ଏୟାରଟେଲ କ୍ୟାସବ୍ୟାକ ଅଫର ସହିତ ଅଗ୍ରଣୀ ସ୍ମାର୍ଟଫୋନ ଉପରେ ପାଆନ୍ତୁ ୬୦୦୦ଟଙ୍କାର କ୍ୟାସବ୍ୟାକ


ଭୁବନେଶ୍ୱର: ଚଳିତ ଦିପାବଳୀରେ ଏୟାରଟେଲ ନେଇଆସିଛି ଆକର୍ଷଣୀୟ କ୍ୟାସବ୍ୟାକ ଏବଂ ରିହାତି । ଏୟାରଟେଲ ପକ୍ଷରୁ ପ୍ରମୁଖ ବ୍ରାଣ୍ଡର ପାଖାପାଖି ଟ.୧୨,୦୦୦ ପର୍ଯ୍ୟନ୍ତ ମୂଲ୍ୟର ସ୍ମାର୍ଟଫୋନ କିଣିବା ଉପରେ ଗ୍ରାହକମାନଙ୍କୁ ଟ.୬୦୦୦ର ଆକର୍ଷଣୀୟ କ୍ୟାସବ୍ୟାକ ଅଫର ପ୍ରଦାନ କରାଯାଉଛି । କେବଳ କ୍ୟାସବ୍ୟାକ ନୁହେଁ ବରଂ ଏହି କାର୍ଯ୍ୟକ୍ରମ ଅର୍ନ୍ତଭୁକ୍ତ ଗ୍ରାହକମାନେ କୌଣସି କ୍ଷତି ହେବା ସ୍ଥଳେ ସର୍ଭିଫାଏ ଦ୍ୱାରା ଗୋଟିଏ ଥରର ମାଗଣା ସ୍କ୍ରିିନ ରିପ୍ଲେସମେଂଟ ସୁବିଧା ପାଇବାକୁ ମଧ୍ୟ ଯୋଗ୍ୟ ହେବେ । ୧୫୦ରୁ ଅଧିକ ସ୍ମାର୍ଟଫୋନ ଏହି ସୁବିଧା ପାଇବାକୁ ଯୋଗ୍ୟ ବିବେଚିତ ଅଟନ୍ତି । ଏହି ସ୍ମାର୍ଟଫୋନ ବ୍ରାଣ୍ଡଗୁଡ଼ିକ ମଧ୍ୟରେ ରହିଛନ୍ତି ସାମସଙ୍ଗ,ଓପୋ, ଟେକ୍ନୋ, ଭିଭୋ, ମେଟୋରୋଲା, ଲାଭା, ସାଓମି, ଲିନୋଭୋ ଓ ଅନ୍ୟାନ୍ୟ ।

ସାମସଙ୍ଗ ଗାଲାକ୍ସି ଏଫ୦୨ ଏସ:


ସାମସଙ୍ଗ ଗାଲାକ୍ସି ଏଫ୦୨ ଏସର ବର୍ତମାନ ମୂଲ୍ୟ ଟ.୯୪୪୯ ହୋଇଥିବାବେଳେ ଏୟାରଟେଲ କ୍ୟାସବ୍ୟାକ ଅଫର ଅର୍ନ୍ତଗତ ଏହାର ପ୍ରଭାବୀ ମୂଲ୍ୟ ରହିଛି ୩୪୪୯ଟଙ୍କା । ଏହା ୬.୫୦ ଇଂଚ ଟଚ ସ୍କ୍ରିନ ଡିସପ୍ଲେ, ଅକ୍ଟା-କୋର କ୍ୱାଲକମ ସ୍ନାପଡ୍ରାଗନ ୪୫୦ ପ୍ରୋସେସର, ୩ଜିବି ରାମ ସହିତ ଏବଂ ୫୦୦୦ ମେଗାହର୍ସ ବ୍ୟାଟେରୀ ସହିତ ବ୍ୟବସ୍ଥିତ । ସେହିଭଳି ଓପୋ ଏ୧୫ ର ବର୍ତମାନ ମୂଲ୍ୟ ୧୦,୯୯୦ଟଙ୍କା ରହିଥିବାବେଳେ ଏୟାରଟେଲ କ୍ୟାସବ୍ୟାକ ଅଫର ଅର୍ନ୍ତଗତ ପ୍ରଭାବଶାଳୀ ମୂଲ୍ୟ ୪୯୯୦ଟଙ୍କା ରହିଛି । ଏହା ୬.୫୨ ଇଂଚ ଡିସପ୍ଲେ, ଅକ୍ଟା-କୋର ମିଡିଆ ଟେକ ହେଲିଓ ପି୩୫ (ଏମଟି୬୭୬୫) ପ୍ରୋସେସର ସହିତ ସମୃଦ୍ଧ ଏବଂ ୩ଜିବି ରାମ, ୫ଏମପିର ଫ୍ରଂଟ କ୍ୟାମେରା, ୧୩ଏମପି +୨ଏମପି + ୨ଏମପିର ରିୟର କ୍ୟାମେରା ସହିତ ଉପଲବ୍ଧ । ଓପୋ ଏ୧୫ ଆଣ୍ଡ୍ରଏଡ ୧୦ ଦ୍ୱାରା ପରିଚାଳିତ ଏବଂ ୪୨୩୦ ମେଗାହର୍ସ ବ୍ୟାଟେରୀ ସହିତ ବ୍ୟବସ୍ଥିତ ।

