ନୂଆଦିଲ୍ଲୀରେ ଅନୁଷ୍ଠିତ ଶକ୍ତି ସମ୍ମିଳନୀରେ ‘ସ୍କେଲ ଜିଆଇଏସ’ ମୂତୟନ ପାଇଁ ଟିପିସିଓଡିଏଲ ସମ୍ମାନୀତ


ଭୁବନେଶ୍ୱର, ୯ ସେପ୍େଟମ୍ବର ୨୦୨୪: ନୂଆଦିଲ୍ଲୀରେ ଅନୁଷ୍ଠିତ ୟୁସି୨୦୨୪-ଇଏସ୍‌ଆରଆଇ ଇଣ୍ଡିଆ ୟୁଜର୍ ସମ୍ମିଳନୀ ‘ଶକ୍ତି ଶିଖର ସମ୍ମିଳନୀ: ଜିଆଇଏସ୍ ସହ ୟୁଟିଲିଟିଙ୍କ ସଶକ୍ତୀକରଣ’ରେ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ)କୁ ସମ୍ମାନିତ କରାଯାଇଛି।
ଗତ ଚାରି ବର୍ଷ ମଧ୍ୟରେ ଟିପିସିଓଡିଏଲ ପକ୍ଷରୁ ଉଭୟ ସହରାଚଂଳ ଓ ଗ୍ରାମାଚଂଳରେ ବ୍ୟାପକ ଭାବେ ଭୌଗଳିକ ସୂଚନା ବ୍ୟବସ୍ଥା (ଜିଆଇଏସ୍‌) ମୂତୟନ କରାଯାଇଛି।
ଇଏସ୍‌ଆରଆଇ ଜିଆଇଏସ୍ ସଫ୍ଟଓୟାରକୁ ବ୍ୟବହାର କରି ଟିପିସିଓଡିଏଲ ପକ୍ଷରୁ ସଫଳତାର ଏହାର ସମସ୍ତ ୩୩/୧୧ କେଭି ସବଷ୍ଟେସନ, ୧୧/୦.୪ କେଭି ବଂଟନ ସବଷ୍ଟେସନ, ଇଏଚ୍‌ଟି, ଏଚ୍‌ଟି ଓ ଏଲ୍‌ଟି ଗ୍ରାହକମାନଙ୍କ ସମେତ ୩୦ ହଜାର ବର୍ଗ କିଲୋମିଟରର ବ୍ୟାପକ ଅଂଚଳରେ ୩୩ କେଭି, ୧୧ କେଭି ଓ ଏଲ୍‌ଟି ଓଭରହେଡ ଓ ଭୂତଳ ନେଟୱର୍କକୁ ସଫଳତାର ସହ ମ୍ୟାପିଂ କରାଯାଇଛି। ଏସ୍‌ଏପି ଆଇଏସ୍‌ୟୁ, ଏସ୍‌ଏପି ସିଆରଏମ୍‌, ମିଟର ତଥ୍ୟ ପରିଚାଳନା (ଏମଡିଏମ୍‌) ବ୍ୟବସ୍ଥା, ନେଟୱର୍କ ପ୍ଲାନିଂ ସଫ୍ଟଓୟାର, ଏନର୍ଜି ଅଡିଟ ଆପ୍ଲିକେସନ, ଆଡଭାନ୍ସଡ ଡିଷ୍ଟ୍ରିବ୍ୟୁସନ ମ୍ୟାନେଜମେଂଟ ସିଷ୍ଟମ (ଏଡିଏମ୍‌ଏସ୍‌) ଓ ପରମିଟ ଟୁ ୱାର୍କ (ପିଟିଡବ୍ଲୁ) ମ୍ୟାନେଜମେଂଟ ସିଷ୍ଟମ ଭଳି ବିଭିନ୍ନ ଏଂଟରପ୍ରାଇଜ ଆପ୍ଲିକେସନ ସହ ସମନ୍ୱୟରୁ ଜିଆଇଏସ୍‌ର ଲାଭ ମିଳିବା ଆରମ୍ଭ ହୋଇଥିଲା।
ୟୁସି ୨୦୨୪ ସମ୍ମିଳନୀରେ ‘ଟିପିସିଓଡିଏଲରେ ଜିଆଇଏସ୍ ବ୍ୟବହାର କରି ପରିଚାଳନାରେ ଆଦର୍ଶ ପରିବର୍ତନ’ ଶିୀର୍ଷକ ଟିପିସିଓଡିଏଲର ଜିଆଇଏସ କାର୍ଯ୍ୟକାରିତାକୁ ଉପସ୍ଥାପନ କରାଯାଇଥିଲା। ଇଏସ୍‌ଆରଆଇ ହେଉଛି ଜିଆଇଏସ୍ ସଫ୍ଟଓୟାରର ଏକ ଅଗ୍ରଣୀ ସଂସ୍ଥା ଯାହା ଟିପିସିଓଡିଏଲର ସ୍ୱତନ୍ତ୍ର ଦୃଷ୍ଟିକୋଣକୁ ସ୍ୱୀକୃତି ପ୍ରଦାନ କରିଛି। ଟିପିସିଓଡିଏଲରେ ଜିଆଇଏସ୍ ମୁଖ୍ୟ ଧ୍ରୁବ ବାନାର୍ଜୀ ଟିପିସିଓଡିଏଲ୍ ଟିମ୍ ତରଫରୁ ପୁରସ୍କାର ଗ୍ରହଣ କରିଛନ୍ତି।
ଏହି ମାନ୍ୟତା ସମ୍ପର୍କରେ ଟିପିସିଓଡିଏଲର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, ‘ଆମର ବ୍ୟାପକ ଜିଆଇଏସ୍ ମୂତୟନକୁ ମାନ୍ୟତା ପ୍ରଦାନ କରାଯାଇଥିବାରୁ ଆମେ ଗର୍ବିତ ଯାହା ଉଭୟ ସହରାଚଂଳ ଓ ଗ୍ରାମାଚଂଳରେ ବ୍ୟାପକ ଭୌଗଳିକ ଆକାର ଦୃଷ୍ଟିରୁ ସ୍ୱତନ୍ତ୍ର। ଇଏସ୍‌ଆରଆଇ ଜିଆଇଏସ୍ ଭଳି ଅତ୍ୟାଧୁନିକ ପ୍ରଯୁକ୍ତିକୁ ବ୍ୟବହାର କରିବା ଦ୍ୱାରା ପରିଚାଳନା ଦକ୍ଷତାରେ ଉନ୍ନତି ହୋଇଥିବା ବେଳେ ୩୦,୦୦୦ ବର୍ଗ କିଲୋମିଟର ଅଂଚଳରେ ଆମ ଗ୍ରାହକଙ୍କୁ ଉନ୍ନତ ସେବା ପ୍ରଦାନ କରାଯାଇପାରିଛି। ଏହି ସଫଳତା ବିଦ୍ୟୁତ ବଂଟନ କ୍ଷେତ୍ରରେ ଉତ୍କର୍ଷ ହାସଲ ଓ ଅଭିନବ ପ୍ରଯୁକ୍ତି ଗ୍ରହଣ ଓ ମୂତୟନ ପାଇଁ ଆମର ରହିଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି।’’


Share It

Comments are closed.