କରୋନାରେ ଆଖି ବୁଜିଲେ ଆଉ ଜଣେ ବିଧାୟକ


ସାରା ବିଶ୍ୱରେ ଏବେ ଆତଙ୍କ ମଚାଉଛି ମହାମାରୀ କରୋନା । ଆକ୍ରାନ୍ତଙ୍କ ହାର ବଢିବା ସହ ମୃତ୍ୟୁ ହାର ମଧ୍ୟ ବଢିବାରେ ଲାଗିଛି । ଏପଟେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ବିଧାୟକ ସମରେଶ ଦାସଙ୍କ କୋରୋନାରେ ମୃତ୍ୟୁ ଘଟିଛି । ସେ କଲକାତାର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ୧୮ ଜୁଲାଇରେ ପ୍ରଥମେ ତାଙ୍କୁ ପନସ୍କୁରାର ବରୋମା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଜୁଲାଇ ୨୪ ରେ କଲକାତାର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ଆଜି ସକାଳ ପ୍ରାୟ ୪.୧୫ ରେ ତାଙ୍କର ମୃତ୍ୟୁ ଘଟିଛି। ଇଗ୍ରା ବିଧାନସଭା ନିର୍ବାଚନମଣ୍ଡଳୀରୁ ସାମରେଶ ଦାସ ଲଗାତାର ୫ ଥର ଜିତିଥିଲେ। ପ୍ରଥମେ ସେ ଜଣେ ବାମପନ୍ଥୀ ବିଧାୟକ ଥିଲେ। ପରେ ତୃଣମୂଳ ସ୍ତରରେ ଯୋଗ ଦେଇଥିଲେ ।


Share It

Comments are closed.