ରିଲିଜ ହେଲା କମେଡି-ହରର ଫିଲ୍ମ ସ୍ତ୍ରୀର ଟ୍ରେଲର, ଦେଖନ୍ତୁ ଭିଡିଓ


ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା କପୁର ଏବଂ ଅଭିନେତ୍ରୀ ରାଜକୁମାରଙ୍କ ଅଭିନୀତ କମେଡି -ହରର ଫିଲ୍ମ ସ୍ତ୍ରୀର ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମଟିର ନିର୍ଦ୍ଦେଶନା ଅମର କୌଶିକ ଦେଇଥିଲା ବେଳେ ଫିଲ୍ମଟି ମ୍ୟାଡକ ଫିଲ୍ମ ବ୍ୟାନର ଅର୍ନ୍ତଗତ ପ୍ରସ୍ତୁତ ହୋଇଛି । ଏହି ଫିଲ୍ମଟି ଏକ ବାସ୍ତବ କାହାଣୀ ଉପରେ ମଧ୍ୟ ପ୍ରସ୍ତୁତ ହୋଇଛି । କାନ୍ନଡାର ଏକ ଲିଜେଣ୍ଡରୀ କାହାଣୀ ନାଲି ବା ଉପରେ ରହିଛି । ଏହି ଫିଲ୍ମଟି ପରଦାକୁ ୩୧ ଅଗଷ୍ଟରେ ଆସିବାକୁ ଯାଉଛି । ଏହି ଫିଲ୍ମଟିରେ ପକଞ୍ଜ ତ୍ରିପାଠୀ, ଅପରାଶକ୍ତି ଖୁରାନା ଏବଂ ବିଜୟ ରାଜ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ ।

ସ୍ତ୍ରୀ ଫିଲ୍ମଟି ମଧ୍ୟ ପ୍ରଦେଶର ଚାନ୍ଦେରି ଗ୍ରାମର ଏକ କିମ୍ବଦନ୍ତୀ ଉପରେ ଆଧାରିତ । ୧୯୯୦ ମସିହା ବେଳକୁ ବାଙ୍ଗାଲୁରୁ ସହରରେ ନାଲି ବା ଭୂତର ଖରାପ ପ୍ରଭାବ ରହିଥିଲା । କନ୍ନଡରେ ନାଲି ବାର ଅର୍ଥ ହେଉଛି କାଲି ଆସ । ରାତିରେ ସମସ୍ତଙ୍କ ଘର ବାହାରେ କିଏ ଡାକିବା ଆରମ୍ଭ କରିଥାଏ ଯେ ତାହାର ଶବ୍ଦ ଶୁଣି ବାହାରକୁ ଆସେ ସେ ତାହାର ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ବରଣ କରିଥାଏ । ଲୋକମାନଙ୍କ ମଧ୍ୟରେ ଏହାକୁ ନେଇ ଏକ ଡର ସଂଚାରିତ ହେଉଥିବା ବେଳେ ଲୋକମାନେ ନିଜର କବାଟ ବାହାରେ ନାଲି ବା ବୋଲି ଲେଖିଥାନ୍ତି ଯାହା ଦ୍ୱାରା ଖରାପ ସ୍ପିରିଟ ଘରକୁ ଆସିବାକୁ ସାହାସ କରିନଥାଏ । ସେଠାକାର ଲୋକମାନେ ମଧ୍ୟ ଏପ୍ରିଲ ୧ରୁ ନାଲି ବା ଦିବସ ରୂପେ ପାଳନ ମଧ୍ୟ କରିଥାନ୍ତି ।


Share It

Comments are closed.