ଇତିହାସ ରଚିଲା ଟିପିସିଓଡିଏଲ୍‌: ଡିଜିଟାଲ୍ ପେମେଣ୍ଟ କରି ୧ ମିଲିୟନ ହିତାଧିକାରୀ ପାଇଲେ ରିହାତି

Share It

ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ନିଜର ଉପଭୋକ୍ତାଙ୍କ ସୁବିଧା ପାଇଁ ଅନେକ ଡିଜିଟାଲ୍ ପେମେଣ୍ଟ ବିକଳ୍ପ କାର୍ଯ୍ୟକ୍ଷମ କରି ବିଦ୍ୟୁତ୍ ବିଲ୍ ପଇଠକୁ ବେଶ୍ ସହଜ କରିଛି। ଏହି ଉଦ୍ୟମ ଉପଭୋକ୍ତା ମାନଙ୍କୁ କୌଣସି ଅସୁବିଧା ବିନା ନିଜ ଘରେ ଆରାମରେ ବିଲ୍ ପଇଠ କରିବା ଏବଂ ଆକର୍ଷଣୀୟ ରିହାତି ପାଇବାର ସୁଯୋଗ ଦେଇଛି।
ବର୍ତମାନ ୧୦ ଲକ୍ଷରୁ ଅଧିକ ଟିପିସିଓଡିଏଲ୍ ଉପଭୋକ୍ତାଙ୍କ ଡିଜିଟାଲ୍ ପେମେଣ୍ଟ ସୁବିଧା ଉପଯୋଗ କରୁଛନ୍ତି। ଏହାକୁ ସୁଗମ କରିବା ପାଇଁ ଟିପିସିଓଡିଏଲ୍ ୟୁପିଆଇ ପେମେଣ୍ଟ, ମିତ୍ର ଆପ୍ ଭଳି ବିଭିନ୍ନ ଡିଜିଟାଲ୍ ପ୍ଲାଟଫର୍ମ୍ ପ୍ରଦାନ କରୁଛି। ଏଥିସହିତ ଭରସାଯୋଗ୍ୟ, ସୁରକ୍ଷିତ ଏବଂ ତତକ୍ଷଣାତ୍ ପେମେଣ୍ଟ ପାଇଁ ଉପଭୋକ୍ତାଙ୍କୁ କ୍ୟୁଆର୍ କୋଡ୍ ମଧ୍ୟ ଦିଆଯାଇଛି।
ଟିପିସିଓଡିଏଲ୍ ପ୍ରତି ମାସରେ ପ୍ରାୟ ୧୦ ଲକ୍ଷ ଉପଭୋକ୍ତାଙ୍କୁ ଇ-ବିଲ୍ ପଠାଉଛି ଯାହାଦ୍ୱାରା ସଠିକ୍ ସମୟରେ ବିଲ୍‌ର ସୂଚନା ମିଳୁଛି ଏବଂ ଡିଜିଟାଲ୍ ନେଣଦେଣକୁ ଉତ୍ସାହିତ କରାଯାଉଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି କ୍ୟୁଆର୍ କୋଡ୍ ଉଦ୍ୟମର ପ୍ରଥମ ପର୍ଯ୍ୟାୟରେ ହିଁ ୫୮,୪୪୦ ଉପଭୋକ୍ତା (ତିନି-ଫେଜ୍ ଘରୋଇ) ଏହି ପ୍ରଣାଳୀକୁ ଗ୍ରହଣ କରିସାରିଛନ୍ତି। ଆହୁରି ଅଧିକ ଉପଭୋକ୍ତାଙ୍କୁ ଡିଜିଟାଲ୍ ପେମେଂଟ ପରିସରଭୁକ୍ତ କରିବା ପାଇଁ କମ୍ପାନି ବର୍ତମାନ ଏହି ଉଦ୍ୟମକୁ ସମ୍ପ୍ରସାରଣ କରୁଛି।
ଏହି ଐତିହାସିକ ସଫଳତା ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରଭିିନ୍ଦ୍ ସିଂହ କହିଛନ୍ତି ଯେ, “ଡିଜିଟାଲ୍ ପେମେଣ୍ଟ ଗ୍ରହଣରେ ଆମେ ୧୦ ଲକ୍ଷ ମାଇଲଖୁଂଟ ଅତିକ୍ରମ କରିଥିବାରୁ ଗର୍ବିତ। ଏହି ମାଇଲଖୁଂଟ ଉପଭୋକ୍ତାଙ୍କ ଆମ ପ୍ରତି ଥିବା ବିଶ୍ୱାସ ଏବଂ ଏକ ସୁବିଧାଜନକ, ସୁରକ୍ଷିତ ଏବଂ ଲାଭଦାୟକ ବିଲିଂ ଅନୁଭୂତି ପ୍ରଦାନ କରିବାର ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଆମର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଉପଭୋକ୍ତାଙ୍କୁ ସରଳ ଡିଜିଟାଲ୍ ସାଧନ ଦ୍ୱାରା ସଶକ୍ତ କରିବା, କାଗଜବିହୀନ ନେଣଦେଣକୁ ଉତ୍ସାହିତ କରିବା ଏବଂ ଏକ ପ୍ରକୃତ କ୍ୟାସଲେସ ଓଡିଶା ଗଠନରେ ଯୋଗଦାନ କରିବା।’’
ଏହି ପ୍ରୟାସ ଟିପିସିଓଡିଏଲର, ଡିଜିଟାଲ୍ ସଶକ୍ତିକରଣକୁ ଉତ୍ସାହିତ କରିବା, ଉପଭୋକ୍ତା ମାନଙ୍କ ସୁବିଧା ବୃଦ୍ଧି କରିବା ଏବଂ ଏକ କ୍ୟାସଲେସ ଅର୍ଥନୀତିକୁ ସମର୍ଥନ କରିବାର ପ୍ରତିବଦ୍ଧତାର ଏକ ଅଂଶ।


Share It

Comments are closed.