ଟିପିସିଓଡିଏଲ୍ ପକ୍ଷରୁ ରୂପାନ୍ତରୀତ ଟିକ୍ୟୁଏମ୍‌‌ ଯାତ୍ରାକୁ ନେଇ କର୍ମଶାଳା ଆୟୋଜିତ


ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ମ୍ୟାନେଜମେଂଟ୍ ଡେଭେଲପମେଂଟ ସେଂଟରରେ ଏକ ଟୋଟାଲ କ୍ୱାଲିଟି ମ୍ୟାନେଜମେଣ୍ଟ (ଟିକ୍ୟୁଏମ୍‌) କର୍ମଶାଳା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ।

କମ୍ପାନୀ ଦ୍ୱାରା ପରିଚାଳିତ ବିଭିନ୍ନ କାର୍ଯ୍ୟକଳାପ କିଭଳି ପ୍ରଭାବଶାଳୀ ଡଙ୍ଗରେ ଏବଂ ଦକ୍ଷତାର ସହ ଉତ୍ପାଦ ଏବଂ ସେବାଗୁଡିକ ଗୁଣବତ୍ତା, ସମୟୋପଯୋଗୀତା ଏବଂ ସୁଲଭ ମୂଲ୍ୟରେ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରୁଛି ତାହା ଟିକ୍ୟୁଏମ୍ କର୍ମଶାଳାରେ ଆଲୋଚନା କରାଯାଇଥିଲା ।

ଟାଟା ପାୱାରର ସଭାପତି (ଟ୍ରାନ୍ସମିସନ ଆଣ୍ଡ୍ ଡିଷ୍ଟ୍ରିବ୍ୟୁସନ) ସଞ୍ଜୟ କୁମାର ବାଙ୍ଗା ଅଂଶଗ୍ରହଣକାରୀମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇ କର୍ମଶାଳା ଆରମ୍ଭ କରିଥିଲେ । ସେ ଟିକ୍ୟୁଏମ୍‌ର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ଆଗାମୀ ପରିବର୍ତ୍ତନ ଏବଂ ଉନ୍ନତିକୁ ଗ୍ରହଣ କରିବାକୁ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅନୁରୋଧ କରିଥିଲେ ।
ଟିପିସିଓଡିଏଲର ସିଇଓ ଶ୍ରୀ ଅରଭିନ୍ଦ୍ ସିଂ କହିଛନ୍ତି ଯେ, “ଆମର ମହତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ ଏବଂ ଶିଳ୍ପରେ ନୂତନ ମାନଦଣ୍ଡ ସ୍ଥାପନ କରିବା ପାଇଁ ଆମ କାର୍ଯ୍ୟରେ ଟିକ୍ୟୁଏମ୍ ନୀତିକୁ ସମନ୍ୱିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମର ବରିଷ୍ଠ ନେତୃତ୍ୱ ଦଳ ଏବଂ କର୍ମଚାରୀଙ୍କ ସମର୍ପଣ ଏବଂ ସହଯୋଗ ଏହି ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ନିରନ୍ତର ଉନ୍ନତି ଓ ଉତ୍କର୍ଷ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ।

ଏହାବ୍ୟତୀତ ପ୍ରଖ୍ୟାତ ଟିକ୍ୟୁଏମ୍ ଗୁରୁ ଡ. ପଙ୍କଜ କୁମାର ଏହି କର୍ମଶାଳାରେ ବିଷୟ ବିଶେଷଜ୍ଞ ଭାବରେ ଯୋଗଦେଇ ଟାଟା ଷ୍ଟିଲ୍‌ରେ ଥିବା ତାଙ୍କର ବ୍ୟାପକ ଅଭିଜ୍ଞତା ସମ୍ପର୍କରେ ଅଂଶଗ୍ରହଣକାରୀମାନଙ୍କୁ ସୂଚିତ କରିଥିଲେ ।

ଟିକ୍ୟୁଏମ୍ ରୋଡମ୍ୟାପ୍ ଉପରେ ଆଲୋଚନା କରିବା ପରେ ମଧ୍ୟବର୍ତୀକାଳୀନ ଯୋଜନା (ଲକ୍ଷ୍ୟ – ଆର୍ôଥକ ବର୍ଷ ୨୦୨୬-୨୭) ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଏଥିରେ ନିରାପତ୍ତା, ଗୁଣବତ୍ତା, ୫ଏସ୍‌, ଇନୋଭେସନ୍ ଏବଂ ସ୍ୱାସ୍ଥ୍ୟ ଉପରେ ନିରନ୍ତର ଧ୍ୟାନ ଦେବା ସହିତ ପରିଚାଳନାଗତ ଉତ୍କର୍ଷତା, ଗ୍ରାହକ କୈନ୍ଦ୍ରିକତା, ପ୍ରଯୁକ୍ତିବିଦ୍ୟା (ଆଇଟି-ଓଟି), ସ୍ଥାୟିତ୍ୱ ଏବଂ କର୍ମଚାରୀ ପରିଚାଳନାରେ ଅଗ୍ରଗତି ଅନ୍ତର୍ଭୁକ୍ତ । ପରବର୍ତ୍ତୀ ସମୟରେ ଏହି ମଞ୍ଚ ବରିଷ୍ଠ ନେତୃତ୍ୱ ଦଳ ସଦସ୍ୟମାନଙ୍କ ମତାମତ ପାଇଁ ଖୋଲା ରହିଥିଲା ।

ବିଭିନ୍ନ ପ୍ରତିନିଧି ଏବଂ ବରିଷ୍ଠ ନେତୃତ୍ୱ ଦଳ ସମେତ ୮୫ରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ନେଇ ଆୟୋଜିତ ଏହି କର୍ମଶାଳା ଟିପିସିଓଡିଏଲରେ ଏକ ପରିବର୍ତ୍ତନଶୀଳ ଟିକ୍ୟୁଏମ୍ ଯାତ୍ରାର ଶୁଭାରମ୍ଭ କରିଛି ।


Share It

Comments are closed.