ଟିପିଡବ୍ଲୁଓଡିଏଲ୍ ଦ୍ୱାରା ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ବିଦ୍ୟୁତ୍ ଭିତ୍ତିଭୂମିର ସୁଦୃଢୀକରଣ
ବୁର୍ଲା/ସୁନ୍ଦରଗଡ଼, ୦୫ ଜୁଲାଇ, ୨୦୨୫: ଗ୍ରାମୀଣ ବିଦ୍ୟୁତୀକରଣକୁ ସୁଦୃଢ଼ କରିବା ଏବଂ ପଶ୍ଚିମ ଓଡ଼ିଶାର ବର୍ଦ୍ଧିତ ବିଦ୍ୟୁତ୍ ଶକ୍ତି ଚାହିଦା ପୂରଣ କରିବା ପାଇଁ ନିରନ୍ତର ପ୍ରୟାସ ଭାବେ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ଼ ଦ୍ୱାରା ସୁନ୍ଦରଗଡ଼ ଜିଲ୍ଲାରେ ଚାରୋଟି ପ୍ରମୁଖ ବିଦ୍ୟୁତ୍ ଟ୍ରାନ୍ସଫର୍ମର(DTR)ର କ୍ଷମତା ବୃଦ୍ଧି କରାଯାଇଅଛି ।
ଗ୍ରାମୀଣ ବିଦ୍ୟୁତ୍ ଭିତ୍ତିଭୂମିର ସୁଦୃଢୀକରଣର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ଅଂଶ ଭାବେ ଟିପିଡବ୍ଲୁଓଡିଏଲ୍ ଦ୍ୱାରା ରାଜଗାଙ୍ଗପୁର ବ୍ଲକ୍ ଅନ୍ତର୍ଗତ ତେଲିପୋଷ, ସାନଦଲକି ଗ୍ରାମରେ ଗୋଟିଏ ଲେଖାଏଁ ଏବଂ କଚାରୁ ଗ୍ରାମର ଦୁଇଟି ସ୍ଥାନରେ ଥିବା ୧୬ କେ.ଭି.ଏ କ୍ଷମତା ବିଶିଷ୍ଟ ବିଦ୍ୟୁତ୍ ଟ୍ରାନ୍ସଫର୍ମକୁ ୬୩ କେ.ଭି.ଏ କ୍ଷମତାକୁ ଅପଗ୍ରେଡ୍ କରାଯାଇଅଛି । ଯାହା ବର୍ଦ୍ଧିତ ବିଦ୍ୟୁତ ଚାହିଦା ପୂରଣ କରିବା ସହ ସ୍ଥିତର ଭୋଲ୍ଟେଜ୍ ପ୍ରଦାନ କରିବ ଏବଂ ଏହି ଗ୍ରାମାଞ୍ଚଳର ବାସିନ୍ଦାମାନଙ୍କୁ ସ୍ଥିର ତଥା ନିର୍ଭରଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବ । ଏହି ଅପଗ୍ରେଡସନ୍ କାର୍ଯ୍ୟ ଦ୍ୱାରା ଏହି ଚାରୋଟି ଗ୍ରାମର ପ୍ରାୟ ୨୫୦ ପରିବାରକୁ ସିଧାସଳଖ ଲାଭ ପାଇପାରିବେ ।
ଏହି ଉଲ୍ଲେଖନୀୟ ସଫଳତା ବିଷୟରେ ପ୍ରକାଶ କରି ଟିପିଡବ୍ଲୁଓଡିଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା କହିଛନ୍ତି ଯେ, ବିଦ୍ୟୁତ୍ ଟ୍ରାନ୍ସଫର୍ମର ଗୁଡ଼ିକର ଉନ୍ନତିକରଣ ଦ୍ୱାରା ପଶ୍ଚିମ ଓଡ଼ିଶାର ପ୍ରତ୍ୟେକ ଗ୍ରାମରେ ଗୁଣାତ୍ମକ ବିଦ୍ୟୁତ୍ ପହଞ୍ଚାଇବା ଆମର ଲକ୍ଷ୍ୟ । ବିଦ୍ୟୁତ୍ ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟରେ ନିବେଶ କରି ଆମେ କେବଳ ବୈଷୟିକ ଚ୍ୟାଲେଞ୍ଜର ସମାଧାନ କରୁନାହୁଁ, ବରଂ ଅଞ୍ଚଳର ସାମାଜିକ-ଆର୍ଥିକ ପ୍ରଗତିରେ ଯୋଗଦାନ କରୁଅଛୁ ।
Comments are closed.