ଆବସୋଲ୍ୟୁଟ ଟୋଟାଲ୍‌ ଡିଷ୍ଟ୍ରିବ୍ୟୁଟର୍ସ ଶୁଭାରମ୍ଭ ସହ ଭୁବନେଶ୍ୱରରେ ପ୍ରବେଶ କଲା ଟୋଟାଲ୍‌ ଏଲ୍‌ପିଜି


ଭୁବନେଶ୍ୱର,: ଫ୍ରାନ୍ସ ଭିତ୍ତିକ ଅନ୍ତର୍ଜାତୀୟ ତୈଳ ଏବଂ ଗ୍ୟାସ କମ୍ପାନୀ ଟୋଟାଲ୍‌ ଭୁବନେଶ୍ୱର ବଜାରରେ ଏଲ୍‌ପିଜି ବିତରଣ ବାଣିଜ୍ୟ କ୍ଷେତ୍ରରେ ପ୍ରବେଶ କରିଛି। ଖୋର୍ଦ୍ଧା ଜିଲା ପାଇଁ କମ୍ପାନୀ ପକ୍ଷରୁ ‘ଆବସୋଲ୍ୟୁଟ ଟୋଟାଲ୍‌ ଡିଷ୍ଟ୍ରିବ୍ୟୁଟର୍ସ’କୁ ଅଧିକୃତ ବିତରକ ଭାବେ ନିଯୁକ୍ତ କରାଯାଇଛି।
ଉଭୟ ବାଣିଜ୍ୟିକ ଏବଂ ଘରୋଇ ବ୍ୟବହାର ଲାଗି ବିଭିନ୍ନ ବର୍ଗର ଏଲ୍‌ପିଜି ସିଲିଣ୍ଡର ଯଥା- ୧୨ କେଜି, ୧୭ କେଜି ଏବଂ ୩୩ କେଜିର ଅଫରିଂ ଗ୍ରାହକ ପାଇ ପାରିବେ। ସ୍ବଳ୍ପ ଡକ୍ୟୁମେଣ୍ଟ ଦ୍ୱାରା ଗ୍ରାହକଙ୍କୁ ତ୍ୱରିତ ଭାବେ କମ୍ପାନୀର ଗ୍ୟାସ ସଂଯୋଗ ଯୋଗାଇ ଦିଆଯିବ। ସହରବାସୀ ତଥା ସହରକୁ ଆସୁଥିବା ଯୁବ କାର୍ଯ୍ୟରତ ପ୍ରଫେଶନାଲଙ୍କ ମଧ୍ୟରେ ଏହାର ଚାହିଦା ରହିବା ନେଇ ଫ୍ରାଞ୍ଚାଇଜି ଆଶା ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆବସୋଲ୍ୟୁଟ ଟୋଟାଲ ଡିଷ୍ଟ୍ରିବ୍ୟୁଟର୍ସର ସହ ସ୍ବତ୍ୱାଧିକାରୀ କହିଛନ୍ତି, ଲୋକଙ୍କୁ ତୈଳ ଏବଂ ବାଷ୍ପ ଯୋଗାଣ କ୍ଷେତ୍ରରେ ଟୋଟାଲ୍‌ ହେଉଛି ବିଶ୍ୱର ଅନ୍ୟତମ ବୃହତ୍ତ କମ୍ପାନୀ। ୧୩୦ ଦେଶରେ କମ୍ପାନୀ ଏହାର ପରିଚାଳନା ଜାରି ରଖିଥିବା ବେଳେ ଭୁବନେଶ୍ୱର ବଜାରରେ ମଧ୍ୟ ଦକ୍ଷ ଭାବେ ବେଷ୍ଟ ପ୍ରାକ୍ଟିସ ସହ ସେବା ଯୋଗାଣ କରିବ।
