ସଂସଦରେ ଉଠିଲା ନୁସରତ ଜାହାଁଙ୍କ ବିବାହ ବିବାଦ


ଟିଏମ୍‌ସି ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାଁଙ୍କ ବିବାହ ପ୍ରସଙ୍ଗ ଏବେ ଲୋକସଭାରେ ପହଞ୍ଚିଛି। ଭାରତୀୟ ଜନତା ପାର୍ଟି ସାଂସଦ ସଂଘମିତ୍ରା ମୌର୍ଯ୍ୟ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏକ ଚିଠି ଲେଖିଛନ୍ତି ଯେଉଁଥିରେ ସେ ନୁସରତ ଜାହାଁଙ୍କ ଲୋକସଭା ସଦସ୍ୟତା ରଦ୍ଦ କରିବାକୁ ଦାବି କରିଛନ୍ତି। ସଂଘମିତ୍ରା ମୌର୍ଯ୍ୟ କହିଛନ୍ତି ଯେ, ନୁସରତ ଜାହାଁଙ୍କ ଆଚରଣ ଅଶ୍ଳୀଳ, ସେ ବିବାହ ପ୍ରସଙ୍ଗରେ ସେ ନିଜ ଭୋଟରଙ୍କୁ ଧୋକା ଭିତରେ ରଖିଛନ୍ତି। ଏହା ସହିତ ସଂସଦର ସମ୍ମାନ ମଧ୍ୟ କ୍ଷୁର୍ଣ୍ଣ ହୋଇଛି।

ବିଜେପି ସାଂସଦ ଦାବି ଦାବି କହିଛନ୍ତି କି ଏହି ପ୍ରସଙ୍ଗକୁ ସଂସଦର ଏଥିକ୍ସ କମିଟି ନିକଟକୁ ପଠାଯିବା ଉଠିତ। ଏହା ସହିତ ଯାଞ୍ଚ କରି ନୁସରତ ଜାହାଁଙ୍କ ଉପରେ ଆକ୍ସନ ନିଆଯିବା ଉଚିତ। ବିଜେପି ସାଂସଦ ତାଙ୍କ ଚିଠିରେ ନୁସରତ ଜାହାଁଙ୍କ ସଂସଦରେ ପ୍ରଥମ ଦିନ କନିଆ ବେଶରେ ଆସିବା, ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୁସସର ଜାହାଁଙ୍କ ରିସେପ୍ସନରେ ଯୋଗଦେବା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।

ପୂର୍ବରୁ ନୁସରତ ଜାହାଁ କହିଥିଲେ ଯେ ଏହି ବିବାହ ବିଦେଶ ମାଟିରେ ହୋଇଥିଲା, ତେଣୁ ଏହି ବିବାହର କୌଣସି ଅର୍ଥ ନାହିଁ। ଏଭଳି ପରିସ୍ଥିତିରେ ଛାଡପତ୍ରର କୌଣସି ଆବଶ୍ୟକତା ନାହିଁ, ଅନ୍ୟପଟେ ସ୍ୱାମୀ ନିଖିଲ ଘର ଋଣ ଏବଂ ଅନ୍ୟାନ୍ୟ ଜିନିଷ ପତ୍ର କଥା ସାମ୍ନାକୁ ଆଣିଥିଲେ। ବିବାଦ ମଧ୍ୟରେ ନୁସରତ ଜାହାଁ ଏବେ ଗର୍ଭବତୀ ଥିବା ଜଣାପଡିଛି। ତାଙ୍କର ବେବି ବମ୍ପ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Share It

Comments are closed.