କ’ଣ ଖାଇବା ଦ୍ୱାରା ଆପଣଙ୍କ ହାଡ ରହିବ ମଜବୁତ, ଜାଣନ୍ତୁ


ଭେଜିଟେରିୟନ ଫୁଡ୍‌ ବା ଶାକାହାରୀ ଖାଦ୍ୟ ଏକ ସ୍ୱାସ୍ଥ୍ୟକାରକ ଡାଇଟ୍‌ ରୂପେ ଜଣାଯାଏ । କିନ୍ତୁ ଅଧିକାଂଶ ଲୋକଙ୍କର ଧ୍ୟାନ କେବଳ ଏହାର ଫାଇଦା ଉପରେ ଥାଏ । ହେଲେ ଶାକାହାରୀ ହେବାରେ ଅନେକ ବଡ଼ ବଡ଼ କ୍ଷତି ମଧ୍ୟ ହୋଇଥାଏ । ଏକ ନୂଆ ଅଧ୍ୟୟନ ମୁତାବକ , ଶାକାହାରୀ ଲୋକଙ୍କ ବୋନ୍‌ ଫ୍ରାକ୍‌ଚର ହେବାର ସମସ୍ୟା ଅଧିକା ହୋଇଥାଏ । ୧୯୯୩ ମସିହାରୁ ୨୦୦୧ ଯାଏ ବ୍ରିଟିଶ୍‌ ଗବେଷକମାନେ ହାରାହାରି ୫୦ ବର୍ଷ ବୟସର ୫୪,୮୫୮ ଲୋକଙ୍କ ଡାଇଟ୍‌ , ହେଲଥ୍‌ ଓ ଜୀବନଶୈଳୀ ସଂପର୍କିତ ଡାଟା ସଂଗ୍ରହ କରିଥିଲେ । ଗବେଷକମାନେ ଏହି ସବୁ ଲୋକଙ୍କୁ ୪ଟି ଭିନ୍ନ ଭିନ୍ନ ଗ୍ରୁପ୍‌ରେ ଭାଗ କରି ସେମାନଙ୍କର ସ୍ୱାସ୍ଥ୍ୟକୁ ମନିଟର କରିଥିଲେ ।

