ଟିପିଡବ୍ଲୁଓଡିଏଲର ‘ନୂତନ ସଂଯୋଗ ଶିବିର’: ମାତ୍ର 48 ଘଣ୍ଟା ମଧ୍ୟରେ 2,200 ରୁ ଅଧିକ ଦରଖାସ୍ତ ପଞ୍ଜିକୃତ କରାଗଲା
- 3,500ରୁ ଅଧିକ ବିଦ୍ୟୁତ୍ ଉପଭୋକ୍ତା ଏହି ମେଗା ଶିବିରରେ ସାମିଲ ହୋଇଥିଲେ ।
- ମାତ୍ର 48 ଘଣ୍ଟା ମଧ୍ୟରେ 2,200 ରୁ ଅଧିକ ନୂତନ ବିଦ୍ୟୁତ ସଂଯୋଗ ଦରଖାସ୍ତ ପଞ୍ଜିକୃତ ହୋଇଛି ।
- ସମାନ ଦିନରେ 700ରୁ ଅଧିକ ବିଦ୍ୟୁତ୍ ମିଟର ସ୍ଥାପନ କରାଯାଇଅଛି ।
ବୁର୍ଲା: ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ପଶ୍ଚିମ ଓଡ଼ିଶାର 9 ଗୋଟି ଜିଲ୍ଲାରେ ଥିବା ଏହାର ସମସ୍ତ ସେକ୍ସନ, ସବଡିଭିଜନ ଏବଂ ଡିଭିଜନ୍ କାର୍ଯ୍ୟାଳୟଗୁଡ଼ିକରେ ଚଳିତ ଅଗଷ୍ଟ ମାସ 7 ଏବଂ 8 ତାରିଖ ଦିନ ଏକ ମେଗା ନୂତନ ସଂଯୋଗ ଶିବିର ସଫଳତାର ସହ ଆୟୋଜନ କରାଯାଇଥିଲା । ଏହି ବୃହତ ପଦକ୍ଷେପର ଲକ୍ଷ୍ୟ ଥିଲା ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳ ଉପରେ ବିଶେଷ ଧ୍ୟାନ ଦେଇ ସେବାରୁ ବଞ୍ଚିତ ପରିବାରକୁ ବିଦ୍ୟୁତ୍ ସଂଯୋଗ ପ୍ରଦାନ କରି ମୁଖ୍ୟ ସ୍ରୋତରେ ସାମିଲ କରିବା ।
ଏହି ଶିବିରଗୁଡ଼ିକରେ ଜନସାଧାରଣଙ୍କ ବିପୁଳ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା । 3,500ରୁ ଅଧିକ ଲୋକେ ଏହି ମେଗା ଶିବିରରେ ସାମିଲ ହୋଇଥିଲେ । ଏଥିମଧ୍ୟରୁ ନୂତନ ବିଦ୍ୟୁତ୍ ସଂଯୋଗ ପାଇଁ 2,200ରୁ ଅଧିକ ଦରଖାସ୍ତ ପଞ୍ଜିକୃତ କରାଯାଇଥିଲା । ସେହିପରି ସମାନ ଦିନରେ 700ରୁ ଅଧିକ ଲୋକଙ୍କ ଘର କାନ୍ଥରେ ବିଦ୍ୟୁତ୍ ମିଟର୍ ସ୍ଥାପନ କରାଯାଇଥିଲା ।
ଅନେକ ପରିବାର ପ୍ରଥମଥର ପାଇଁ ବିଦ୍ୟୁତ୍ ସଂଯୋଗ ପାଇଥିଲେ । ଯାହା ସେମାନଙ୍କ ପରିବାରର ଉତ୍ତମ ଶିକ୍ଷା, ଉନ୍ନତ ସ୍ୱାସ୍ଥ୍ୟ ଏବଂ ଜୀବନଯାପନର ଗୁଣବତ୍ତା ବୃଦ୍ଧି ପାଇଁ ଦ୍ୱାର ଖୋଲିଥିଲେ । ଏହି ପଦକ୍ଷେପ ପଶ୍ଚିମ ଓଡ଼ିଶାରେ ସାର୍ବଜନୀନ ବିଦ୍ୟୁତୀକରଣ ଏବଂ ଭିତ୍ତିଭୂମି ଉନ୍ନତି ପାଇଁ ଟିପିଡବ୍ଲୁଓଡିଏଲର ପ୍ରତିବଦ୍ଧାକୁ ପ୍ରତିଫଳିତ କରେ ।
ପ୍ରକାଶଥାଉ କି, ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ପ୍ରଦତ୍ତ ଏହି ଦ୍ୱାରଦେଶ ସେବା ମଡେଲ (Doorstep Service Model)କୁ ଅନେକ ଲୋକେ ପ୍ରଶଂସା କରିଛନ୍ତି । କମ୍ପାନୀ ଏପରି ସକ୍ରିୟ ପ୍ରସାର କାର୍ଯ୍ୟକ୍ରମ ମାଧ୍ୟମରେ ଗୁଣାତ୍ମକ ସେବା, ନିର୍ଭରଯୋଗ୍ୟତା ଏବଂ ଗ୍ରାହକ ସନ୍ତୁଷ୍ଟି ପ୍ରତି ଏହାର ପ୍ରତିବଦ୍ଧତାକୁ ପୁନଃନିର୍ଦ୍ଦିଷ୍ଟ କରିଛି ।
“ବିଦ୍ୟୁତ କେବଳ ଯେ ଶକ୍ତି ନୁହେଁ, ଏହା ପ୍ରଗତି । ପ୍ରତ୍ୟେକ ନୂତନ ସଂଯୋଗ ସହିତ, ଆମେ ଘର, ଆଶା ଏବଂ ଭବିଷ୍ୟତକୁ ଆଲୋକିତ କରୁଛୁ । ଜନସାଧାରଣଙ୍କୁ ନୂତନ ବିଦ୍ୟୁତ୍ ଦରଖାସ୍ତ ପ୍ରଣାଳୀକୁ ସହଜ, ସୁଲଭ ଏବଂ ଦୁର୍ନୀତିମୁକ୍ତ କରିବା ପାଇଁ ବିତରକ କମ୍ପାନୀ ତରଫରୁ ଏହି ପ୍ରକାର ପଦକ୍ଷପ ନିଆଯାଇଥିଲା ଏବଂ ଏହାକୁ ଆଗାମୀ ଦିନରେ ମଧ୍ୟ କାର୍ଯ୍ୟକାରୀ କରାଯିବ ।” ବୋଲି ପ୍ରକାଶ କରିଛନ୍ତି ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା ।
Comments are closed.