ଟିପିଏସ୍ଓଡିଏଲକୁ କଳିଙ୍ଗ ପରିବେଶ ଉତ୍କର୍ଷ ପୁରସ୍କାର


ବ୍ରହ୍ମପୁର: ଟିପିଏସ୍ଓଡିଏଲ୍(ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍)କୁ ସମ୍ମାନସ୍ପଦ କଳିଙ୍ଗ ପରିବେଶ ଉତ୍କର୍ଷ ପୁରସ୍କାର ମିଳିଛି । ଭୁବନେଶ୍ୱରରେ ଆୟୋଜିତ ନବମ ଜାତୀୟ ପରିବେଶ, ଶକ୍ତି ଓ ଜଳବାୟୁ ପରିବର୍ତ୍ତନ-୨୦୨୪ ସମ୍ମିଳନୀରେ କମ୍ପାନୀକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୱାଲିଟି ଆଣ୍ଡ୍ ଏନଭାରମେଣ୍ଟ ମ୍ୟାନେଜମେଣ୍ଟ ସର୍ଭିସେସ୍ (ଆଇକ୍ୟୁଇଏମ୍ଏସ୍) ଏବଂ ହାଇଦ୍ରାବାଦସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଏଣ୍ଟରପ୍ରାଇଜ୍ (ଆଇପିଇ) ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପରିବେଶ ସଂରକ୍ଷଣ ଏବଂ ନିରନ୍ତର ବିକାଶ ପ୍ରଣାଳୀରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଟିପିଏସ୍ଓଡିଏଲକୁ ୨୦୨୩ ବର୍ଷ ପାଇଁ ୪-ତାରକା ବର୍ଗରେ ଏହି ପୁରସ୍କାର ମିଳିଛି । ଲେସୋଥୋର ହାଇକମିଶନର ଲେବୋହାଙ୍ଗ ଭାଲେଣ୍ଟାଇନ୍ ମୋଚାବା ଟିପିଏସ୍ଓଡିଏଲକୁ ଏହି ପୁରସ୍କାର ଦେଇଛନ୍ତି । ପରିବେଶ ସଂରକ୍ଷଣ କ୍ଷେତ୍ରରେ ଅଭିନବ ଏବଂ ପ୍ରଭାବଶାଳୀ ଅଭ୍ୟାସ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଟିପିଏସଓଡିଏଲର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଆସିଛି।

କମ୍ପାନୀ ନିଜର ପରିଚାଳନାଗତ ଦକ୍ଷତା ବୃଦ୍ଧି କରିବା ସହ ନିରନ୍ତର ବିକାଶ କ୍ଷେତ୍ରକୁ ମଧ୍ୟ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରୁଛି । ସେହିଭଳି ପରିବେଶ ସଂରକ୍ଷଣ ଓ ଏହାର ସକାରାତ୍ନକ ପରିବର୍ତ୍ତନ ଦିଗରେ ନିଜର କ୍ରମାଗତ ନିବେଶ ଜାରି ରଖିଛି ।


Share It

Comments are closed.