ଟ୍ରେଣ୍ଡ୍‌ସ ‘ରଜ ମୌଜ ୨୦୨୪’ ପ୍ରତିଯୋଗିତାର ବିଜେତା ହେଲେ ସମ୍ମାନିତ


ବାଲେଶ୍ୱରର ଭାଗ୍ୟଶ୍ରୀ ଦାସ ଓ ଭଦ୍ରକର ରିଙ୍କିରାଣୀ ସାହୁ ଟ୍ରେଣ୍ଡସ୍ ରଜ ମୌଜ ୨୦୨୪ ବେଷ୍ଟ ରଜ ଲୁକ୍‌ସ ପ୍ରତିଯୋଗିତାରେ ଯଥାକ୍ରମେ ସେଲ୍‌ଫି ଓ ରିଲ୍‌ସ ବର୍ଗରେ ପ୍ରଥମ ପୁରସ୍କାର ଜିତିଛନ୍ତି

ଭୁବନେଶ୍ୱର :  ରିଲାଏନ୍ସ ରିଟେଲର ଭାରତର ସର୍ବବୃହତ ଓ ଦ୍ରୁତ ଅଭିବୃଦ୍ଧିଶୀଳ ପୋଷାକ ଓ ଆକ୍‌ସେସରି  ସ୍ପେଶିଆଲିଟି ଚେନ୍ ଟ୍ରେଣ୍ଡ୍‌ସ ପକ୍ଷରୁ ଏହାର ରଜ ମୌଜ ୨୦୨୪ ପ୍ରତିଯୋଗିତାର ବିଜେତାମାନଙ୍କ ନାମ ଘୋଷଣା କରାଯାଇଛି ଯାହାକୁ ଓଡିଶାରେ ରଜ ପର୍ବର ମହୋତ୍ସବ ସମୟରେ ଆୟୋଜନ କରାଯାଇଥିଲା । ବାଲେଶ୍ୱରର ଭାଗ୍ୟଶ୍ରୀ ଦାସ ଟ୍ରେଣ୍ଡ୍‌ସ ରଜ ମୌଜ ୨୦୨୪ ବେଷ୍ଟ ରଜ ଲୁକ୍‌ସ ସେଲ୍‌ଫି କଂଟେଷ୍ଟରେ ପ୍ରଥମ ପୁରସ୍କାର ଜିତିଥିବା ବେଳେ ବେଷ୍ଟ ରଜ ଲୁକ୍‌ସ ରିଲ୍‌ସ କଂଟେଷ୍ଟରେ ଭଦ୍ରକର ରିଙ୍କିରାଣୀ ସାହୁ ପ୍ରଥମ ପୁରସ୍କାର ଜିତିଛନ୍ତି । ବେଷ୍ଟ ରଜ ଲୁକ୍‌ସ ସେଲ୍‌ଫି କଂଟେଷ୍ଟରେ ଜଗତସିଂହପୁରର ଶ୍ରୁତି ମହାନ୍ତି ଓ ଭଦ୍ରକର ଶୁଭଲଗ୍ନା ଦାସ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନ ହାସଲ କରିଛନ୍ତି । ସେହିପରି ଭୁବନେଶ୍ୱରର ଲିପ୍ସିତା ଦେହୁରୀ ଓ ଜଳେଶ୍ୱରର ପ୍ରିୟଙ୍କା ଡିଣ୍ଡା ବେଷ୍ଟ ରଜ ଲୁକ୍‌ସ ରିଲ୍‌ସ କଂଟେଷ୍ଟରେ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନରେ ରହିଛନ୍ତି । ଟ୍ରେଣ୍ଡ୍‌ସ ରଜ ମୌଜ ୨୦୨୪ ପ୍ରତିଯୋଗିତାର ସମସ୍ତ ୬ ଜଣ ବିତେଜାଙ୍କୁ ଆଜି ଶନିବାର ଏକ ସ୍ୱତନ୍ତ୍ର ରଜ ମୌଜ ଫିନାଲେ କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି ଯେଉଁଥିରେ ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ଶୀତଲ ପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ ।
