ଟିପିଏନଓଡିଏଲ ପକ୍ଷରୁ ଉଚ୍ଚ କ୍ଷମତାସମ୍ପନ୍ନ ଟ୍ରାନ୍ସଫର୍ମର ସ୍ଥାପନ
ବାଲେଶ୍ଵର, ୬/୧ : ଟିପିଏନଓଡ଼ିଏଲ ପକ୍ଷରୁ ସ୍ଥାପନ ହେଲା ଉଚ୍ଚ କ୍ଷମତାସମ୍ପନ୍ନ ଟ୍ରାନ୍ସଫର୍ମର । ଉପଭୋକ୍ତାଙ୍କୁ ମିଳିବ ଗୁଣାତ୍ମକ ବିଜୁଳି ସେବା। ଦୂର ହେବ ଲୋ-ଭୋଲ୍ଟେଜ ସମସ୍ଯା। ଜନସାଧାରଣଙ୍କ ପାଇଁ ଲୋ-ଭୋଲ୍ଟେଜ ଏକ ସମସ୍ଯା ହୋଇ ରହି ଆସିଥିବାବେଳେ ସେମାନଙ୍କ ଅଭିଯୋଗ ଥିବାବେଳେ ଏହାର ସ୍ଥାୟୀ ସମାଧାନ କରିଛି ଟାଟା ପାୱାର ଏବଂ ଓଡିଶା ସରକାରଙ୍କ ଯୌଥ ଉଦ୍ଯୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ)।
ଟିପିଏନଓଡିଏଲ ପକ୍ଷରୁ ଲୋ-ଭୋଲ୍ଟେଜ ସମସ୍ଯା ନେଇ ଅଭିଯୋଗ ଥିବା ଅଞ୍ଚଳଗୁଡ଼ିକରେ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି। କେନ୍ଦୁଝର ଜିଲ୍ଲା ଝୁମ୍ପୁରା ସେକ୍ସନ ଅନ୍ତର୍ଗତ ଦୁଡକୁଣ୍ଡି ଅଞ୍ଚଳରେ ୨୫ କେଭିଏରୁ ୧୦୦ କେଭିରେ ପରିବର୍ତ୍ତନ କରାଯାଇଥିବା ବେଳେ ଯାଜପୁର ଜିଲ୍ଲା କୁଆଖିଆ ଡିଭିଜନ ଅନ୍ତର୍ଗତ ପାନ୍ତୁରି ଅଞ୍ଚଳର ଥିବା ୧୬ କେଭି ବିଦ୍ୟୁତ ଟ୍ରାନ୍ସଫର୍ମରକୁ ୧୦୦ କେଭିରେ ପରିବର୍ତ୍ତନ କରାଯାଇଛି ଓ ନେଉଳପୁର ଅଞ୍ଚଳର ୧୦୦କେଭି ବିଦ୍ୟୁତ ଟ୍ରାନ୍ସଫର୍ମରର କ୍ଷମତାକୁ ୨୫୦ କେଭିକୁ ବୃଦ୍ଧି କରାଯାଇଛି। ଅନୁରୂପ ଭାବେ ବାରିପଦା ଅନ୍ତର୍ଗତ ରଘୁନାଥପୁରରେ ୧୦୦ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର କ୍ଷମତାକୁ ୨୫୦ କେଭିକୁ ବୃଦ୍ଧି କରାଯାଇଥିବାବେଳେ ଭଦ୍ରକ ସାଉଥ ଡିଭିଜନ ଅନ୍ତର୍ଗତ ଆଖୁଆପଦାରେ ୧୦୦ କେଭି ବିଦ୍ୟୁତ ଟ୍ରାଂସଫରମର କ୍ଷମତାକୁ ୨୫୦ କେଭିକୁ ବୃଦ୍ଧି କରାଯାଇଛି। ସେହିପରି ରାଇରାଙ୍ଗପୁର ଡିଭିଜନ ଅନ୍ତର୍ଗତ ଉପରବେଢା ଓ କଣ୍ଟାବଣିରେ ଦୁଇଟି ୨୫କେଭି ବିଦ୍ୟୁତ ଟ୍ରାନ୍ସଫର୍ମର କ୍ଷମତାକୁ ୧୦୦ କେଭିକୁ ବୃଦ୍ଧି କରାଯିବା ସହ କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳର ୧୦୦ କେଭି ବିଦ୍ୟୁତ ଟ୍ରାନ୍ସଫର୍ମରକୁ ପରିବର୍ତ୍ତନ କରି ୨୫୦ କେଭିକୁ ବୃଦ୍ଧି କରାଯାଇଛି। ଏଣିକି ଏହି ଟ୍ରାନ୍ସଫର୍ମରଗୂଡ଼ିକ ଅଧିକ କ୍ଷମତାସମ୍ପର୍ଣ୍ଣ ହେବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ଲୋ-ଭୋଲ୍ଟେଜ ସମସ୍ଯା ଦୂର କରିବାରେ ସକ୍ଷମ ହେବ। ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ବହୁ ଦିନର ସମସ୍ଯା ମଧ୍ୟ ଦୂର ହେବ। ଖାଲି ସେତିକି ନୁହଁ, ସୁରକ୍ଷାକୁ ଦୃଷ୍ଟିରେ ରଖି ଟିପିଏନଓଡିଏଲ ପକ୍ଷରୁ ପୂର୍ବରୁ ଥିବା ପୁରୁଣା ବାଡ଼କୁ ପରିବର୍ତ୍ତନ କରାଯାଇ ନୂତନ ପାଚେରୀ ନିର୍ମାଣ କରାଯାଇଛି। ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ସେବା ଯୋଗାଇବା ପାଇଁ ଟିପିଏନଓଡିଏଲ ସର୍ବଦା ପ୍ରୟାସରତ ଥିବାବେଳେ ବିଗତ କିଛି ଦିନ ମଧ୍ୟରେ ଭିତ୍ତିଭୂମିଗୁଡିକରେ ଅନେକ ପରିବର୍ତ୍ତନ କରାଯାଇଛି। ଟିପିଏନଓଡିଏଲ ପକ୍ଷରୁ ଉପଭୋକ୍ତାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଉଛି।
Comments are closed.