ଦେଶର ସର୍ବବୃହତ୍ ଫେସନ ଡେଷ୍ଟିନେସନ୍ ‘ଟ୍ରେଣ୍ଡ୍‌ସ’ ଏବେ ଚାନ୍ଦବାଲି ସହରରେ


ଭଦ୍ରକ : ଦେଶର ସର୍ବବୃହତ୍ ଏବଂ ଦ୍ରୁତ ଅଭିବୃଦ୍ଧି ହାସଲକାରୀ ରିଲାଏନ୍ସ ରିଟେଲ୍ ର ପୋଷାକ ଏବଂ ଆସେସୋରିଜ୍ ସ୍ପେସାଲିଟି ଚେନ୍ ଟ୍ରେଣ୍ଡ୍‌ସର ନୂଆ ଷ୍ଟୋର ଓଡ଼ିଶାର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଚାନ୍ଦବାଲି ସହରରେ ଖୋଲିଥିବା କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ।

ଟ୍ରେଣ୍ଡ୍‌ସ ହିଁ ବାସ୍ତବରେ ଭାରତରେ ଫେସନକୁ ସବୁବର୍ଗର ଲୋକଙ୍କ ପାଖରେ ପହଂଚାଇଛି । ମେଟ୍ରୋ ଠାରୁ ଆରମ୍ଭ କରି ମିନି-ମେଟ୍ରୋ, ଟାଏର-୧ ଓ ଟାଏର-୨ ସହର ଏବଂ ଅନ୍ୟାନ୍ୟ ସ୍ଥାନର ଗ୍ରାହକଙ୍କ ନିକଟରେ ପହଂଚି ଗ୍ରାହକଙ୍କ ସହିତ ସଂପର୍କ ମଜଭୁତ କରିଛି । ଏଥିସହିତ ଭାରତର ଲୋକପ୍ରିୟ ଫେସନ ସ୍ଥଳୀରେ ପରିଣତ ହୋଇଛି ।

ଚାନ୍ଦବାଲି ସ୍ଥିତ ଟ୍ରେଣ୍ଡ୍‌ସ ଷ୍ଟୋରର ଆଧୁନିକତାର ସ୍ପର୍ଶ ରହିଛି । ଏଥିସହିତ ଗ୍ରାହକଙ୍କ ପାଇଁ ମନଲୋଭା  ପରିବେଶ ବି ରହିଛି । ଏଠାରେ ଆକର୍ଷଣୀୟ ରେଞ୍ଜ ର ଉତମ ମାନର ଫେସନ ସାମଗ୍ରୀ ରଖାଯାଇଛି । ସ୍ଥାନୀୟ ଅଂଚଳର ଗ୍ରାହକଙ୍କ ଆବଶ୍ୟକତା ଓ ପକେଟକୁ ସୁହାଇବା ଭଳି ସୁଲଭ ମୂଲ୍ୟରେ ସାମଗ୍ରୀ ବିକ୍ରିର ବ୍ୟବସ୍ଥା ହୋଇଛି । ଗ୍ରାହକମାନେ ଯେଭଳି ସେମାନେ ଖର୍ଚ୍ଚ କରୁଥିବା ଟଙ୍କାର ସର୍ବାଧିକ ମୂଲ୍ୟ ପାଇପାରିବେ ତାହାକୁ ଧ୍ୟାନ ଦିଆଯାଇଛି । ସହରର ଗ୍ରାହକମାନେ ଏଠାରୁ ସଦ୍ୟତମ ଫେସନରେ ମହିଳା, ପୁରୁଷ ଓ ପିଲାମାନଙ୍କ ପାଇଁ ରହିଥିବା ପୋଷାକ ବର୍ଗରେ ବିଭିନ୍ନ ସ୍ୱତନ୍ତ୍ର ପୋଷାକ ଓ ଫେସନ ଆସେସୋରିଜ ଶ୍ରେଷ୍ଠ ମୂଲ୍ୟରେ ପାଇପାରିବେ ।

ଚାନ୍ଦବାଲିରେ ଖୋଲିଥିବା ଏହି ୫୫୦୦ ବର୍ଗଫୁଟ ପରିମିତ ପ୍ରଥମ ଟ୍ରେଣ୍ଡ୍‌ସ ଷ୍ଟୋରରେ ଶ୍ରେଷ୍ଠ ଫେସନ ଓ ସୁଲଭ ମୂଲ୍ୟ ସହିତ ପ୍ରାରମ୍ଭିକ ଅଫର ଭାବେ ଗ୍ରାହକମାନଙ୍କ ପାଇଁ ଅନେକ ଆକର୍ଷଣୀୟ ଅଫର ରହିଛି । ଯେପରିକି କେତେକ ନିର୍ଦ୍ଦିଷ୍ଟ ସାମଗ୍ରୀ ବର୍ଗରେ ୩୪୯୯ ଟଙ୍କାର ସାମଗ୍ରୀ କିଣିଲେ ଆଉ ୩୪୯୯ ଟଙ୍କା ମୂଲ୍ୟର ସାମଗ୍ରୀ ମାଗଣା ପାଇପାରିବେ । କେବଳ ସେତିକି ନୁହେଁ, ୨୯୯୯ ଟଙ୍କାର କ୍ରୟ ଉପରେ ୩୦୦୦ ଟଙ୍କା ମୂଲ୍ୟର ରିହାତି କୁପନ ସଂପୂର୍ଣ୍ଣ ମାଗଣାରେ ପାଇପାରିବେ ।

ତେଣୁ ଚାନ୍ଦବାଲିରେ ଖୋଲିଥିବା ସ୍ୱତନ୍ତ୍ର ଟ୍ରେଣ୍ଡ୍‌ସ ଷ୍ଟୋରକୁ ଗ୍ରାହକମାନେ ଆସି ଫେସନ ସାମଗ୍ରୀ ସପିଂର ଅନୁଭୂତି ଓ ଆନନ୍ଦ ନେଇପାରିବେ ।


Share It

Comments are closed.