ବାହନଗାର ଟ୍ରେନ୍ ଦୁର୍ଘଟଣାରେ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କୁ ମାଗଣାରେ ପାଠ ପଢ଼ାଇବେ ଆଦାନି


ଭୁବନେଶ୍ୱର: ବାଲେଶ୍ୱର ବାହନଗାରେ ଘଟିଥିବା ଦେଶର ଅନ୍ୟତମ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ନିଜ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କୁ ମାଗଣାର ପାଠପଢ଼ାଇବେ ଶିଳ୍ପପତି ଗୌତମ ଆଦାନି । ସେମାନଙ୍କ ସ୍କୁଲ୍ ଶିକ୍ଷା ଖର୍ଚ୍ଚକୁ ସେ ବହନ କରିବେ ।
ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନି ଟୁଇଟ୍ କରି ଜଣାଇଛନ୍ତି ଯେ “ଏହି ଦୁର୍ଘଟଣାର ପୀଡ଼ିତ ଓ ସେମାନଙ୍କ ପରିବାର ପ୍ରତି ସମର୍ଥନ ଜଣାଇବା ଓ ପିଲାମାନଙ୍କୁ ଉତମ ଭବିଷ୍ୟତ ପ୍ରଦାନ କରିବା ଆମ ସମସ୍ତଙ୍କ ମିଳିତ ଦାୟିତ୍ୱ” ।
ନିଜ ହିନ୍ଦୀ ଟୁଇଟ୍‌ରେ ଆଦାନି ଲେଖିଛନ୍ତି ଯେ, “ଓଡ଼ିଶାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାକୁ ନେଇ ଆମେ ସମସ୍ତେ ଗଭୀର ଭାବେ ମର୍ମାହତ । ଆମେ ନିଷ୍ପତି ନେଇଛୁ ଯେ ଏହି ଦୁର୍ଘଟଣାରେ ପ୍ରାଣ ହରାଥିବା ପିଲାମାନଙ୍କ ସ୍କୁଲ ପାଠପଢ଼ା ଖର୍ଚ୍ଚ ଆଦାନି ଗ୍ରୁପ୍ ବହନ କରିବ । ଏହି ଦୁର୍ଘଟଣାର ପୀଡ଼ିତ ଓ ସେମାନଙ୍କ ପରିବାର ପ୍ରତି ସମର୍ଥନ ଜଣାଇବା ଓ ପିଲାମାନଙ୍କୁ ଉତମ ଭବିଷ୍ୟତ ପ୍ରଦାନ କରିବା ଆମ ସମସ୍ତଙ୍କ ମିଳିତ ଦାୟିତ୍ୱ ।’’
ଏହି ଟ୍ରେନ୍ ଦୁର୍ଘଟଣାକୁ ତିନି ଦଶନ୍ଧୀ ମଧ୍ୟରେ ସବୁଠୁ ଭୟଙ୍କର ଦୁର୍ଘଟଣା ଭାବେ ବିଚାର କରାଯାଉଛି ଯେଉଁଥିରେ ୩୦୦ ଜଣ ପ୍ରାଣ ହରାଇଥିବା ବେଳେ ଶହ ଶହ ଲୋକ ଆହତ ହୋଇଛନ୍ତି ।


Share It

Comments are closed.