ଟିପିସିଓଡିଏଲ୍ ପକ୍ଷରୁ ଏକ ସୁରକ୍ଷିତ ଭାରତ ପ୍ରତି ପ୍ରତିବଦ୍ଧତା ସହିତ ସୁରକ୍ଷା ମାସ ପାଳିତ

Share It

ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ଏପ୍ରିଲ ମାସର ପ୍ରଥମ ସପ୍ତାହରେ ସୁରକ୍ଷା ମାସ ଅଭିଯାନ ସମାପ୍ତ କରି କାର୍ଯ୍ୟସ୍ଥଳ ଏବଂ ଗୋଷ୍ଠୀ ସୁରକ୍ଷା ପ୍ରତି ନିଜର ପ୍ରତିବଦ୍ଧତା ଦୋହରାଇଛି।

ରାଷ୍ଟ୍ରୀୟ ସୁରକ୍ଷା ଦିବସ ଏବଂ ଲାଇନମ୍ୟାନ୍ ଦିବସରେ ଆରମ୍ଭ ହୋଇଥିବା ଏହି ଅଭିଯାନ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ର ବିଷୟବସ୍ତୁ “ସୁରକ୍ଷା ଏବଂ ସ୍ୱାସ୍ଥ୍ୟ: ବିକଶିତ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ” ସହ ସମାନ୍ତରାଳ ଭାବେ ଚାଲିଥିଲା । ଏହି କାର୍ଯ୍ୟକ୍ରମରେ କର୍ମଚାରୀ ଏବଂ ସେମାନଙ୍କ ପରିବାରର ସକ୍ରିୟ ଅଂଶଗ୍ରହଣରେ ସୁରକ୍ଷା ପ୍ରତିବଦ୍ଧତା, ପାରସ୍ପରିକ କାର୍ଯ୍ୟକଳାପ ଏବଂ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଘର, ସଡକ, ଅଗ୍ନି ଏବଂ ବିଦ୍ୟୁତ ସୁରକ୍ଷାକୁ ଏହି କାର୍ଯ୍ୟକ୍ରମରେ ଅଗ୍ରାଧିକାର ଦିଆଯାଇଥିଲା ।

ଏହି ଅଭିଯାନର ଏକ ପ୍ରମୁଖ ଆକର୍ଷଣ ଥିଲା ସୁରକ୍ଷା ବିଜ୍ଞାନ ମେଳା ଯେଉଁଠାରେ ପିଲାମାନେ ଜରୁରୀକାଳୀନ ଯାନବାହାନର ସହାୟତା ପାଇଁ ଏକ ସ୍ମାର୍ଟ ଟ୍ରାଫିକ୍ ସିଷ୍ଟମ୍ ଭଳି ଅଭିନବ ଚିନ୍ତାଧାରା ପ୍ରଦର୍ଶନ କରିଥିଲେ । ଏହି ଅବସରରେ ବିପଦପୂର୍ଣ୍ଣ ପରିସ୍ଥିତି ପାଇଁ ଭି.ଆର୍‌-ଆଧାରିତ ସୁରକ୍ଷା ପ୍ରଶିକ୍ଷଣ ମଡ୍ୟୁଲ୍ ଆରମ୍ଭ କରାଯିବା ସହିତ ୨୦୦୦ରୁ ଅଧିକ ଶ୍ରମ ଦିବସର ସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରଯାଇଥିଲା।

ଉଦ୍‌ଯାପନୀ ଉତ୍ସବରେ ସୁରକ୍ଷା ପ୍ରଦର୍ଶନ, ବିଜ୍ଞାନ ପ୍ରଦର୍ଶନୀ ଏବଂ କର୍ମଚାରୀଙ୍କ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଟିପିସିଓଡିଏଲ୍‌ର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, “ଟିପିସିଓଡିଏଲ୍‌ରେ ସୁରକ୍ଷା ଏକ ସାମୂହିକ ଦାୟିତ୍ୱ । କର୍ମଚାରୀଙ୍କ ପରିବାରକୁ ଏଥିରେ ସାମିଲ କରି ଉଭୟ କାର୍ଯ୍ୟସ୍ଥଳ ଏବଂ ଘରେ ଆମେ ସୁରକ୍ଷାକୁ ପ୍ରାଥମିକତା ଦେବାର ଏକ ସଂସ୍କୃତି ତିଆରି କରିବାକୁ ପ୍ରୟାସ କରୁଛୁ ।”


Share It

Comments are closed.