଥାଏ ।


Share It

Comments are closed.