ଏଠାରେ ଏହା ଉଲ୍ଲେଖ କରିବା ଜରୁରୀ ଯେ, ଟ୍ରେଣ୍ଡ୍‌ସ ପକ୍ଷରୁ ରଜ ମହୋତ୍ସବକୁ ଅଧିକ ଉତ୍ସାହଜନକ ଓ ପୁରସ୍କୃତ କରିବା ପାଇଁ ଆକର୍ଷଣୀୟ ଅଫର୍ ଓ ବେଷ୍ଟ ରଜ ଲୁକ୍‌ସ କଂଟେଷ୍ଟ ସମେତ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ପଦକ୍ଷେପଗୁଡିକର ଘୋଷଣା କରାଯାଇଥିଲା । ପ୍ରତିଯୋଗିତାର ଅଂଶ ଭାବେ ଟ୍ରେଣ୍ଡ୍‌ସ ଗ୍ରାହକଙ୍କୁ ଏଥିରେ ଅଂଶଗ୍ରହଣ କରିବା ଓ ୧ ଲକ୍ଷ ଟଙ୍କାର ପୁରସ୍କାର ଜିତିବା ପାଇଁ ଏକ ସୁଯୋଗ ହାସଲ କରିବା ପାଇଁ ଆମନ୍ତ୍ରିତ କରିଥିଲା ଯେଉଁଠାରେ ସେମାନଙ୍କୁ ଅଫିସିଆଲ ହ୍ୟାଣ୍ଡେଲରେ ଟ୍ୟାଗ୍ କରି ସେଲ୍‌ଫି କିମ୍ବା ରିଲ୍‌ସ ଆକାରରେ ନିଜର ସର୍ବୋତମ ରଜ ଲୁକ୍‌ଗୁଡିକୁ ସେୟାର କରିବାକୁ ପଡିଥିଲା । ହଜାର ହଜାର ଗ୍ରାହକ ଫେସ୍‌ବୁକ ଓ ଇନ୍‌ଷ୍ଟାଗ୍ରାମରେ ରେ ଟ୍ୟାଗ୍ କରି ନିଜର ଏଂଟ୍ରି ଦାଖଲ କରିଥିଲେ । ଟ୍ରେଣ୍ଡ୍‌ସ ମେଟ୍ରୋ ଓ ମିନି ମେଟ୍ରୋ ସହରଗୁଡିକରୁ ଆରମ୍ଭ କରି ଟିୟର୧, ୨ ଓ ଏହା ବାହାରେ ସହରଗୁଡିକ ପର୍ଯ୍ୟନ୍ତ ଭାରତରେ ଗ୍ରାହକଙ୍କ ସହ ନିଜର ପହଂଚ ଓ ସଂଯୋଗକୁ ମଜବୁତ କରି ବାସ୍ତବରେ ଭାରତରେ ଫ୍ୟାଶନକୁ ଗଣତାନ୍ତ୍ରିକ କରୁଛି ଏବଂ ଏହା ହେଉଛି ଭାରତର ପସନ୍ଦର ଫ୍ୟାଶନ ସପିଙ୍ଗ୍ ଗନ୍ତବ୍ୟସ୍ଥଳୀ ।
ଟ୍ରେଣ୍ଡ୍‌ସ ଷ୍ଟୋର୍‌ରେ  ଆଧୁନିକ ଲୁକ୍ ଓ ପରିବେଶକୁ ଧାରଣ କରିଛି ଯେଉଁଥିରେ ଅଂଚଳର ଉପଭୋକ୍ତାଙ୍କ ପ୍ରତି ପ୍ରାସଙ୍ଗିକ ଥିବା ଏବଂ ସୁଲଭ ମୂଲ୍ୟରେ ଉନ୍ନତ ମାନର ଏକ ଉତ୍ସାହଜନକ ରେଞ୍ଜ ଏବଂ ଫ୍ୟାଶନ ମର୍ଚ୍ଚାଣ୍ଡାଇଜ୍ ସାମିଲ ରହିଛି । ଏହି ସହରର ଗ୍ରାହକମାନେ ଉତମ ମୂଲ୍ୟରେ ଟ୍ରେଣ୍ଡି ୱମେନ୍‌ସ ୱେୟାର, ମେନ୍‌ସ ୱେୟାର, କିଡ୍‌ସ ୱେୟାର ଓ ଫ୍ୟାଶନ ଆକ୍‌ସେସରିଗୁଡିକ ପାଇଁ ସପିଂର ଏକ ସ୍ୱତନ୍ତ୍ର ଓ ଉତ୍କୃଷ୍ଟ ଅନୁଭୂତି ଲାଗି ଅପେକ୍ଷା କରିପାରିବେ ।


Share It

Comments are closed.