ଆଜି ପବିତ୍ର ଜନ୍ମାଷ୍ଟମୀ, ମହାମାରୀ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ଘରେ ରହି ପୂଜାର୍ଚ୍ଚନା କରବା ପାଇଁ ପରାମର୍ଶ


ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ । ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମତିଥି ବା ଜନ୍ମାଷ୍ଚମୀ । ଏହିଦିନ ନିଶାର୍ଦ୍ଧରେ କଂସର ବନ୍ଦୀଶାଳାରେ ଦେବକୀଙ୍କ ଅଷ୍ଚମ ଗର୍ଭରେ ଜନ୍ମଗ୍ରହଣ କରିଥିଲେ ଭଗବାନ ଶ୍ରୀକୃଷ୍ଣ । କେହି କେହି ତାଙ୍କୁ ଭଗବାନ ବିଷ୍ଣୁଙ୍କର ଅଷ୍ଟମ, ତ୍ରୟୋଦଶ ବା ବିଂଶ ଅବତାର ବୋଲି କହିଥାନ୍ତି ।

ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ‘ଜନ୍ମାଷ୍ଟମୀ’ରୂପେ ଓଡ଼ିଶାର ଘରେ ଘରେ ପାଳିତ ହୁଏ ଏହିଉତ୍ସବ । ଶ୍ରୀଜଗନ୍ନାଥ ମନ୍ଦିରରେ ଏହି ନୀତିର କେତେକ ସ୍ୱତନ୍ତ୍ରତା ଦେଖାଯାଏ। ଜନ୍ମାଷ୍ଟମୀର ପୂର୍ବଦିନ ସଂଧ୍ୟାଧୂପ ଓ ପ୍ରସାଦଲାଗି ପରେ, ତିନିଠାକୁରଙ୍କୁ ବନ୍ଦାପନା କରାଯାଏ। ଏହାସହ ଶ୍ରୀଜଗନ୍ନାଥଙ୍କ ବିଜେ ପ୍ରତିମା ବା ପ୍ରତିନିଧି ଶ୍ରୀମଦନମୋହନ ମଧ୍ୟ ଏଥିରେ ଭାଗ ନେଇଥାଆନ୍ତି। ଆମ ରାଜ୍ୟ ଭଳି ଉତ୍ତର ଭାରତର ଅଧିକାଶଂ ରାଜ୍ୟ , ମଥୁରା , ବୃନ୍ଦାବନରେ ମଧ୍ୟ ଶ୍ରୀକୃଷ୍ଚ ଜନ୍ମାଷ୍ଟମୀ ବେଶ ଧୁମଧାମରେ ପାଳିତ ହୁଏ । ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ରାଜ୍ୟର ସମସ୍ତ ମନ୍ଦିର ପ୍ରବେଶ ଉପେର ରୋକ ଲାଗିଥିବାରୁ ଶ୍ରଦ୍ଧାଳୁ ମାନେ ମନ୍ଦିର ନଯାଇ ଘରେ ରହି ପୂଜାର୍ଚ୍ଚନା କରିବାକୁ ପରାମର୍ଶ ଦିଆଯାଇଛି ।


Share It

Comments are closed.