ଟିପିଏନଓଡିଏଲ ପକ୍ଷରୁ ବାଲେଶ୍ଵରରେ ଉପଭୋକ୍ତା ସମ୍ମିଳନୀ
ବାଲେଶ୍ଵର, ୧୭/୧ : ଟିପିଏନଓଡିଏଲ ପକ୍ଷରୁ ବାଲେଶ୍ଵରର ନୋସୀ ପରିସରରେ ବାଲେଶ୍ଵର, ଭଦ୍ରକ ଓ ବାରିପଦା ସର୍କଲର ଏଚଟି ଓ ଇଏଚ୍ଟିର ପ୍ରମୁଖ ଉପଭୋକ୍ତାମାନଙ୍କୁ ନେଇ ଉପଭୋକ୍ତା ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଟିପିଏନଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଗଜାନନ କାଲେ, ବାଣିଜ୍ୟ ଓ ବିଇ ମୁଖ୍ୟ ଜୟଦୀପ ରୟ, ପରିଚାଳନା ମୁଖ୍ୟ ନିଲେଶ ପୋଟଫୋଡେ, ପ୍ରକଳ୍ପ ମୁଖ୍ୟ ପ୍ରଦୀପ ମହାନ୍ତି, ମାନବ ସମ୍ବଳ ମୁଖ୍ୟ ରମେନ୍ଦ୍ର ବନିକଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ତଥା ସଦସ୍ୟମାନେ ଉପସ୍ଥିତ ଥିଲେ।
ଆୟୋଜିତ ଉପଭୋକ୍ତା ସମ୍ମିଳନୀରେ ଟିପିଏନଓଡିଏଲର ପକ୍ଷରୁ ଗୁଣାତ୍ମକ ବିଦ୍ୟୁତ ସେବା, ବିଦ୍ୟୁତ ଭିତ୍ତିଭୂମିର ସୁଦୃଢ଼ୀକରଣ ତଥା ଅଭିନବ ଉପଭୋକ୍ତା-କୈନ୍ଦ୍ରୀକ ଆଭିମୁଖ୍ୟ ବିଷୟରେ ଆଲୋକପାତ କରାଯିବା ସହ ଆଧୁନିକ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ନେଇ ବିଶେଷ ଉପସ୍ଥାପନା କରଯାଇଥିଲା I ଉପସ୍ଥିତ ଉଦ୍ଯୋଗ ପ୍ରତିନିଧୀମାନେ ମଧ୍ୟ ଟିପିଏନଓଡିଏଲର ବିଦ୍ୟୁତ ପରିଚାଳନା ନେଇ ନିଜର ମତାମତ ପ୍ରକାଶ କରିବା ସହ ବିତରଣ କ୍ଷେତ୍ରରେ ହୋଇଥିବା ରୂପାନ୍ତରଣକୁ ନେଇ ପ୍ରଶଂସା କରିଥିଲେ I ଏହି ଅବସରରେ ସିଇଓ ଶ୍ରୀ କାଲେ ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ ପାଇଁ ଟିପିଏନଓଡିଏଲ ପ୍ରତିଶ୍ରୁତିବଦ୍ଧ ରହିଥିବାବେଳେ ଗ୍ରାହକ-କୈନ୍ଦ୍ରିକ ସେବା, ବିଦ୍ୟୁତ ସୁରକ୍ଷା, ସୌରୀକରଣ ଏବଂ ନିରନ୍ତର ଭିତ୍ତିଭୂମି ସୁଦୃଢ଼ୀକରଣ ଦିଗରେ କାର୍ଯ୍ୟରତ ରହିଛି ବୋଲି କହିଥିଲେ । ବିଦ୍ୟୁତ୍ ନିର୍ଭରଯୋଗ୍ୟତା ତଥା ସୌରଶକ୍ତିର ବହୁଳ ବ୍ୟବହାର କ୍ଷେତ୍ରରେ ଓଡ଼ିଶାର ଅଭିବୃଦ୍ଧିକୁ ସଶକ୍ତ କରିବା ପାଇଁ ଟିପିଏନଓଡିଏଲ ନିରନ୍ତର ପ୍ରୟାସ ଜାରି ରଖିବ ବୋଲି ସେ ଦୋହରାଇଥିଲେ I ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର ଅଧିକ୍ଷଣ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ରାୟ, ବାରିପଦା ଅଧିକ୍ଷଣ ଯନ୍ତ୍ରୀ ଦେବଦତ୍ତ ପଣ୍ଡା ଓ ଭଦ୍ରକ ଅଧିକ୍ଷଣ ଯନ୍ତ୍ରୀ ଭୁପେନ୍ଦ୍ରନାଥ ସାହୁଙ୍କ ସମେତ ତିନୋଟି ସର୍କଲର ସମସ୍ତ ନିର୍ବାହୀ ଯନ୍ତ୍ରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ଉଦ୍ଯୋଗ ପ୍ରତିନିଧୀମାନଙ୍କୁ ନେଇ “ଭାରତର ବଢ଼ୁଥିବା ବିଦ୍ୟୁତ ଆବଶ୍ୟକତା ପୂରଣରେ ନବୀକରଣୀୟ ଶକ୍ତିର ଭୂମିକା” ବିଷୟବସ୍ତୁକୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା I
Comments are closed.