ସ୍ମାର୍ଟ ମିଟରର ସଠିକତା ପରଖିବାକୁ ଉପଭୋକ୍ତାଙ୍କୁ ଟିପିସିଓଡିଏଲ୍‌ର ଆହ୍ୱାନ; ୨୦ଟି ଗ୍ରାହକ ସେବା କେନ୍ଦ୍ରରେ ଉପଭୋକ୍ତା ନିଜେ କରିପାରିବେ ସଠିକତାର ଯାଞ୍ଚ

Share It

ଭୁବନେଶ୍ୱର, ୧୬ ଜାନୁଆରୀ ୨୦୨୬: ସେଣ୍ଟ୍ରାଲ ଓଡ଼ିଶାର ବିଦ୍ୟୁତ ବିତରଣ ଦାଇତ୍ୱରେ ଥିବା ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ) ପକ୍ଷରୁ ଆଜି ସ୍ମାର୍ଟ ମିଟରର କାର୍ଯ୍ୟକାରିତା ଓ ସଠିକତା ସମ୍ପର୍କରେ ପୁନର୍ବାର ସ୍ପଷ୍ଟୀକରଣ ଦିଆଯାଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ସ୍ମାର୍ଟ ମିଟରଗୁଡ଼ିକ ପାରମ୍ପରିକ ମିଟର ଭଳି ସମାନ କୌଶଳରେ କାର୍ଯ୍ୟ କରେ ଏବଂ ଏହା ଅତ୍ୟନ୍ତ ସଠିକ ଭାବେ ବିଦ୍ୟୁତ ବ୍ୟବହାର ରେକର୍ଡ କରିଥାଏ। ଏହି ସଠିକତାକୁ ଉପଭୋକ୍ତାମାନେ ନିଜେ ପରଖିବା ପାଇଁ କମ୍ପାନୀ ପକ୍ଷରୁ ୨୦ଟି ଗ୍ରାହକ ସେବା କେନ୍ଦ୍ରରେ ସ୍ମାର୍ଟ ମିଟର ଏବଂ ପାରମ୍ପରିକ ମିଟରର ଏକ ‘ଲାଇଭ୍ ଡିସପ୍ଲେ’ ବ୍ୟବସ୍ଥା କରାଯାଇଛି। ଏଠାରେ ସାଧାରଣ ଜନତା ନିଜେ ଉଭୟ ମିଟରର କାର୍ଯ୍ୟଶୈଳୀକୁ ପାଖାପାଖି ରଖି ତୁଳନା କରିପାରିବେ ଓ ଏହାର ସଠିକତା ପରଖି ପାରିବେ।

ଟିପିସିଓଡିଏଲ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସ୍ମାର୍ଟ ମିଟର ବିଦ୍ୟୁତ ବ୍ୟବହାରକୁ ପରିବର୍ତ୍ତନ କରେ ନାହିଁ କିମ୍ବା ବଢ଼ାଇ ଦେଖାଏ ନାହିଁ। ପାରମ୍ପରିକ ମିଟର ତୁଳନାରେ ସ୍ମାର୍ଟ ମିଟରରେ ବିଦ୍ୟୁତ ବ୍ୟବହାର ମାପିବା ଶୈଳୀରେ କୌଣସି ପାର୍ଥକ୍ୟ ମଧ୍ୟ ନାହିଁ। ସ୍ୱୟଂଚାଳିତ ଯାଞ୍ଚ ଏବଂ ବୈଧକରଣ ପ୍ରକ୍ରିୟା ପରେ ମିଟରରେ ଲିପିବଦ୍ଧ ହୋଇଥିବା ପ୍ରକୃତ ବ୍ୟବହାର ଆଧାରରେ ହିଁ ବିଲ୍ ପ୍ରସ୍ତୁତ କରାଯାଏ। ସ୍ୱଚ୍ଛତା ବଜାୟ ରଖିବା ଏବଂ ଉପଭୋକ୍ତାଙ୍କ ବିଶ୍ୱାସ ବଢ଼ାଇବା ପାଇଁ ଟିପିସିଓଡିଏଲ୍ ପକ୍ଷରୁ ସାଧାରଣ ଉପଭୋକ୍ତା, ଆବାସିକ କଲ୍ୟାଣ ସଂଘ ଏବଂ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ନିର୍ଦ୍ଧାରିତ ଗ୍ରାହକ ସେବା କେନ୍ଦ୍ର ପରିଦର୍ଶନ କରିବାକୁ ନିମନ୍ତ୍ରଣ କରାଯାଇଛି।

