ଅକାରଣେ କେଶ ପାଚୁଛି କି, ଆପଣାନ୍ତୁ କିଛି ସରଳ ଉପାୟ ଯାହା ଆପଣଙ୍କୁ କେଶ ପାଚିବା ସମସ୍ୟାରୁ ମୁକ୍ତି ପ୍ରଦାନ କରିବ
ୠମ୍ବା ଘନ କଳା କେଶ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ । କିନ୍ତୁ ବୟସ ତୁଳନାରେ ଶୀଘ୍ର କେଶ ପାଚିବା ଦ୍ୱାରା ସୌନ୍ଦର୍ଯ୍ୟରେ ଫରକ ପଡିଥାଏ । ଏବଂ ବହୁ ସ୍ଥାନରେ କେଶ ପାଚିବା ହେତୁ ଆତ୍ମବିଶ୍ୱାସରେ ମଧ୍ୟ ଫରକ ପଡିଥାଏ । ତେଣୁ ଆପଣ କରୁଥିବା କିଛି ନିତିଦିନିଆ ଅଭ୍ୟାସକୁ ପରିବର୍ତ୍ତନ କଲେ ପାଚିଲା କେଶର ସମସ୍ୟାରୁ ମୁକ୍ତି ପାଇପାରିବେ । ଆସନ୍ତୁ ଜାଣିବା କଣ ଅଭ୍ୟାସ କରିବେ ପରିବର୍ତ୍ତନ ।
୧. ଜଙ୍କ ଫୁଡରୁ ଦୂରେଇ ରୁହନ୍ତୁ – ଆପଣଙ୍କ ଖାଦ୍ୟ ବହୁ ମାତ୍ରାରେ କେଶ ଏବଂ ତ୍ୱଚା ଉପରେ ପ୍ରଭାବ ପକାଇଥାଏ । ତେଣୁ ଆପଣ ସ୍ୱାସ୍ଥ୍ୟକର ଖାଇବାକୁ ଚେଷ୍ଟା କରନ୍ତୁ । ଫାଷ୍ଟ ଫୁଡ କିମ୍ବା ଜଙ୍କ ଫୁଡରମାତ୍ରା କମ କରନ୍ତୁ ।
୨. ଆଲୋକହଲ ଏବଂ ଧୂମ୍ରପାନ କମ କରନ୍ତୁ – କେଶ ପାଚୁଥିଲେ ଆପଣ ଆଲକୋହଲର ସେବନ କମ କରନ୍ତୁ ଏବଂ ଧୂମ୍ରପାନ କମ କରନ୍ତୁ । ଏହା ଦ୍ୱାରା ଶରୀରର ଭିତରୁ ଠିକ ରହିଥାଏ ଏବଂ କେଶର କୌଣସି ପ୍ରକାର ସମସ୍ୟା ଦେଖାଯାଇନଥାଏ ।
୩. ବ୍ୟାୟମ କରନ୍ତୁ – ଶରୀରରେ ବ୍ୟାୟାମ ଦ୍ୱାରା ଖୁବ ପ୍ରଭାବ ପଡିଥାଏ । ବ୍ୟାୟାମ ଦ୍ୱାରା ଶରୀରର ବିଭିନ୍ନ ପ୍ରକାରର ରୋଗର ସମସ୍ୟା ମୁକ୍ତି ହୋଇଥାଏ । ତେଣୁ ନିୟମିତ ବ୍ୟାୟାମ କରନ୍ତୁ ଏବଂ ପେଟର ସମସ୍ୟା ଠିକ ରହିଥାଏ ଏବଂ କେଶ ପାଚିନଥାଏ ।
୪. ବ୍ଲିଚିଙ୍ଗ ଏବଂ ଜେଲର ପ୍ରୟୋଗ କମ କରନ୍ତୁ – କେଶକୁ ସଜାଇବା ଏବଂ ଷ୍ଟାଇଲ କରିବା ପାଇଁ ଆପଣ ବ୍ଲିଚିଙ୍ଗ ଏବଂ ଜେଲର ବ୍ୟବହାର କରୁଥିଲେ ଏହା କମ କରନ୍ତୁ । ଏହା ଦ୍ୱାରା କେଶର ପ୍ରାକୃତିକ ରଙ୍ଗରେ ପ୍ରଭାବ ପଡିଥାଏ ଏବଂ କେଶ କଳାରୁ ଧଳା ହୋଇଥାଏ ।
୫. ଅଲମଣ୍ଡ ଏବଂ ନଡିଆ ତେଲକୁ ମିଶାଇ ଲଗାନ୍ତୁ – କେଶ ପାଚିବା ସମସ୍ୟାରୁ ମୁକ୍ତି ପାଇଁ ଆପଣ ଏକ ତେଲ ଲଗାନ୍ତୁ ଯାହା କେଶକୁ ମଜବୁତ କରିବା ସହିତ କେଶର କଳା ରଙ୍ଗକୁ ବଜାୟ ରଖିଥାଏ । ଆପଣ କେଶରେ ଆଲମଣ୍ଡ ଏବଂ ନଡିଆ ତେଲକୁ ମିଶ୍ରଣ କରି କେଶର ମୂଳରେ ଲଗାଇପାରିବେ ।
Comments are closed.