ଆକର୍ଷଣୀୟ ମୂଲ୍ୟ ଯୁକ୍ତ ସେବା ସହ ସୁଲଭ ମୂଲ୍ୟରେ ନୂଆ ଗ୍ୟାସ ସଂଯୋଗ ଏବଂ ଏକାଧିକ ସିଲିଣ୍ଡର ବିକଳ୍ପ ମଧ୍ୟରୁ ଗ୍ରାହକମାନେ ଚୟନ କରିବାର ସୁବିଧା ପାଇବେ। ସେହିଭଳି ଔଦ୍ୟୋଗିକ ବ୍ୟବହାର ଲାଗି ସଂଯୋଗ ପ୍ରଦାନ କରିବାକୁ ଆବସୋଲ୍ୟୁଟ୍‌ ଟୋଟାଲ୍‌ ଡିଷ୍ଟ୍ରିବ୍ୟୁଟର୍ସ ପ୍ରସ୍ତୁତ ରହିଛି। ପାରମ୍ପରିକ ଇନ୍ଧନ ବ୍ୟବହାର ପରିବର୍ତ୍ତେ ଯେଉଁ ଗ୍ରାହକ ଏଲ୍‌ପିଜିକୁ ବ୍ୟବହାରକୁ ଆପଣାଇବାକୁ ଚାହୁଁଛନ୍ତି ସେଭଳି କ୍ଷେତ୍ରରେ ଲିକ୍ୟୁଡ୍‌ ଅଫ୍‌ ଟେକ୍‌ (ଏଲ୍‌ଓଟି) ସୁବିଧା ଯୋଗାଇ ଦିଆଯିବ।
କାର୍ଯ୍ୟକ୍ରମ ଅବସରରେ ଆବସୋଲ୍ୟୁଟ ଟୋଟାଲ୍‌ ଡିଷ୍ଟ୍ରିବ୍ୟୁଟର୍ସର ସହ ସ୍ବତ୍ୱାଧିକାରୀ କହିଛନ୍ତି, ଟୋଟାଲ୍‌ ଯୋଗାଣ ନେଟଓ୍ବର୍କ ସହ ଯୋଡି ହୋଇ ଆମେ ଅତ୍ୟନ୍ତ ଖୁସି। ନୂଆ ସୁବିଧା ଦ୍ୱାରା ଭୁବନେଶ୍ୱର ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ଚିନ୍ତାମୁକ୍ତ, ନିରାପଦ ଏବଂ ସର୍ବୋତ୍ତମ ଗୁଣବତ୍ତା ବିଶିଷ୍ଟ ସେବା ଯୋଗାଇ ଦିଆଯିବ। ଘରେ ବ୍ୟବହାର ହେଉଥିବା ଏଲ୍‌ପିଜି କ୍ଷେତ୍ରରେ ଆମର ଉନ୍ନତ ସୁଯୋଗ ରହିଛି। ଗ୍ରାହକଙ୍କୁ ନୂଆ ଅଫରିଂ ଏବଂ ଗୁଣବତ୍ତା ସେବା ଯୋଗାଣ ଦିଗରେ ଉଦ୍ୟମ ଜାରି ରହିବ।
ଶୁକ୍ରବାର ପୂର୍ବାହ୍ନରେ ଆବସୋଲ୍ୟୁଟ ଟୋଟାଲ୍‌ ଡିଷ୍ଟ୍ରିବ୍ୟୁଟର୍ସର କାର୍ଯ୍ୟାଳୟ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ସ୍ଥିତ ଡିଷ୍ଟ୍ରିକ୍ଟସେଣ୍ଟରଠାରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଛି। ଏହି ଅବସରରେ ଟିଓଆଇପିଏଲ୍‌ର ଆଞ୍ଚଳିକ ବାଣିଜ୍ୟିକ ମୁଖ୍ୟ, ସହ ସ୍ବତ୍ତ୍ୱାଧିକାରୀ ଉଦିତ ରାଉତ ଏବଂ ଅଭିଶେକ ଜୋଶୀଙ୍କ ସମେତ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ।


Share It

Comments are closed.