ପ୍ରଥମ ଗ୍ରୁପ୍‌ରେ ମାଂସ ଖାଇଥିବା ୨୯,୩୮୦ ଜଣ ଲୋକଙ୍କୁ ରଖା ଯାଇଥିଲା । ଦ୍ୱିତୀୟ ଗ୍ରୁପ୍‌ରେ ମାଛ ଖାଉଥିବା ୮,୦୩୭ ଜଣ ଲୋକଙ୍କୁ ସାମିଲ୍‌ କରାଯାଇଥିଲା । କିନ୍ତୁ ସେମାନେ ମାଂସକୁ ଦୂରେଇ ଦେଇଥିଲେ । ୩ୟ ଗ୍ରୁପ୍‌ରେ ୧୫,୪୯୯ଜଣ ଶୁଦ୍ଧ ଶାକାହାରୀ ଓ ୪ର୍ଥ ଗ୍ରୁପ୍‌ରେ ଭିଗନ ଡାଇଟ୍‌( ମାଂସ , ଅଣ୍ଡା ଓ ଡାଏରୀ ପ୍ରଡକ୍ଟକୁ ଦୂରେଇ ଥିବା ବ୍ୟକ୍ତି)କୁ ଫଲୋ କରୁଥିବା ୧,୯୮୨ ଜଣ ଲୋକଙ୍କୁ ରଖା ଯାଇଥିଲା । ବିଏମ୍‌ସି ମେଡିସନ୍‌ରେ ପ୍ରକାଶିତ ରିପୋର୍ଟ ମୁତାବିକ୍‌ , ଅଧ୍ୟୟନକାରୀ ହାରାହାରି ୧୮ ବର୍ଷ ବୟସ ଥିବା ଭଲୁଣ୍ଟିୟରଙ୍କ ସ୍ୱାସ୍ଥ୍ୟକୁ ମନିଟରିଂ କରିଥିଲେ ଏବଂ ଦେଖିଥିଲେ ସେମାନଙ୍କ ଶରୀରର କେଉଁଠି ଓ କେତେ ଥର ଭାକ୍‌ଚର ହୋଇଛି । ଏହାସହ ସେକ୍ସ ଉପରେ ସେମାନଙ୍କର କଣ୍ଟ୍ରୋଲ , ଫିଜିକଲ ଆକ୍ଟିଭିଟି , ସ୍ମୋକିଂ , ଆଲକହଲ ସେବନ ଓ ଡାଇଟି ସପ୍ଲିମେଣ୍ଟକୁ ମଧ୍ୟ ଲକ୍ଷ୍ୟ କରାଯାଇଥିଲା । ଉକ୍ତ ଅଧ୍ୟୟନରେ ଗବେଷକମାନେ ଜାଣିବାକୁ ପାଇଥିଲେ କି ଭେଜିଟେରିୟନ ଲୋକଙ୍କ ଠାରେ ଫ୍ରାକ୍‌ଚର ସମସ୍ୟା ( ହାଡ଼ ଭାଙ୍ଗିଯିବା ) ମାଂସ ଖାଉଥିବା ଲୋକଙ୍କ ତୁଳନାରେ ୯ ପ୍ରତିଶତ ଅଧିକ ଥିଲା । ଭିଗନ ବା ଶାକାହାରୀ ଡାଇଟ୍‌ ଫଲୋ କରୁଥିବା ଲୋକଙ୍କ ପାଇଁ ସମସ୍ୟା ଆହୁରି ଅଧିକ ହୋଇଥିଲା । ଶାକାହାରୀ ଡାଇଟ୍‌କୁ ଫଲୋ କରୁଥିବା ଲୋକଙ୍କ ଠାରେ ହାଡ଼ ଭାଙ୍ଗିବାର ସମସ୍ୟା ୪୩ ପ୍ରତିଶତ ଅଧିକ ଥିଲା । ଶାକାହାରୀ ଓ ମାଛ ଖାଉଥିବା ଲୋକଙ୍କ ଠାରେ ହିପ୍‌ ଫ୍ରାକଚରର ସମସ୍ୟା ପାଖାପାଖି ୨୫ ପ୍ରତିଶତ ବୃଦ୍ଧି ପାଇଥିଲା । ଶାକାହାରୀ ଲୋକଙ୍କ ଠାରେ ହିପ୍‌ ଫ୍ରାକଚର ସମସ୍ୟା ମାଂସ ଖାଉଥିବା ଲୋକଙ୍କ ତୁଳନାରେ ଦୁଇ ଗୁଣା ହୋଇଥିଲା। ହେଲେ ଭିଗନ ଲୋକ( ଡାଏରୀ ପ୍ରଡକ୍ଟ ଖାଉନଥିବା ବ୍ୟକ୍ତି) ଠାରେ ମାଂସ ଖାଉଥିବା ଲୋକଙ୍କ ତୁଳନାରେ ଗୋଡ଼ ଫ୍ରାକଚରର ସମସ୍ୟା ୮୧ ପ୍ରତିଶତ ଅଧିକ ଥିଲା । ଅକ୍ସଫର୍ଡ ୟୁନିଭରର୍ସିଟିର ନ୍ୟୁଟ୍ରିସନଲ୍‌ ଏପିଡେମିଓଲୋଜିଷ୍ଟ ଓ ଗବେଷଣାର ପ୍ରମୁଖ ଲେଖକ ଟମି ୱାଇଏମ୍‌ ଟଙ୍ଗ୍‌ କହନ୍ତି , ଭିଗନ୍ ଓ ଭେଜିଟେରିୟନ ଲୋକଙ୍କୁ ନିଜର ଡାଇଟିରେ ପ୍ରୋଟିନ୍‌ ଓ କ୍ୟାଲସିୟମ୍‌ର ମାତ୍ରା ବୃଦ୍ଧି କରିବାକୁ ହେବ । ଯଦି ଏହି ପୋଷକ ତତ୍ତ୍ୱ ତାଙ୍କୁ ଡାଇଟ୍‌ରେ ମିଳୁନାହିଁ , ତ ସପ୍ଲିମେଣ୍ଟର ବ୍ୟବହାର କରିବା ଉଚିତ୍‌ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ହାଡ଼ର ମଜବୁତ୍‌ ପାଇଁ କ୍ୟାଲ୍‌ସିୟମ୍‌ ଓ ପ୍ରୋଟିନ୍‌ ବହୁତ ଆବଶ୍ୟକ ଅଟେ । କ୍ଷୀର , ଡାଏରି ପ୍ରଡକ୍ଟ , ସବୁଜ ପନିପରିବା , କଦଳୀ , ଶାଗ ଜାତୀୟ ( ପୋଇ , ଖଡ଼ା) ସୋୟା ମିକ୍ସ , ହ୍ୱେ ପ୍ରୋଟିନ୍‌ ଆଦି ଜିନିଷ ଆମର ହାଡ଼କୁ ମଜବୁତ୍‌ ରଖିଥାଏ ।


Share It

Comments are closed.