ସେଠାରେ ସେମାନେ ମିଟରର ରିଡିଂ, ବିଭିନ୍ନ ପାରାମିଟର ଏବଂ ବିଦ୍ୟୁତ ବ୍ୟବହାରର ଶୈଳୀକୁ ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରିପାରିବେ। ଏହି ପ୍ରଦର୍ଶନୀ ବ୍ୟବସ୍ଥା ମାଧ୍ୟମରେ ଦର୍ଶକମାନେ ନିଜେ ଦେଖିପାରିବେ ଯେ ବିଦ୍ୟୁତ ବ୍ୟବହାର ମାପିବା କ୍ଷେତ୍ରରେ ଉଭୟ ସ୍ମାର୍ଟ ଏବଂ ପାରମ୍ପରିକ ମିଟର ସମ୍ପୂର୍ଣ୍ଣ ଏକାଭଳି କାର୍ଯ୍ୟ କରୁଛନ୍ତି।
ଉପଭୋକ୍ତାଙ୍କ ପରିସରରେ ସ୍ଥାପନ କରାଯିବା ପୂର୍ବରୁ ପ୍ରତ୍ୟେକ ସ୍ମାର୍ଟ ମିଟର ପାଞ୍ଚ ସ୍ତରୀୟ ବାଧ୍ୟତାମୂଳକ ଯାଞ୍ଚ ପ୍ରକ୍ରିୟା ଦେଇ ଗତି କରିଥାଏ ବୋଲି ଟିପିସିଓଡିଏଲ ଆଶ୍ୱାସନା ଦେଇଛି। ଏହି ମିଟରଗୁଡ଼ିକ ସଠିକତା, ସୁରକ୍ଷା ଏବଂ ବିଶ୍ୱସନୀୟତା ସୁନିଶ୍ଚିତ କରିବା ପାଇଁ ଭାରତୀୟ ମାନକ ଅନୁଯାୟୀ ପ୍ରତିଷ୍ଠିତ ନିର୍ମାତାଙ୍କ ଦ୍ୱାରା ପ୍ରସ୍ତୁତ ଓ କାଲିବ୍ରେଟ୍ କରାଯାଇଛି। ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକର ଏନଏବିଏଲ ସ୍ୱୀକୃତିପ୍ରାପ୍ତ ଗବେଷଣାଗାରରେ ଥିବା ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଟେଷ୍ଟ ବେଞ୍ଚରେ ଏଗୁଡ଼ିକୁ ପରୀକ୍ଷା କରାଯାଏ। ଏହି ପାଞ୍ଚଟି ପରୀକ୍ଷା ମଧ୍ୟରେ ରହିଛି- ଆକ୍ୟୁରେସି ଟେଷ୍ଟ (ସଠିକତା ପରୀକ୍ଷା), ନୋ-ଲୋଡ୍ ଟେଷ୍ଟ, ମିଟର କନଷ୍ଟାଣ୍ଟ ଟେଷ୍ଟ, ଡିସପ୍ଲେ ଟେଷ୍ଟ ଏବଂ କମ୍ୟୁନିକେସନ ଟେଷ୍ଟ। ଏହି ସମସ୍ତ ପରୀକ୍ଷଣ ମିଳିତ ଭାବେ ବିଦ୍ୟୁତ ବ୍ୟବହାରର ସଠିକ୍ ମାପ, ମିଟରର ସୁପରିଚାଳନା ଏବଂ ତଥ୍ୟ ପ୍ରେରଣର ବିଶ୍ୱସନୀୟତାକୁ ସୁନିଶ୍ଚିତ କରିଥାଏ।

ସ୍ମାର୍ଟ ମିଟର ସମ୍ବନ୍ଧୀୟ ପ୍ରଶ୍ନ ଏବଂ ସମସ୍ୟାର ସମାଧାନ ପାଇଁ ଉପଭୋକ୍ତାମାନେ ଯେପରି ସଠିକ୍ ସୂଚନା ଓ ଉପଯୁକ୍ତ ମଞ୍ଚ ପାଇପାରିବେ, ସେଥିପାଇଁ କମ୍ପାନୀ ପକ୍ଷରୁ ଗୋଷ୍ଠୀ ସଚେତନତା ଓ ଜନସମ୍ପର୍କ ଅଭିଯାନ ଜାରି ରହିବ ବୋଲି ସୂଚନା ଦିଆଯାଇଛି।

