ଟିପିସିଓଡିଏଲ୍ ପକ୍ଷରୁ ପିଏମ୍ ସୂର୍ଯ୍ୟଘର ମୁଫ୍‌ତ ବିଜିଲି ଯୋଜନା ଅଧୀନରେ ରୁଫଟପ୍ ସୋଲାର ବ୍ୟବସ୍ଥା ପାଇଁ ପ୍ରକ୍ରିୟାକରଣ ଫି ଛାଡ଼

Share It

ଭୁବନେଶ୍ୱର: ଟାଟା ପାୱାର୍ ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ପିଏମ୍ ସୂର୍ଯ୍ୟଘର ମୁଫ୍‌ତ ବିଜିଲି ଯୋଜନା (ପିଏମ୍‌ଏସଜିଏମବିୱାଇ) ଅଧୀନରେ ଓଡିଶାରେ ରୁଫଟପ୍ ସୋଲାର ବ୍ୟବସ୍ଥା ସ୍ଥାପନକୁ ତ୍ୱରାନ୍ୱିତ କରିବା ପାଇଁ ଅଭିଯାନ ଜୋରଦାର କରାଯାଇଛି।
ଗ୍ରାହକମାନଙ୍କ ସୁବିଧା ପାଇଁ ଟିପିସିଓଡିଏଲ୍ ପକ୍ଷରୁ ପିଏମ୍ ସୂର୍ଯ୍ୟଘର ମୁଫ୍‌ତ ବିଜିଲି ଯୋଜନା ଅଧୀନରେ ରୁଫଟପ୍ ସୋଲାର ବ୍ୟବସ୍ଥା ପାଇଁ ନେଟ୍ ମିଟରିଂ ପ୍ରକ୍ରିୟାକରଣ ଫିସ୍ ୫୦୦ ଟଙ୍କା ଛାଡ କରାଯାଇଛି। ଏହା ଦ୍ୱାରା ଅନଲାଇନ୍ ଡିମାଣ୍ଡ ନୋଟ୍ ସୃଷ୍ଟି ଏବଂ ପେମେଣ୍ଟ ଗେଟୱେ ମାଧ୍ୟମରେ ଦେୟ ପ୍ରଦାନ ଆବଶ୍ୟକତା ଦୂର ହୋଇଛି।
ପୂର୍ବରୁ ଟିପିସିଓଡିଏଲ୍ ୧୦ କିଲୋୱାଟ୍ ପର୍ଯ୍ୟନ୍ତ ବ୍ୟବସ୍ଥା ପାଇଁ ଟେକ୍ନିକାଲ୍ ଫିଜିବିଲିଟି ଷ୍ଟଡିର ଆବଶ୍ୟକତାକୁ ରଦ୍ଦ କରିଥିଲା ଏବଂ ସେକ୍ସନ୍ ମ୍ୟାନେଜରଙ୍କୁ ସମସ୍ତ କାର୍ଯ୍ୟପାଇଁ ସିଂଗଲ୍ ପଏଣ୍ଟ କଣ୍ଟାକ୍ଟ ଭାବେ ନିଯୁକ୍ତ କରି ସାଇଟ୍ ନିରୀକ୍ଷଣ, ନେଟ୍ ମିଟରିଂ ଚୁକ୍ତିନାମା ସ୍ୱାକ୍ଷର, ନେଟ୍ ମିଟର୍ ସ୍ଥାପନ ଇତ୍ୟାଦି ପାଇଁ ଲାଗୁଥିବା ସମୟକୁ ମଧ୍ୟ ହ୍ରାସ କରିଥିଲା।
ଯୋଜନାକୁ ଅଧିକ ଗ୍ରାହକ ଅନୁକୂଳ କରିବା ପାଇଁ ଟିପିସିଓଡିଏଲ୍ ନିୟାମକ ଢାଞ୍ଚା ମଧ୍ୟରେ ପ୍ରକ୍ରିୟାଗୁଡିକୁ ସରଳ କରିବା ପାଇଁ ନିରନ୍ତର ପ୍ରୟାସ କରୁଛି।
ଟିପିସିଓଡିଏଲ୍ ଏହାର ସମସ୍ତ ଆବାସିକ ଗ୍ରାହକଙ୍କୁ ରୁଫଟପ୍ ସୋଲାର ବିଦ୍ୟୁତ୍ ବ୍ୟବସ୍ଥା ସ୍ଥାପନ କରିବା, ନିଜସ୍ୱ ସବୁଜ ଶକ୍ତି ଉତ୍ପାଦନ କରିବା ଏବଂ ବିଜୁଳି ବିଲରେ ସଞ୍ଚୟ କରିବାକୁ ଉତ୍ସାହିତ କରୁଛି। ସମସ୍ତ ଆବାସିକ ଗ୍ରାହକଙ୍କୁ କେନ୍ଦ୍ର ଏବଂ ରାଜ୍ୟର ଆକର୍ଷଣୀୟ ଆର୍ôଥକ ସହାୟତା ମିଳୁଛି ଯାହା ତିନି ବର୍ଷ ମଧ୍ୟରେ ନିବେଶ ରାଶି ଫେରିପାଇବାକୁ ନିଶ୍ଚିତ କରୁଛି।
ଟିପିସିଓଡିଏଲର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, “ଅକ୍ଷୟ ଶକ୍ତି ସମାଧାନକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ପ୍ରତିବଦ୍ଧ। ଏହି ଅଭିଯାନ କେବଳ ରୁଫଟପ ସୋଲାର ସ୍ଥାପନ ନୁହେଁ; ବରଂ ଏହା ଆମ ସମାଜ ପାଇଁ ଏକ ସ୍ଥାୟୀ ପରିବର୍ତ୍ତନ ସୃଷ୍ଟି କରିବା ଉପରେ ଧ୍ୟାନ ଦେଇଛି। ଆମେ ସାଧାରଣ ଲୋକ ଏବଂ ବ୍ୟବସାୟିକ ଅନୁଷ୍ଠାନ ଗୁଡିକୁ ସୌର ଶକ୍ତି ଗ୍ରହଣ କରିବାକୁ ଏବଂ ଏକ ସବୁଜ ଓଡିଶା ଗଠନରେ ଯୋଗଦାନ ଦେବାକୁ ଲକ୍ଷ୍ୟ ରଖିଛୁ।”
ଗ୍ରାହକମାନେ ଅଧିକ ବିବରଣୀ ପାଇଁ ଟିପିସିଓଡିଏଲକୁ ଦେୟମୁକ୍ତ ନମ୍ବର ୧୯୧୨ କିମ୍ବା ୧୮୦୦-୩୪୫-୭୧୨୨ରେ କଲ କରିପାରିବେ କିମ୍ବା ଅନଲାଇନ ମାଧ୍ୟମ www.pmsuryaghar.gov.in ରେ ଆବେଦନ କରିପାରିବେ।


Share It

Comments are closed.