ବିଟି ବିତର୍କର ବିଷୟ ହୋଇ ରହିନାହିଁ: ଏଏଆଇ ଇଡି ଡକ୍ଟର ଶିବେନ୍ଦ୍ର ବଜାଜ


ଭୁବନେଶ୍ୱର: ଯେତେବେଳେ ଏକ ନୂଆ ପ୍ରଯୁକ୍ତି ଆସିଥାଏ, ତାହାକୁ କିଛି ସମର୍ଥନ ଓ ଅନ୍ୟ କିଛି ବର୍ଗ ବିରୋଧ କରିଥାନ୍ତି । ସବୁ କିଛି କିନ୍ତୁ ତଥ୍ୟ ଓ ବିଜ୍ଞାନ ଉପରେ ନିର୍ଭର କରେ । ଜିଏମ୍ ଫସଲକୁ ନେଇ ବିତର୍କ କୌଣସି ବ୍ୟତିକ୍ରମ ନୁହେଁ । ମାତ୍ର ଏହା ଏକ ନିର୍ଦିଷ୍ଟ ବାସ୍ତବତା ଯେ ଜିଏମ୍ ପ୍ରଯୁକ୍ତି ଆଉ ନୂଆ ହୋଇ ରହିନାହିଁ । ବାଣିଜ୍ୟିକ ଜିଏମ୍ ଫସଲ ଚଳିତ ବର୍ଷ ୨୫ ବର୍ଷ ପୂରଣ କରୁଛି । ଏହି ୨୫ ବର୍ଷ ଭିତରେ ଜିଏମ୍ ଫସଲର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବର ଗୋଟିଏ ବି ଦାବି ଆସିଛି ।
ଏ ସଂକ୍ରାନ୍ତରେ ଡକ୍ଟର ଶିବେନ୍ଦ୍ର ବଜାଜ, କାର୍ଯ୍ୟନିର୍ବାହୀ ନିର୍ଦେଶକ, ଆଲାଏନ୍ସ ଫର ଏଗ୍ରି ଇନୋଭେସନ (ଏଏଆଇ) କହିଛନ୍ତି ଯେ, “ଭାରତରେ ବିଟି କଟନ ବିଗତ ୧୮ ବର୍ଷ ଧରି ଉତ୍ପାଦନ କରାଯାଉଛି ଏବଂ ଆଜି ଭାରତର ୯୮% କଟନ ଚାଷ ବିଟି କଟନ ବର୍ଗରେ ରହିଛି । ତେବେବି ଭାରତରେ ଏକ ଦଳ ବିନା କୌଣସି ତଥ୍ୟ କିମ୍ବା ପ୍ରମାଣରେ ଏହାକୁ ବିରୋଧ କରୁଛନ୍ତି । ଦୀର୍ଘ ବର୍ଷ ଧରି ବିଟି କଟନରୁ ପ୍ରସ୍ତୁତ ତୈଳ ଓ ପଶୁଖାଦ୍ୟ ବ୍ୟବହାର ହେଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ଖରାପ ପ୍ରଭାବ ନେଇ ଗୋଟିଏ ବି ଦାବି ହୋଇନାହିଁ । ବିଟି ବାଇଗଣକୁ କ୍ଷେତରେ ମଧ୍ୟ ପରୀକ୍ଷଣ କରିବାର ଅନୁମତି ନଦେବାକୁ ଏକ ଦଳ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରି ଏକ ପତ୍ର ଲେଖିବା ପରେ ଏହାକୁ ବିରୋଧ ଆରମ୍ଭ ହୋଇଛି ।’’
ଜେନେଟିକ୍ ଇଞ୍ଜିନିୟରିଂ ଆପ୍ରୁଭାଲ୍ କମିଟି ବିଟି ବାଇଗଣକୁ ମଞ୍ଜୁରି ଦେଇଛି । ପରିତାପର ବିଷୟ ହେଉଛି ପରିବେଶ ମନ୍ତ୍ରୀ ଏହାର ବାଣିଜ୍ୟିକ ବ୍ୟବହାର ଉପରେ ୨୦୧୦ରେ ମୋଟାଟୋରିଅମ୍ ଲଗାଇଥିଲେ । ତାହା ଆଜି ପର୍ଯ୍ୟନ୍ତ ଜାରି ରହିଛି । ୨୦୧୪ରେ ଭାରତ ଠାରୁ ସୁରକ୍ଷା ତଥ୍ୟ ହାସଲ କରିବା ପରେ ବାଲାଂଦେଶ ଆଗକୁ ବଢ଼ିପାରିଛି । ଯଦି ବାଲାଂଦେଶ ସରକାର ଏନଜିଓଗୁଡ଼ିକ ଚାପରେ ଆସି ପରୀକ୍ଷଣ କରିନଥାଏ ତେବେ ଚାଷୀମାନେ ଏବେ ଯେଉଁ ଲାଭ ପାଉଛନ୍ତି ସେଥିରୁ ବଂଚିତ ହୋଇଥାନ୍ତେ । ବାଂଲାଦେଶରେ ବିଟି ବାଇଗଣ ଯୋଗୁଁ ଚାଷୀଙ୍କ ଅମଳ ୨୦ ପ୍ରତିଶତ ଓ ରାଜସ୍ୱ ୨୨ ପ୍ରତିଶତ ବଢ଼ିଛି । ଭାରତରେ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାଂଟ୍ ବାୟୋଟେକ୍ନୋଲୋଜି ଭଳି ସ୍ୱଦେଶୀ ସଂସ୍ଥା ବିଟି ବାଇଗଣର ଏକ ଜିନ୍ ପ୍ରସ୍ତୁତ କରିଛନ୍ତି । ତାହାକୁ ଯଦି କ୍ଷେତରେ ପରୀକ୍ଷଣର ଅନୁମତି ନଦିଆଯିବ ତେବେ ସେହି ପ୍ରଯୁକ୍ତିର ବ୍ୟାବହାରିତା ବିଷୟରେ କିଛି ବି ଜଣାପଡ଼ିବ ନାହିଁ । ଏଏଆଇ ହେଉଛି ଫେଡେରେସନ୍ ଅଫ୍ ସିଡ୍ ଇଣ୍ଡଷ୍ଟ୍ରି ଅଫ୍ ଇଣ୍ଡିଆ (ଏଫ୍‌ଏସ୍‌ଆଇଆଇ)ର ସ୍ୱାର୍ଥ ରକ୍ଷା ଦିନରେ କାର୍ଯ୍ୟ କରୁଥିବା ଏକ ଦଳ ।


Share It

Comments are closed.