ଟେକ୍ନୋ ସ୍ପାର୍କ ଗୋ ୨୦୨୧:


ଟେକ୍ନୋ ସ୍ପାର୍କ ଗୋ ୨୦୨୧ର ବର୍ତମାନ ମୂଲ୍ୟ ୭୬୯୯ଟଙ୍କା ରହିଥିବାବେଳେ ଏୟାରଟେଲ କ୍ୟାସବ୍ୟାକ ଅଫର ଅର୍ନ୍ତଗତ ପ୍ରଭାବଶାଳୀ ମୂଲ୍ୟ ୧୬୯୯ଟଙ୍କା ରହିଛି । ଏହା ୬.୫୨ ଇଂଚ ଡିସପ୍ଲେ, କ୍ୱାଡ-କୋର ମିଡିଆ ଟେକ ହେଲିଓ ଏ୨୦ ପ୍ରୋସେସର ସହିତ ସମୃଦ୍ଧ ଏବଂ ୨ଜିବି ରାମ, ୮ଏମପିର ଫ୍ରଂଟ କ୍ୟାମେରା, ୧୩ଏମପି ରିୟର କ୍ୟାମେରା, ୫୦୦୦ ମେଗାହର୍ସ ବ୍ୟାଟେରୀ ସହିତ ବ୍ୟବସ୍ଥିତ । ଭିଭୋ ୱାଇ ୭୧ଆଇର ବର୍ତମାନର ମୂଲ୍ୟ ୧୦,୯୦୦ଟଙ୍କା ରହିଥିବାବେଳେ ଏୟାରଟେଲ କ୍ୟାସବ୍ୟାକ ଅଫର ଅର୍ନ୍ତଗତ ପ୍ରଭାବଶାଳୀ ମୂଲ୍ୟ ୪୯୦୦ଟଙ୍କା ରହିଛି । ଏହା ମଧ୍ୟ ୨ଜିବି ରାମ, ୫ଏମପି ଫ୍ରଂଟ କ୍ୟାମେରା, ୮ଏମପି ରିୟର କ୍ୟାମେରା ଏବଂ ୩୨୮୫ ମେଗାହର୍ସ ବ୍ୟାଟେରୀ ସହିତ ବ୍ୟବସ୍ଥିତ ।

ଓପୋ ଏ୧୧କେ :


ଓପୋ ଏ୧୧କେ ବର୍ତମାନ ମୂଲ୍ୟ ୯୮୯୦ ରହିଥିବାବେଳେ ଏୟାରଟେଲ କ୍ୟାସବ୍ୟାକ ଅଫର ଅର୍ନ୍ତଗତ ପ୍ରଭାବଶାଳୀ ମୂଲ୍ୟ ୩୮୯୦ଟଙ୍କା ରହିଛି । ଏହା ୨ଜିବି ରାମ, ୫ଏମପି ଫ୍ରଂଟ କ୍ୟାମେରା, ୧୩ଏମପି +୨ଏମପି ରିୟର କ୍ୟାମେରା ଏବଂ ୪୨୩୦ ମେଗାହର୍ସ ବ୍ୟାଟେରୀ ସହିତ ବ୍ୟବସ୍ଥିତ । ମୋଟୋରାଲା ମୋଟୋ ଇ୭ପ୍ଲସର ବର୍ତମାନ ମୂଲ୍ୟ ୮,୯୯୯ଟଙ୍କା ରହିଥିବାବେଳେ ଏୟାରଟେଲ କ୍ୟାସବ୍ୟାକ ଅଫର ଅର୍ନ୍ତଗତ ଏହାର ପ୍ରଭାବୀ ମୂଲ୍ୟ ୨୯୯୯ଟଙ୍କା ରହିଛି । ଏହା ଅକ୍ଟା-କୋର ପ୍ରୋସେସର ଯାହାକି ୪ଜିବି ରାମ ଏବଂ ୬୪ଜିବିର ଷ୍ଟୋରେଜ ସହିତ ପେୟାର ହୋଇଛି ଏବଂ ଏଥିରେ ୪୮-ମେଗା ପିକ୍ସେଲ ପ୍ରାଥମିକ କ୍ୟାମେରା ଏବଂ ୨-ମେଗାପିକ୍ସେଲ ଡେପ୍‌ଥ ସେନସର ରହିଛି ।

