ଟ୍ରାନ୍ସୟୁନିୟନ୍ ସିବିଲ୍ ପକ୍ଷରୁ ଗ୍ରାହକ ସଚେତନତା ଅଭିଯାନର ଶୁଭାରମ୍ଭ ପାଇଁ ଫେସ୍ ସହିତ ସହଯୋଗିତା
ଭୁବନେଶ୍ୱର: ଭାରତରେ ଆର୍ôଥକ ସାକ୍ଷରତା ଏବଂ ଋଣ ସଚେତନତା ପ୍ରଚାର କରିବାକୁ ଟ୍ରାନ୍ସୟୁନିୟନ୍ ସିବିଲ୍ ଓ ଫିନଟେକ୍ ଆସୋସିଏସନ୍ ଫର୍ କଞ୍ଜ୍ୟୁମର ଏମ୍ପାୱାରମେଂଟ୍ (ଫେସ୍) ପରସ୍ପର ସହ ହାତ ମିଳାଇଛନ୍ତି। ଏହି ପ୍ରୟାସର ନାମକରଣ କରାଯାଇଛି “ସିବିଲ୍ ଜାଗରଣ” ଯାହା ଫିନଟେକ୍ ସମାଧାନ ମାଧ୍ୟମରେ ଗ୍ରାହକଙ୍କ ପାଇଁ ଋଣ ସଚେତନତାରେ ଉନ୍ନତି ଆଣିବା ଏବଂ ଋଣ ହାସଲକୁ ସହଜ କରିବାକୁ ଲକ୍ଷ୍ୟ ରଖିଛି।
ଏହି ଚୁକ୍ତି ଅନୁଯାୟୀ, ଟ୍ରାନ୍ସୟୁନିୟନ୍ ସିବିଲ୍୍ ଜ୍ଞାନ ଏବଂ ବିଶେଷଜ୍ଞତା ପ୍ରଦାନ କରିବ ଏବଂ କୋ-ବ୍ରାଣ୍ଡେଡ୍ ତଥା ସୁହାଇବା ଭଳି ସଚେତନତାମୂଳକ ବିଷୟବସ୍ତୁ ପ୍ରସ୍ତୁତ କରିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଫିନଟେକ୍ କ୍ଷେତ୍ରରେ ସ୍ୱୟଂନିୟାମକ ସଂଗଠନ (ଏସ୍ଆର୍ଓ) ଭାବରେ ସ୍ୱୀକୃତ ପାଇଥିବା ଫେସ୍ ଏହାର ୧୬୫ରୁ ଅଧିକ ଫିନଟେକ୍ ସଦସ୍ୟଙ୍କ ନେଟୱାର୍କ ସହିତ କାମ କରି ଗ୍ରାହକଙ୍କ ମଧ୍ୟରେ ଆର୍ôଥକ ସାକ୍ଷରତା ଏବଂ ଋଣ ସଚେତନତାର ପ୍ରଚାର କରିବ।
ଟ୍ରାନ୍ସୟୁନିୟନ୍ ସିବିଲର ତଥ୍ୟ ଭଣ୍ଡାର, ତଥ୍ୟ ସମ୍ଭାବନା ଏବଂ ବିଶ୍ଳେଷଣାତ୍ମକ ଅନ୍ତର୍ଦୃଷ୍ଟି ଏହାକୁ ଆର୍ôଥକ ସାକ୍ଷରତା ସମ୍ବନ୍ଧୀୟ ବିଷୟବସ୍ତୁ ପ୍ରଦାନ କରିବା ପାଇଁ ଉପଯୁକ୍ତ ସଂସ୍ଥାରେ ପରିଣତ କରିଛି। ବିଷୟବସ୍ତୁରେ ଇମେଲ୍, ପ୍ରବନ୍ଧ, ଭିଡିଓ, ୱେବିନାର୍ ଏବଂ ପଡକାଷ୍ଟ୍ ରହିବ ଏବଂ ଏହା ଫେସ୍ ଦ୍ୱାରା ପ୍ରଚାରିତ ହେବ। ଫେସ୍ ଏହାର ନିଜସ୍ୱ ଏବଂ ଏହାର ସଦସ୍ୟଙ୍କ ଡିଜିଟାଲ୍ ଚ୍ୟାନେଲ୍ ବ୍ୟବହାର କରି ଏହି ଅଭିଯାନର ପ୍ରଭାବ ଏବଂ ପ୍ରସାର ବୃଦ୍ଧି କରିବ।
