ଟିପିଡବ୍ଲୁଓଡିଏଲ୍ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ

Share It

ବୁର୍ଲା, ୨୬.୦୧.୨୦୨୬: ପଶ୍ଚିମ ଓଡିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲୁଓଡିଏଲର ବୁର୍ଲା ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ତାଙ୍କ ସହ କମ୍ପାନୀର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ତଥା କର୍ମଚାରୀମାନେ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଥିଲେ ।

ଏହି ଅସବରରେ ଶ୍ରୀ ବର୍ମା କର୍ମଚାରୀଙ୍କ ଉଦେଶ୍ୟରେ ଉଦବୋଧନ ଦେଇ ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଆଜି ଦେଶ ବିଭିନ୍ନ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇଥିବା ଏବଂ ଅର୍ଥନୈତିକ କ୍ଷେତ୍ରରେ ବିଶ୍ୱରେ ଏକ ସମ୍ମାନୀୟ ସ୍ଥାନ ପାଇଥିବାର ସେ ଉଲ୍ଲେଖ କରିଥିଲେ । ଟିପିଡବ୍ଲୁଓଡିଏଲର ବିଗତ ପାଞ୍ଚ ବର୍ଷର ଯାତ୍ରା ବିଷୟରେ ଆଲୋକପାତ କରି କମ୍ପାନୀ ବିଭିନ୍ନ କ୍ଷେତ୍ରରେ ଗ୍ରାହକଙ୍କୁ ଉନ୍ନତମୂଳକ ସେବା ଯୋଗାଇ ଦେବା ଏବଂ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣରେ ଯେଉଁସବୁ ସଫଳତା ହାସଲ କରିଛି, ସେ ବିଷୟରେ ସେ କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ସମସ୍ତ କର୍ମଚାରୀଙ୍କୁ କମ୍ପାନୀର ନିର୍ଦ୍ଦେଶ ମୁତାବକ କାର୍ଯ୍ୟକ୍ଷେତ୍ରରେ ସୁରକ୍ଷାକୁ କଡାକଡ଼ି ଭାବରେ ପାଳନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଆଗାମୀ ଦିନରେ ସମସ୍ତଙ୍କ ସହଯୋଗରେ ଟିପିଡବ୍ଲୁଓଡିଏଲ୍ ଉନ୍ନତ ଗ୍ରାହକ ସେବା ଯୋଗାଇବାରେ ସଫଳ ହେବ ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ ।

ସେହିପରି କମ୍ପାନୀର ସମସ୍ତ ମଣ୍ଡଳ କାର୍ଯ୍ୟାଳୟ ତଥା ଅନ୍ୟାନ୍ୟ କାର୍ଯ୍ୟାଳୟରେ ମଧ୍ୟ କର୍ମଚାରୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ କରିଥିଲେ ।


Share It

Comments are closed.