ରାଜ୍ୟରେ ଆଜି ପୁଣି ୧୪୯୯ କରୋନା ପଜିଟିଭ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୧,୮୭୭


ଗତ ୨୫ ଘଣ୍ଟା ମଧ୍ୟରେ ସର୍ବାଧିକ ୫୮୫ ଟି ସ୍ଥାନୀୟ ମାମଲା ସହିତ ଓଡିଶାରେ ଆଜି ୧୪୯୯ ଟି ନୂତନ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସରକାରଙ୍କ ସୂଚନା ଏବଂ ଜନସମ୍ପର୍କ ବିଭାଗ ଅନୁଯାୟୀ ଆଜି ମୋଟ ୧୪୯୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଯେଉଁଥିରୁ ୫୮୫ ଟି ସ୍ଥାନୀୟ ମାମଲା ହୋଇଥିବାବେଳେ ବାକି ୯୧୪ ଟି ମାମଲା ବିଭିନ୍ନ କ୍ବାରେଂଟିନ କେନ୍ଦ୍ରରୁ ଚିହ୍ନଟ ହୋଇଛି। ଏହା ସହିତ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧,୮୭୭ରେ ପହଂଚିଛି ।

ଜିଲ୍ଲା ଅନୁଯାୟୀ କରୋନା ସଂକ୍ରମିତଙ୍କ ସଂଖ୍ୟା ନିମ୍ନରେ ଦିଆଗଲା ।
୧.ଅନୂଗୁଳ:୨୫, ୨.ବାଲେଶ୍ବର:୩୭, ୩.ବରଗଡ:୧୦, ୪. ଭଦ୍ରକ:୧, ୫.ବଲାଙ୍ଗୀର:୧୯, ୬.କଟକ:୨୮, ୭.ଦେଓଗଡ଼:୨, ୮.ଢେଙ୍କାନାଳ:୯୨, ୯.ଗଜପତି:୯୭, ୧୦.ଗଞ୍ଜାମ: ୩୬୮, ୧୧. ଜଗତତ୍ସିଂହପୁର:୧୫, ୧୨.ଯାଜପୁର:୧୯, ୧୩.ଝାରରସୁଗୁଦା:୭, ୧୪.କଳହାଣ୍ଡି:୪୪, ୧୫.କନ୍ଧମାଳ:୫୦, ୧୬.କେନ୍ଦ୍ରାପଡା:୧୪, ୧୭.କେନ୍ଦୁଝର:୧୬, ୧୮. ଖୋର୍ଦ୍ଧା:୨୧୪, ୧୯.କୋରାପୁଟ: ୮୧ ୨୦.ମାଲକାନଗିରି:୨୬, ୨୧. ମୟୂରଭଞ୍ଜ:୧୩, ୨୨.ନବରଙ୍ଗପୁର: ୩୩, ୨୩. ନୟାଗଡ଼:୬୭, ୨୪. ନୁଆପଡ଼ା:୯, ୨୫.ପୁରୀ: ୩୬ ୨୬.ରାୟଗଡା:୪୦, ୨୭.ସମ୍ବଲପୁର:୫୬, ୨୮. ସୋନପୁର: ୫, ୨୯.ସୁନ୍ଦରଗଡ:୭୫


Share It

Comments are closed.