ନିକଟସ୍ଥ ଗ୍ରାହକ ସେବା କେନ୍ଦ୍ର କିମ୍ବା କୌଣସି ସହାୟତା ସୂଚନା ପାଇଁ, ଉପେଭାକ୍ତାମାନେ ସୋମବାର ରୁ ଶୁକ୍ରବାର ସକାଳ ୯.୩୦ ରୁ ସନ୍ଧ୍ୟା ୫.୩୦ ମଧ୍ୟରେ ସେମାନଙ୍କର ନିକଟସ୍ଥ ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରିପାରିବେ:

କ୍ରମିକ ସଂଖ୍ୟା ଡିଭିଜନ କାର୍ଯ୍ୟାଳୟ
୧ ଭୁବନେଶ୍ୱର ସିଟି ଡିଷ୍ଟ୍ରିବ୍ୟୁସନ ଡିଭିଜନ – ୧ (ବିସିଡିଡି – ୧)
୨ ଭୁବନେଶ୍ୱର ସିଟି ଡିଷ୍ଟ୍ରିବ୍ୟୁସନ ଡିଭିଜନ – ୨ (ବିସିଡିଡି – ୨)
୩ ଭୁବନେଶ୍ୱର ଇଲେକ୍ଟ୍ରିକାଲ ଡିଭିଜନ (ବିଇଡି)
୪ ନିମାପଡ଼ା ଇଲେକ୍ଟ୍ରିକାଲ ଡିଭିଜନ, ନିମାପଡ଼ା (ଏନଇଡି)
୫ ଖୋର୍ଦ୍ଧା ଇଲେକ୍ଟ୍ରିକାଲ ଡିଭିଜନ, ଖୋର୍ଦ୍ଧା (କେଇଡି)
୬ ବାଲୁଗାଁ ଇଲେକ୍ଟ୍ରିକାଲ ଡିଭିଜନ, ବାଲୁଗାଁ (ବିଏଇଡି)
୭ ନୟାଗଡ଼ ଇଲେକ୍ଟ୍ରିକାଲ ଡିଭିଜନ, ନୟାଗଡ଼ (ଏନଇଡି)
୮ ପୁରୀ ଇଲେକ୍ଟ୍ରିକାଲ ଡିଭିଜନ, ପୁରୀ (ପିଇଡି)
୯ ସିଟି ଡିଷ୍ଟ୍ରିବ୍ୟୁସନ ଡିଭିଜନ, କଟକ (ସିଡିଡି – ୧)
୧୦ ସିଟି ଡିଷ୍ଟ୍ରିବ୍ୟୁସନ ଡିଭିଜନ, କଟକ (ସିଡିଡି – ୨)
୧୧ କଟକ ଇଲେକ୍ଟ୍ରିକାଲ ଡିଭିଜନ, କଟକ (ସିଇଡି)
୧୨ ଆଠଗଡ଼ ଇଲେକ୍ଟ୍ରିକାଲ ଡିଭିଜନ, ଆଠଗଡ଼ (ଏଇଡି)
୧୩ ସାଲେପୁର ଇଲେକ୍ଟ୍ରିକାଲ ଡିଭିଜନ, ସାଲେପୁର (ଏସଇଡି)
୧୪ ଢେଙ୍କାନାଳ ଇଲେକ୍ଟ୍ରିକାଲ ଡିଭିଜନ, ଢେଙ୍କାନାଳ (ଡିଇଡି)
୧୫ ତାଳଚେର ଇଲେକ୍ଟ୍ରିକାଲ ଡିଭିଜନ, ଚାଇଁପାଳ (ଟିଇଡି)
୧୬ ଅନୁଗୋଳ ଇଲେକ୍ଟ୍ରିକାଲ ଡିଭିଜନ, ଅନୁଗୋଳ (ଏଏନଇଡି)
୧୭ କେନ୍ଦ୍ରାପଡ଼ା ଇଲେକ୍ଟ୍ରିକାଲ ଡିଭିଜନ, କେନ୍ଦ୍ରାପଡ଼ା (କେଇଡି – ୧)
୧୮ କେନ୍ଦ୍ରାପଡ଼ା ଇଲେକ୍ଟ୍ରିକାଲ ଡିଭିଜନ, ମାର୍ଶାଘାଇ (କେଇଡି – ୨)
୧୯ ଜଗତସିଂହପୁର ଇଲେକ୍ଟ୍ରିକାଲ ଡିଭିଜନ, ଜଗତସିଂହପୁର (ଜେଇଡି)
୨୦ ପାରାଦ୍ୱୀପ ଇଲେକ୍ଟ୍ରିକାଲ ଡିଭିଜନ, ପାରାଦ୍ୱୀପ (ପିଇଡି)


Share It

Comments are closed.