ଲାଭା ଜେଡ୬:


ଲାଭା ଜେଡ୬ର ବର୍ତମାନ ମୂଲ୍ୟ ୯୬୯୯ଟଙ୍କା ରହିଥିବାବେଳେ ଏୟାରଟେଲ କ୍ୟାସବ୍ୟାକ ଅଫର ଅର୍ନ୍ତଗତ ଏହାର ପ୍ରଭାବଶାଳୀ ମୂଲ୍ୟ ୩୬୯୯ଟଙ୍କା ରହିଛି । ଏହା ଅକ୍ଟା-କୋର ମିଡିଆ ଟେକ ହେଲିଓ ଜି୩୫ ପ୍ରୋସେସର ସହିତ ସମୃଦ୍ଧ ଏବଂ ୬ଜିବି ରାମ, ୧୬ଏମପି ଫ୍ରଂଟ କ୍ୟାମେରା, ୧୩ଏମପି +୫ଏମପି + ୨ଏମପିର ରିୟର କ୍ୟାମେରା ସହିତ ଉପଲବ୍ଧ । ଲାଭା ଜେଡ ୬ ଆଣ୍ଡ୍ରଏଡ ୧୦ ଦ୍ୱାରା ପରିଚାଳିତ ଏବଂ ୫୦୦୦ ମେଗାହର୍ସ ବ୍ୟାଟେରୀ ସହିତ ବ୍ୟବସ୍ଥିତ । ସାଓମି ରେଡମି ୯ ପ୍ରାଇମର ବର୍ତମାନର ମୂଲ୍ୟ ୯୯୯୯ଟଙ୍କା ରହିଥିବାବେଳେ ଏୟାରଟେଲ କ୍ୟାସବ୍ୟାକ ଅଫର ଅର୍ନ୍ତଗତ ଏହାର ପ୍ରଭାବଶାଳୀ ମୂଲ୍ୟ ୩୯୯୯ଟଙ୍କା ରହିଛି । ଏହା ୪ଜିବି ରାମ, ୮ଏମପି ଫ୍ରଂଟ କ୍ୟାମେରା, ୧୩ଏମପି +୮ଏମପି + ୫ଏମପି + ୨ଏମପିର ରିୟର ଏବଂ ୫୦୨୦ ମେଗାହର୍ସ ବ୍ୟାଟେରୀ ସହିତ ବ୍ୟବସ୍ଥିତ ।
ସାମସଙ୍ଗ ଗାଲାକ୍ସି ଏମ୦୨ ଏସର ବର୍ତମାନ ମୂଲ୍ୟ ୧୦୪୯୮ଟଙ୍କା ରହିଥିବାବେଳେ ଏୟାରଟେଲ କ୍ୟାସବ୍ୟାକ ଅଫର ଅର୍ନ୍ତଗତ ଏହାର ପ୍ରଭାବଶାଳୀ ମୂଲ୍ୟ ଟ.୪୪୯୮ ରହିଛି । ଏହା ଅକ୍ଟା-କୋର କ୍ୱାଲକମ ସ୍ନାପଡ୍ରାଗନ ୪୫୦ ପ୍ରୋସେସର, ୩ଜିବି ରାମ, ୫ଏମପି ଫ୍ରଂଟ କ୍ୟାମେରା, ୧୩ଏମପି ୨ଏମପି ୨ଏମପିର ରିୟର କ୍ୟାମେରା ଏବଂ ୫୦୦୦ମେଗାହର୍ସ ବ୍ୟାଟେରୀ ସହିତ ବ୍ୟବସ୍ଥିତ । ଲିନୋଭୋ ଏ୬ ନୋଟ ର ବର୍ତମାନ ମୂଲ୍ୟ ୯୯୯୯ଟଙ୍କା ରହିଥବାବେଳେ ଏୟାରଟେଲ କ୍ୟାସବ୍ୟାକ ଅଫର ଅର୍ନ୍ତଗତ ଏହାର ପ୍ରଭାବଶାଳୀ ମୂଲ୍ୟ ୩୯୯୯ଟଙ୍କା ରହିଛି । ଏହା ୩ଜିବି ରାମ, ୫ଏମପି ଫ୍ରଂଟ କ୍ୟାମେରା, ୧୩ଏମପି +୨ଏମପିର ରିୟର କ୍ୟାମେରା ସହିତ ଉପଲବ୍ଧ । ଲିନୋଭୋ ଏ୬ ନୋଟ ଆଣ୍ଡ୍ରଏଡ ଦ୍ୱାରା ପରିଚାଳିତ ଏବଂ ୪୦୦୦ ମେଗାହର୍ସ ବ୍ୟାଟେରୀ ସହିତ ବ୍ୟବସ୍ଥିତ ।


Share It

Comments are closed.