ସର୍ବଭାରତୀୟ ଋଣ ସଚେତନତା ଅଭିଯାନର ଶୁଭାରମ୍ଭ ପାଇଁ ଟ୍ରାନ୍ସୟୁନିୟନ ସିବିଲ ଓ ସା-ଧନ ମଧ୍ୟରେ ସହଯୋଗିତା

Share It

ଭୁବନେଶ୍ୱର: ଏକ ଉତ୍ସର୍ଗୀକୃତ ଋଣ ସଚେତନତା ଅଭିଯାନ ଆରମ୍ଭ କରିବା ଲାଗି ଭାରତର ଅଗ୍ରଣୀ ସୂଚନା ଓ ତଥ୍ୟ କମ୍ପାନି ଟ୍ରାନ୍ସୟୁନିୟନ ସିବିଳ ପକ୍ଷରୁ ସା-ଧନ ସହିତ ସହଯୋଗିତା ସ୍ଥାପନ କରାଯାଇଛି। ମାଇକ୍ରୋଫାଇନାନ୍ସ ବ୍ୟବସ୍ଥାରେ ଋଣ ସାକ୍ଷରତାକୁ ବଢ଼ାଇବା ଓ ଉଚିତ ଋଣ ପ୍ରଥା ଆରମ୍ଭ କରିବା ଲାଗି ପ୍ରସ୍ତୁତ ଏହି ଅଭିଯାନ ସାରା ଭାରତର ମାଇକ୍ରୋଫାଇନାନ୍ସ ଗ୍ରାହକ ଓ ଋଣ ପ୍ରଦାନକାରୀଙ୍କୁ ସମର୍ଥନ କରିବ।
ଏହ ସହଯୋଗିତା ତଥ୍ୟ ଭିତିକ ସୂଚନା, ଟୁଲ ଓ ତାଲିମ ଜରିଆରେ ଋଣ ଆକଳନ ଓ ନିରୀକ୍ଷଣ ଦକ୍ଷତାରେ ଉନ୍ନତି ଆଣି ମାଇକ୍ରୋଫାଇନାନ୍ସ ଅନୁଷ୍ଠାନ (ଏମଏଫଆଇ) ଗୁଡ଼ିକୁ ସଶକ୍ତ କରିବ। ଫଳରେ ଆର୍ôଥକ ଅନ୍ତର୍ଭୁକ୍ତୀକରଣ ଓ ଦାୟିତ୍ୱବାନ ଋଣ ପ୍ରଦାନର ପ୍ରସାର ହୋଇପାରିବ। ଏହି ଅଭିଯାନରେ ବିବିଧ ଭାଷାର ଡିଜିଟାଲ ବିଷୟବସ୍ତୁ ଓ ଗୋଷ୍ଠୀ ପରିଚାଳନା ଆଉଟରିଚ କାର୍ଯ୍ୟକ୍ରମ ରହିବ ଯାହା ଫଳରେ ବିଭିନ୍ନ ଅଂଚଳରେ ଏହା ଲୋକମାନଙ୍କ ପାଖରେ ପହଂଚିପାରିବ। ଗ୍ରାହକମାନଙ୍କୁ ଉତମ ଢଙ୍ଗରେ ସଚେତନ ଓ ମାର୍ଗଦର୍ଶନ କରିବାରେ ଏମଏଫଆଇଗୁଡ଼ିକୁ ଏହା ସକ୍ଷମ କରି ଦାୟିତ୍ୱବାନ ଋଣ ଆଚରଣକୁ ପ୍ରସାର କରିବ ଓ ଦୁର୍ବଳ ବଜାରରେ ଆର୍ôଥକ ଅନ୍ତର୍ଭୁକ୍ତୀକରଣର ସମ୍ପ୍ରସାରଣ କରିବ।
ଏହି ସହଯୋଗିତାରେ ଟ୍ରାନ୍ସୟୁନିୟନ ସିବିଲ ଓ ସା-ଧନ ମିଳିତ ଭାବେ ଆଂଚଳିକ କର୍ମଶାଳା, ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଓ ତାଲିମ ମଡ୍ୟୁଲ ପ୍ରସ୍ତୁତ କରିବେ ଯାହା ଏମଏଫଆଇ ଓ ସେମାନଙ୍କ ଟିମକୁ କ୍ରେଡିଟ ସ୍କୋରକୁ ଭଲ ଭାବେ ବୁଝିବାରେ ସହାୟକ ହେବ।
ଏହି ସହଯୋଗିତା ସମ୍ପର୍କରେ ଟ୍ରାନ୍ସୟୁନିୟନ ସିବିଲର ପରିଚାଳନା ନିର୍ଦେଶକ ଓ ସିଇଓ ଶ୍ରୀ ଭବେଶ ଜୈନ କହିଛନ୍ତି ଯେ, “ଋଣ ସାକ୍ଷତାର ଋଣ ନେବାଠାରୁ ବହୁତ କିଛି। ଆଜିର ଆର୍ôଥକ ଦୁନିଆରେ ବିଶ୍ୱାସ ଓ ଭରସା ଗଠନ କରିବାକୁ ଏହା ଦର୍ଶାଉଛି। ୨୦୨୪ ଡିସେମ୍ବର ସୁଦ୍ଧା ୧୩ କୋଟିରୁ ଅଧିକ ଲୋକ ସିବିଲ ରିପୋର୍ଟ ଓ ସ୍କୋର ହାସଲ କରିଥିବା ବେଳେ ଗ୍ରାହକଙ୍କ ଭିତରେ ଋଣ ସଚେତନତା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ସା-ଧନ ସହିତ ଆମ ସହଯୋଗିତା ଏମଏଫଆଇ ଓ ସେମାନଙ୍କ ଗ୍ରାହକଙ୍କୁ ଋଣକୁ ଭଲ ଭାବେ ବୁଝି ନିଜ ଆର୍ôଥକ ଭବିଷ୍ୟତ ଉପରେ ନିୟନ୍ତ୍ରଣ ହାସଲ କରିବାରେ ସଶକ୍ତ କରିବ।”
ସା-ଧନର କାର୍ଯ୍ୟନିର୍ବାହୀ ନିର୍ଦେଶକ ଓ ସିଇଓ ଜିଜି ମାମେନ କହିଛନ୍ତି ଯେ, ଅର୍ଥପୂର୍ଣ୍ଣ ଓ ସ୍ଥାୟୀ ଆର୍ôଥକ ଅନ୍ତର୍ଭୁକ୍ତୀକରଣ ପାଇଁ “ଗୋଷ୍ଠୀ ସ୍ତରରେ ଋଣ ସଚେତନତାର ପ୍ରସାର କରିବା ଜରୁରୀ ହୋଇପଡ଼ିଛି। ଯେତେବେଳେ ଲୋକମାନେ ଋଣ ଓ ତାହାକୁ ହାସଲ କରିବାର ଆବଶ୍ୟକତା ଓ ଜୀବନଜୀବିକା ସୁଯୋଗରେ ଉନ୍ନତି ଆଣିବାର ଭୂମିକାକୁ ବୁଝିପାରିବେ, ସେମାନେ ଅଧିକ ବିଶ୍ୱାସ ଓ ଦକ୍ଷତାର ସହ ସଂଗଠିତ ଅର୍ଥନୀତିରେ ଯୋଗ ଦେଇପାରିବେ। ଯେଉଁଠାରେ ନିହାତି ଆବଶ୍ୟକ ଏହି ସହଯୋଗିତା ସେଠାରେ ଜ୍ଞାନକୁ ସିଧାସଳଖ ପହଂଚାଇବ।”


Share It

Comments are closed.