ସୌନ୍ଦର୍ଯ୍ୟ ବୃଦ୍ଧିର ସରଳ ଉପାୟ


ପୁରୁଷଙ୍କ ଅପେକ୍ଷା ମହିଳାମାନେ ସୌନ୍ଦର୍ଯ୍ୟ ପ୍ରତି ଅଧିକ ସଚେତନ ହୋଇଥାନ୍ତି । ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଓ ଏହାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଏମାନେ ବିଭିନ୍ନ ପ୍ରୟାସ କରିଥାନ୍ତି । ପାର୍ଲର ଯିବା ଠାରୁ ଆରମ୍ଭ କରି ବହୁ ଦାମୀ କସମେଟିକ୍ ଜିନିଷ କିଣି ବ୍ୟବହାର କରିଥାନ୍ତି । କିନ୍ତୁ ଘରେ ବସି କମ ଖର୍ଚ୍ଚରେ ନିଜ ନିଜ ସୌନ୍ଦର୍ଯ୍ୟକୁ ଅକ୍ଷୁର୍ଣ୍ଣ ରଖିବାର ସହଜ କୌଶଳ ଏମାନେ ଜାଣନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ଏହି ସଂପର୍କରେ କିଛି ସହଜ ଟିପ୍ସ ।
୧- କଞ୍ଚା କ୍ଷୀରକୁ ହାଲୁକା ଭାବେ ଚେହେରାରେ ମାଲସ କରନ୍ତୁ । ଏହା ଦ୍ୱାରା ମୃତ କୋଷିକା ଗୁଡିକୁ ବାହାରି ଯାଇଥାଏ ଓ ଚେହେରାରେ ଚମକ ଆସିଥାଏ ।
୨- ଦହିରେ ଲେମ୍ବୁ ମିଶାଇ ଚେହେରାରେ ମାଲସ କରନ୍ତୁ । ଏପରି କରିବା ଦ୍ୱାରା ମୁହଁରୁ ବ୍ରଣ ଏବଂ ଦାଗ ଦୂର ହୋଇଥାଏ ।
୩- ଚିନିରେ ପ୍ରସ୍ତୁତ ଫେସ ସ୍କ୍ରବ ବ୍ୟବହାର କରନ୍ତୁ । ଏହା ଦ୍ୱାରା ମୁଁହରେ ଚମକ ବଢିଥାଏ ।
୪- ରାତିରେ ଶୋଇବା ପୂର୍ବରୁ କେଶରେ ଭଲ ଭାବେ ନଡିଆ ତେଲ ମାଲସ କରନ୍ତୁ । ସପ୍ତାହରେ ଦୁଇ ଥର ଏପରି କରନ୍ତୁ । ଏପରି କରିବା ଦ୍ୱାରା କେଶ ଘନ ଏବଂ କଳା ହୋଇଥାଏ ।
୫- ମହୁ ଲଗାଇବା ଦ୍ୱାରା ତ୍ୱଚା ନରମ ରହିଥାଏ ଓ ଚମକ ବଢିଥାଏ ।
୬- ବେବି ଅଏଲରେ ତ୍ୱଚା ମସାଜ କରନ୍ତୁ ଏହା ଦ୍ୱାରା ଚେହେରାରେ ଶୁଷ୍କତା ଦୂର ହୋଇଥାଏ ।
୭- ଦିନକୁ ଦୁଇ ଥର ତାଜା ଫଳରସ ପିଅନ୍ତୁ । ଏହା ବ୍ୟତିତ ଦିନକୁ ୭ରୁ ୧୦ ଗ୍ଲାସ ପର୍ଯ୍ୟନ୍ତ ପାଣି ପିଅନ୍ତୁ । ଏପରି କରିବା ଦ୍ୱାରା ଚେହେରା ଚମକି ଥାଏ ।


Share It

Comments are closed.