ଏଭଳି ଏକ ଗଛ, ଯେଉଁଥିରେ ଥରକେ ଫଳିଥାଏ ୪୦ ପ୍ରକାରର ଫଳ


ସାଧାରଣତଃ ଗୋଟିଏ ଗଛରେ ଗୋଟିଏ ପ୍ରକାରର ଫଳ ଫଳିପାରେ, କିନ୍ତୁ ଏପରି ମଧ୍ୟ ହୋଇପାରେ ଯେ ଗୋଟିଏ ଗଛରେ ୪୦ ପ୍ରକାରର ଫଳ ଫଳିପାରେ । ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ୍ୟ ଏହା ବିଲକୁଲ ସତ । ଆମେରିକାର ଜଣେ ଭିଜୁଆଲ ଆର୍ଟ ପ୍ରଫେସର ଏପରି ଏକ ଅଦ୍ଭୁତ ଗଛ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ୪୦ ପ୍ରକାରର ଫଳ ଆସିଥାଏ । ଏହି ଅଦ୍ଭୁତ ଗଛ ‘ଟ୍ରୀ ଅଫ ୪୦’ନାମରେ ଜଣାଶୁଣା । ଏଥିରେ ପ୍ଳମ, ସାଲ୍ୟୁ, ଆପ୍ରିକଟ, ଚେରୀ ଏବଂ ନେକ୍ଟରାଇନ ଭଳି ଫଳ ଆସିଥାଏ । ଏହି ଅଦ୍ଭୁତ ଗଛର ମୂଲ୍ୟ ଜାଣି ଆପଣଙ୍କ ହୋସ ଉଡ଼ିଯିବ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହାର ମୂଲ୍ୟ ପାଖାପାଖି ୧୯ ଲକ୍ଷ ଟଙ୍କା ।
ଆମେରିକାର ସେରାକ୍ୟୁଜ ୟୁନିଭର୍ସିଟିରେ ଭିଜୁଆଲ ଆର୍ଟସର ପ୍ରଫେସର ସୈମ ବାଁନ ଏହି ଅଦ୍ଭୁତ ଗଛର ଜନକ ଅଟନ୍ତି । ଏହି ଗଛକୁ ବିକଶିତ କରିବା ପାଇଁ ସେ ବିଜ୍ଞାନର ସହାୟତା ନେଇଛନ୍ତି । ସେ ଏହି କାମର ଆରମ୍ଭ ୨୦୦୮ ରେ କରିଥିଲେ, ଯେତେବେଳେ କି ସେ ନ୍ୟୁୟର୍କ ରାଜ୍ୟ କୃଷି ପ୍ରୟୋଗରେ ଗୋଟିଏ ବଗିଚା ଦେଖିଥିଲେ ଏବଂ ଯେଉଁଥିରେ କି ୨୦୦ ପ୍ରକାରର କୋଳି ଏବଂ ଆପ୍ରିକଟ ଫଳିଥିଲା ।
ଅସଲ କଥା ହେଉଛି ସେହି ବଗିଚାଟି ଫଣ୍ଡ ଅଭାବରୁ ବନ୍ଦ ହେବାକୁ ବସିଥିଲା, ଯେଉଁଥିରେ ଅନେକ ପ୍ରାଚୀନ ଏବଂ ଦୁର୍ଗମ ପ୍ରଜାତିର ଗଛ ରହିଥିଲା । ଯେହେତୁ ପ୍ରଫେସର ବାଁନ ଜଣେ କୃଷି ପରିବାରରୁ ଆସିଥିଲେ, ତେଣୁ ସେ ଏହି ବଗିଚାକୁ ଲିଜରେ ନେଇଥିଲେ  ଏବଂ ଗ୍ରାଫ୍ଟିଙ୍ଗ କୌଶଳର ସହାୟତାରେ ସେ ‘ଟ୍ରୀ ଅଫ ୪୦’ ଭଳି ଅଦ୍ଭୁତ ଗଛର ରୋପଣ କରିବାରେ ସଫଳ ହୋଇପାରିଲେ ।

Share It

Comments are closed.