ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ତ୍ରିବିକ୍ରମ ବେଶ


ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଢିକିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେବ। ପ୍ରତ୍ୟୁଷରେ ଠାକୁରଙ୍କ ଅବକାଶ ନୀତି ବଢ଼ିଲେ ବେଶ ନୀତି ଆରମ୍ଭ ହୋଇଛି । ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କୁ ଏହି ଅପୂର୍ବ ବେଶରେ ବିଭୂଷିତ କରିବେ। ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ଶ୍ରୀମସ୍ତକରେ ଚୂଳ ଓ ଦେବୀ ସୁଭଦ୍ରାଙ୍କ ଶ୍ରୀମସ୍ତକରେ ସୁବର୍ଣ୍ଣ କିରିଟ ଲାଗି କରାଯିବ। ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ମସ୍ତକରେ ସ୍ୱର୍ଣ୍ଣ ଚନ୍ଦ୍ରିକା ଖଞ୍ଜା ହେବ। ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ପାଟବସ୍ତ୍ର କଛା ମାରି ପିନ୍ଧି ସୁବର୍ଣ୍ଣ ଶ୍ରୀପୟର, ଶ୍ରୀହସ୍ତ ଏବଂ ଆୟୁଧମାନ ଲାଗି ହେବେ। ଅତିବଡ଼ି ସଂପ୍ରଦାୟ ଭକ୍ତଙ୍କର ଏହି ବେଶ ଅତିପ୍ରିୟ ।


Share It

Comments are closed.