ନାଗୁଣୀ ରୂପରେ ନିଜ ପ୍ରେମିକାକୁ ଫେରି ପାଇଲା ପ୍ରେମିକ


ଗୃହପାଳିତ ପଶୁ ରଖିବା ଏବଂ ସେମାନଙ୍କୁ ଆଦର ଯତ୍ନ କରିବାକୁ ଅଧିକାଂଶ ଲୋକ ଭଲ ପାଇଥାନ୍ତି । କିନ୍ତୁ ଭୟଙ୍କର ପଶୁକୁ ନିଜ ପାଖରେ ପୋଷା କରିରଖିବା ତାହା କୌଣସି ବିପଦରୁ କମ୍ ନୁହେଁ । ଏହା ନିଜ ମୃତ୍ୟୁକୁ ନିଜେ ଡାକିବା ସଦୃଶ୍ୟ । କେବଳ ଏତିକି ନୁହେଁ ଆପଣମାନେ ପୁନଃଜନ୍ମ କଥା କିମ୍ବା କାହାଣୀ ଓ ଅନ୍ଧବିଶ୍ୱାସ ସଂପର୍କରେ ଅନେକ କଥା ଶୁଣିଥିବେ କିନ୍ତୁ ଏଭଳି ଏକ ଘଟଣା ବିଷୟରେ ଜାଣିନଥିବେ ଯାହା ସଂପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।
ତେବେ ଆସନ୍ତୁ ସେହି ଘଟଣା ସଂପର୍କରେ ଜାଣିବା, ଯାହାକୁ ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ଜଣେ ବାଳକ ୧୦ ଫୁଟ ଲମ୍ବର ଏକ ଅହିରାଜ ସାପକୁ ବିବାହ କରି ସାରା ଦୁନିଆକୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । କେବଳ ଏତିକି ନୁହେଁ ଉଭୟ ଏକାଠି ବସି ଟିଭି ଦେଖିବା ସହ ଖାଇବା ପିଇବା ମଧ୍ୟ କରିଥାନ୍ତି । ଏହା ସହ ପୁଅଟି ଯେଉଁଠି ବି ରୁହେ ତା ପାଖେ ଅହିରାଜ ସାପଟି ରହିଥାଏ ଏବଂ ଶୋଇଥାଏ ମଧ୍ୟ ।

ସିଙ୍ଗାପୁରରେ ରହୁଥିବା ଏହି ବାଳକଟି ସବୁବେଳେ ନିଜ ପାଖରେ ଏହି ଅହିରାଜ ସାପଟିକୁ ରଖିଥାଏ । ଉଭୟଙ୍କ ମଧ୍ୟରେ ଭଲ ପାଇବା ଏତେ ମଜବୁତ ଯେ, ଦୁହେଁ କେବେବି ନିଜକୁ ପରସ୍ପର ଠାରୁ ଅଲଗା କରାଇଦିଅନ୍ତି ନାହିଁ ।
ତେବେ ଆପଣମାନେ ଭାବୁଥିବେ ପୁଅଟି ଏହି ସାପକୁ ବିବାହ କରିବାର କାରଣ କ’ଣ ? ଆପଣମାନେ ବି ଯଦି ଏହି କାରଣ ଜାଣିବେ, ତେବେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଉକ୍ତ ପୁଅଟି ଏକ ଝିଅକୁ ବହୁତ ଭଲ ପାଉଥିଲା କିନ୍ତୁ କୌଣସି କାରଣ ବଶତଃ ଉକ୍ତ ଝିଅର ୫ ବର୍ଷ ପୂର୍ବେ ମୃତ୍ୟୁ ଘଟିଥିଲା । କିନ୍ତୁ ପୁଅଟି ତାକୁ ଏତେ ଭଲ ପାଉଥିଲା ଯେ, ସେ ତା ଫେରିବା ବାଟକୁ ଚାହିଁ ବସିଥିଲା । ଏଭଳି ଗୋଟିଏ ଦିନ, ପୁଅଟି ଅନୁଭବ କଲା ଯେ, ତାର ପ୍ରେମିକା ଫେରିବ ଏବଂ ସେ ସାପ ହୋଇ ଫେରିବ । କିଛି ଦିନ ପରେ ଏକ ଘଟଣା ଘଟିଲା, ଯାହା ଦ୍ୱାରା ପୁଅଟି ବହୁ ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ତାର ପ୍ରେମିକାକୁ ସାପ ରୂପେ ପାଇଥିଲା । ଏବଂ ସେବେ ଠାରୁ ସେ ସାପଟିକୁ ନିଜ ପାଖରେ ରଖିବା ସହ ତାକୁ କେଉଁ ଆଡ଼େ ଛାଡୁ ନାହିଁ ମଧ୍ୟ । ଉଭୟ ପରସ୍ପରକୁ ବିବାହ କରିନେବା ସହ ଏକାଠି ଖାଉଛନ୍ତି ଏବଂ ଶୋଉଛନ୍ତି ମଧ୍ୟ । ଏଥି ସହିତ ଉଭୟ ଏକାଠି ବସି ଟିଭି ଦେଖିବା ସହ କ୍ୟାରମ୍ ମଧ୍ୟ ଖେଳୁଛନ୍ତି ।


Share It

Comments are closed.