ଠିକ୍ ସମୟରେ ବିଦ୍ୟୁତ୍ ବିଲ୍ ପୈଠ କରି ଟିପିସିଓଡିଏଲ୍ର ୮୯ ଜଣ ଉପଭୋକ୍ତା ଜିତିଲେ ମୋବାଇଲ୍ ଫୋନ୍ ସହ ଆକର୍ଷଣୀୟ ପୁରସ୍କାର
ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଭୁବନେଶ୍ୱରର ଏମ୍ଡିସି ଅଡିଟୋରିୟମ୍ରେ ମେଗା ‘ବିଲ୍ ପେ ଆଣ୍ଡ୍ ୱିନ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ନିୟମିତ ଭାବେ ସଠିକ୍ ସମୟରେ ଏବଂ ଅନଲାଇନ୍ ମାଧ୍ୟମରେ ନିଜର ବିଦ୍ୟୁତ ବିଲ୍ ପଇଠ କରୁଥିବା ଗ୍ରାହକମାନଙ୍କୁ ରିୱାର୍ଡ ପ୍ରଦାନ କରାଯାଇଛି।
ଏକ ବ୍ୟବସ୍ଥା ଭିତ୍ତିକ ଡ୍ର’ ଜରିଆରେ ଭୁବନେଶ୍ୱର ସର୍କଲ୍ରୁ ୮୦ ଜଣ ଭାଗ୍ୟଶାଳୀ ଉପଭୋକ୍ତାଙ୍କୁ ଚୟନ କରାଯାଇଥିଲା ଏବଂ ସେମାନଙ୍କୁ ମୋବାଇଲ୍ ଓ ଅନ୍ୟାନ୍ୟ ଆକର୍ଷଣୀୟ ଉପହାର ଦିଆଯାଇଥିଲା। ୨୦୨୪-୨୫ ଆର୍ଥିକ ବର୍ଷର ‘ବିଲ୍ ପେ ଆଣ୍ଡ୍ ୱିନ୍’ ସ୍କିମ୍ ଅଧୀନରେ ସମଗ୍ର ଟିପିସିଓଡିଏଲ୍ ସର୍କଲ୍ରେ ୯ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ମେଗା ପୁରସ୍କାର ଭାବେ ଆଇଫୋନ୍ ପ୍ରଦାନ କରାଯାଇଥିଲା।
ଏହି ସ୍କିମ୍ରେ ଶୂନ ବକେୟା ରଖୁଥିବା ଏବଂ ଟିପିସିଓଡିଏଲ୍ର ଅନ୍ଲାଇନ୍ ପ୍ଲାଟଫର୍ମକୁ ବ୍ୟବହାର କରି ଧାର୍ଯ୍ୟ ତାରିଖ ଭିତରେ ନିଜର ବିଦ୍ୟୁତ୍ ବିଲ୍ ପଇଠ କରୁଥିବା ଉପଭୋକ୍ତାମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଡିଜିଟାଲ୍ କାରବାର, ବିଲିଂ ରେ ସ୍ୱଚ୍ଛତା ଓ ଗ୍ରାହକଙ୍କ ସୁବିଧା ପ୍ରତି ଟିପିସିଓଡିଏଲ୍ର ପ୍ରତିବଦ୍ଧତାକୁ ଦର୍ଶାଉଛି।
ଏ ସମ୍ପର୍କରେ ଟିପିସିଓଡିଏଲ୍ର ସିଇଓ ଅରଭିିନ୍ଦ୍ ସିଂହ କହିଛନ୍ତି ଯେ, ‘ବିଲ୍ ପେ ଆଣ୍ଡ୍ ୱିନ୍ ସ୍କିମ୍’ ଠିକ୍ ସମୟରେ ବିଦ୍ୟୁତ୍ ବିଲ୍ ପଇଠକୁ ଉତ୍ସାହିତ କରିବା ଏବଂ ଡିଜିଟାଲ କାରବାରର ପ୍ରସାର କରିବା ପ୍ରତି ଆମର ରହିଥିବା ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଉପଭୋକ୍ତାମାନଙ୍କ ନିରନ୍ତର ସମର୍ଥନକୁ ଆମେ ପ୍ରଶଂସା କରୁଛୁ ଏବଂ ସେମାନଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣ ପାଇଁ ସମସ୍ତ ବିଜେତାଙ୍କୁ ଅଭିନନ୍ଦନ ଜଣାଉଛୁ।’’
ଏଭଳି ସ୍କିମ୍ ଜରିଆରେ ଗ୍ରାହକ ସମ୍ପର୍କକୁ ସୁଦୃଢ଼ କରିବା ସହିତ ଠିକ୍ ସମୟରେ ବିଦ୍ୟୁତ୍ ବିଲ୍ ପଇଠ ଏବଂ ସାମଗ୍ରିକ ସେବା ଅନୁଭୂତିରେ ଉନ୍ନତି ଆଣିବା ପାଇଁ ଟିପିସିଓଡିଏଲ୍ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି।
ମେଗା ‘ବିଲ୍ ପେ ଆଣ୍ଡ୍ ୱିନ୍’ ସ୍କିମ୍ ସମ୍ପର୍କରେ ଅଧିକ ବିବରଣୀ ପାଇଁ ଉପଭୋକ୍ତାମାନେ ଟିପିସିଓଡିଏଲ୍ର ୨୪ ଘଂଟିଆ ହେଲ୍ପଲାଇନ୍ ୧୯୧୨ କିମ୍ବା ୧୮୦୦-୩୪୫-୭୧୨୨ରେ କଲ୍ କରିପାରିବେ କିମ୍ବା www.tpcentralodisha.com ପରିଦର୍ଶନ କରିପାରିବେ।
Comments are closed.