ଏହି ଅବସରରେ ଟ୍ରାନୟୁନିୟନ୍ ସିବିଲ୍ର ପରିଚାଳନା ନିର୍ଦେଶକ ଓ ସିଇଓ ଭାବେଶ ଜୈନ୍ କହିଛନ୍ତି ଯେ, “ଯଦିଓ ଗ୍ରାହକଙ୍କ ପାଇଁ ପୂର୍ବାପେକ୍ଷା ଆର୍ôଥକ ଉତ୍ପାଦ ହାସଲ ସହଜ ହୋଇଛି, ତଥାପି ସେମାନେ ଏହି ଉତ୍ପାଦୁଗୁଡ଼ିକୁ କିପରି ବ୍ୟବହାର କରି ନିଜ ଆର୍ôଥକ ସ୍ୱାସ୍ଥ୍ୟ ଉନ୍ନତ କରିପାରିବେ ତାହା ବୁଝିବାରେ ଅସମର୍ଥ ରହିଛନ୍ତି। ଅନେକ କ୍ଷେତ୍ରରେ ଦେଖାଯାଇଛି ଯେ ଡିସେମ୍ବର ୨୦୨୪ରେ ଫିନଟେକ୍ ଗ୍ରାହକଙ୍କ ମଧ୍ୟରୁ ୨୮% ନୂଆ-ଋଣ ପ୍ରଦାନକାରୀ ଥିଲେ। ତେଣୁ ଯଦି ଗ୍ରାହକମାନେ ସେମାନଙ୍କ ଋଣକୁ ସକାରାତ୍ମକ ଭାବରେ ପରିଚାଳନା କରିବାକୁ ଚାହାନ୍ତି, ତେବେ ଗ୍ରାହକ ସାକ୍ଷରତା ଏବଂ ଶିକ୍ଷା ଫିନଟେକ୍ ପାଇଁ ଗୁରୁତ୍ୱପୂର୍ଣ୍ଣ। ଟ୍ରାନ୍ସୟୁନିୟନ୍ ସିବିଲ୍ ଏବଂ ଫେସ୍ର ପ୍ରୟାସ ଗ୍ରାହକମାନଙ୍କୁ ଆର୍ôଥକ ଭାବରେ ସଚେତନ ଏବଂ ସ୍ୱାବଲମ୍ବୀ କରିବାରେ ସହାୟକ ହେବ।”
ଫେସ୍ର ସିଇଓ ସୁଗନ୍ଧ ସାକ୍ସେନା କହିଛନ୍ତି ଯେ, “ଫେସ୍ ଏବଂ ଟ୍ରାନ୍ସୟୁନିୟନ୍ ସିବିଲ୍ ଭଳି ସଂଗଠନଗୁଡିକ ଆର୍ôଥକ ଉତ୍ପାଦ ଏବଂ ଗ୍ରାହକମାନଙ୍କ ମଧ୍ୟରେ ଥିବା ଅନ୍ତରକୁ ପୂରଣ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଏହି ମିଳିତ ପ୍ରୟାସ ବ୍ୟକ୍ତିଗତ ଭାବରେ ସୂଚନା ଆଧାରିତ ଏବଂ ଦାୟିତ୍ୱପୂର୍ଣ୍ଣ ଆର୍ôଥକ ନିଷ୍ପତି ନେବାରେ ସକ୍ଷମ ହେବା ନିଶ୍ଚିତ କରିବା ପାଇଁ ଆମର ସାମୂହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଉପଭୋକ୍ତାଙ୍କ ସହିତ ଦାୟିତ୍ୱପୂର୍ଣ୍ଣ ଋଣ ଆଚରଣ ଏବଂ ଋଣ ପ୍ରଥା ବିଷୟରେ ନିରନ୍ତର ଜଡିତ ହେବା ଋଣ ଏବଂ ଆର୍ôଥକ ପରିବେଶର ସ୍ଥିରତା ନିଶ୍ଚିତ କରିବା ପାଇଁ ଅଭିନ୍ନ ଅଂଶ। ଏକ ସୂଚନା ଆଧାରିତ ଏବଂ ଦାୟିତ୍ୱପୂର୍ଣ୍ଣ ଗ୍ରାହକ ଆର୍ôଥକ ପରିବେଶର ଏକ ସଂପତି ଏବଂ ଦେଶର ଆର୍ôଥକ କଲ୍ୟାଣ ଏବଂ ସ୍ଥିରତା ପାଇଁ ପ୍ରମୁଖ ଆବଶ୍ୟକତା।”
Comments are closed.